ଡାକ୍ତରୀ ପିଜି ନାମଲେଖାରେ ଅଚଳାବସ୍ଥା: ସୁପ୍ରିମ୍କୋର୍ଟରେ ମାମଲା ଯୋଗୁଁ ବର୍ଷେ ବରବାଦ୍, ପ୍ରତିବାଦ କରିବାକୁ ଡାକ୍ତରୀ ସଂଘ ସଜବାଜ
କଟକ: ଡାକ୍ତରୀ ପିଜିରେ ନାମଲେଖାଇବାକୁ ଆଶା ବାନ୍ଧି ବସିଥିବା ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ସଂପୂର୍ଣ୍ଣ ବରବାଦ୍ ହେବାକୁ ଯାଉଛି। ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟରେ ମାମଲା ଗଡୁଥିବା ବେଳେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ସମୟରୁ ଇତିମଧ୍ୟରେ ୮ମାସ ଗଡିଗଲାଣି। ସେମାନଙ୍କର କାଉନସେଲିଙ୍ଗ ବି ଆରମ୍ଭ ହୋଇପାରୁନି। ୨୦୨୧ରେ ନାମଲେଖା ପାଇଁ ଏଭଳି ସ୍ଥିତି ରହିଥିବା ବେଳେ ଇତିମଧ୍ୟରେ ୨୦୨୨ ପାଇଁ ସର୍ବଭାରତୀୟ ମେଡିକାଲ ପିଜି ପ୍ରବେଶିକା ପରୀକ୍ଷା (ଏନ୍ଟିଏ) ମାର୍ଚ୍ଚ […]