କାବୁଲ୍ ବିସ୍ଫୋରଣରେ ୮ ମୃତ; ବିସ୍ଫୋରଣ ପାଇଁ ଦାୟୀ ବୋଲି କହିଲା ‘ଆଇଏସ୍’
କାବୁଲ: ଶୁକ୍ରବାର ଦିନ ଆଫଗାନିସ୍ତାନର ପଶ୍ଚିମ କାବୁଲ୍ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜନଗହଳି ସ୍ଥାନରେ ଉକ୍ତ ବିସ୍ଫୋରଣ ଘଟିଛି ବୋଲି ପୁଲିସ ମୁଖପାତ୍ର ଖଲିଦ୍ ଜର୍ଦାନ୍ କହିଛନ୍ତି। ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍ କରି କରାଯାଇଥିବା ଉକ୍ତ ବିସ୍ଫୋରଣ ନିମନ୍ତେ ‘ଇସ୍ଲାମିକ୍ ଷ୍ଟେଟ୍’ ନିଜକୁ ଦାୟୀ କରିଛି। ସ୍ଥାନୀୟ ଆଫଗାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, […]