କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ: ସାଧାରଣ ଦର୍ଶନ ବନ୍ଦ
ପୁରୀ: ପବିତ୍ର କାର୍ତ୍ତିକ ପୂଣ୍ଣିମାରେ କରୋନା କଟକଣା ପାଇଁ ଚଳିତ ବର୍ଷ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ବାରଣ କରାଯାଇଛି। ଫଳରେ ବାହାରୁ ପତିତପାବନ ଦର୍ଶନ କରି ଭକ୍ତଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ୁଛି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜାରାଜେଶ୍ୱର ତଥା ସୁନାବେଶ। କାର୍ତ୍ତିକ ପୁଣ୍ଣିମାରେ ପାରମ୍ପାରିକ ରୀତିନୀତି ଅନୁସାରେ ରତ୍ନସିଂହାସନରେ ସୁନାବେଶରେ ଶ୍ରୀଜିଉଙ୍କ ଦର୍ଶନ ମିଳେ। କିନ୍ତୁ କରୋନା କଟକଣା ପାଇଁ ଏବର୍ଷ ସାଧାରଣ ଦର୍ଶନ ବନ୍ଦ ରହିଛି। ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ […]