ଖେଳ ଦେଶ ବିଦେଶ

‘ମୋତେ କାହିଁକି ବାହାର କରାଗଲା ତାହା ମୁଁ ବୁଝିଛି’ : ସାମ୍ବାଦିକ ସମ୍ମିଳନୀରେ ବିରାଟଙ୍କ ୧୦ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ 16/12/2021 a

ନୂଆଦିଲ୍ଲୀ ୧୬/୧୨: ବିରାଚ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କଣ ଚାଲିଛି ? ଦୁଇ ବରିଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ପଡୁନି କି ? ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ରନ୍ ମେସିନ୍ ବିରାଟ କୋହଲି । ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହାସହ ଲାଗି ରହିଥିବା ବିବାଦ ଭିତରେ ନିଜର ମୁହଁ ଖୋଲିଛନ୍ତି ବିରାଟ । ଓଡିଆଇ ଏବଂ ଟି-୨୦ ଦଳର […]

ଦେଶ ବିଦେଶ ମନୋରଞ୍ଜନ

ସୁଶାନ୍ତଙ୍କ ଫିଲ୍ମ ‘ଛିଛୋରେ’ ଚାଇନାରେ ହେବ ରିଲିଜ୍ , ନୂଆ ବର୍ଷରେ କରିବ ପୁଣି ରେକର୍ଡ…

ନୂଆଦିଲ୍ଳୀ ୧୬।୧୨ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଚାଇନାରେ ରିଲିଜ ହେବାକୁ ଯାଉଛି । ଜାତୀୟ ପୁରସ୍କାର ପାଇଥିବା ଫିଲ୍ମ ଆସନ୍ତା ଜାନୁୟାରୀ ୭ ତାରିଖରୁ ଚାଇନା ଥିଏଟରରେ ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ। “ଦେଶରେ ଲୋକଙ୍କ ହୃଦୟରେ ଏବଂ ବକ୍ସ ଅଫିସରେ ବାଜି ମାରିଥିବା ଫିଲ୍ମ ‘ଛିଛୋରେ’ ଚାଇନାର ପ୍ରାୟ ୧୧ ହଜାର ସ୍କ୍ରିନରେ ରିଲିଜ ହେବ” ବୋଲି ଆଦର୍ଶ […]

କଳା ଓ ସଂସ୍କୃତି ରାଜ୍ୟ

ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଯାଜପୁରରେ ଜିଲ୍ଲାସ୍ତରୀୟ କଳାକାର ସମାବେଶ

ଚଣ୍ଡିଖୋଲ ୧୬।୧୨: ରାଜ୍ୟରେ ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ମାଧ୍ୟମରେ ୫୦ ହଜାର କଳାକାର ଉପକୃତ ହେଉଛନ୍ତି । ତଥାପି ବହୁ କଳାକାର ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ଏଣୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନଙ୍କୁ ଏକାଠି କରାଯାଉଛି । କଟକ, ଫୁଲବାଣୀ ଜିଲ୍ଲା ପରେ ଗୁରୁବାର ଯାଜପୁରରେ କଳାକାର ସମାବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା ଜାରକାଠାରେ ରାଜ୍ୟ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ କଳାକାର […]

ଖେଳ ରାଜ୍ୟ

ଜାତୀୟ କନିଷ୍ଠ କୁସ୍ତିରେ ଭାଗ ‌ନେବ ଓଡ଼ିଶା ଦଳ

ଭୁବନେଶ୍ବର: ଝାଡ଼ଖଣ୍ଡର ରାଞ୍ଚିଠାରେ ବୁଧବାରଠାରୁ ଆରମ୍ଭ ହେଉଥିବା ଜାତୀୟ ୧୫ ବର୍ଷରୁ କମ୍ କୁସ୍ତି ପ୍ରତିଯୋଗିତାରେ ୧୫ ଜଣିଆ ଓଡ଼ିଶା ଦଳ ଭାଗନେବ। ଏଥିରେ ୮ ଜଣ ବାଳକ ଥିଲା‌ବେଳେ ୭ଜଣ ବାଳିକା ଅଛନ୍ତି। ଓଡ଼ିଶା କୁସ୍ତି ସଂଘର ସଂପାଦକ କିଶୋର ବେହେରା ସୋମବାର ରାଞ୍ଚି ଅଭିମୁଖେ ଯାତ୍ରା କରିଥିବା ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି। ଓଡ଼ିଶା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ରତ୍ନାକର ନାୟକ, ଆର୍ଯ୍ୟନ ସାହୁ, ଦେବାଶିଷ […]

ଧର୍ମ ରାଜ୍ୟ

ଶ୍ରୀମନ୍ଦିର ପ୍ରଶାସନ ୧୪୨ କୋଟିର ବାକିଆ ୟୁସି ପ୍ରସଙ୍ଗ: ନବକଳେବର ସମୟର ସର୍ବାଧିକ ବାକି

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ଦେଇନି ପ୍ରାୟ ୧୪୨ କୋଟିର ୟୁସି। ଦେବୋତ୍ତର ବିଭାଗ ବି ପ୍ରାୟ ୨୫ କୋଟିର ୟୁସି ଦେଇନି। ଏଜିଙ୍କ ଏପରି ‌ରିପୋର୍ଟ ପରେ ବୁଧବାର ଏ ଉପରେ ଉଚ୍ଚସ୍ତରୀୟ ବୈଠକ ଡାକିଛି ଆଇନ ବିଭାଗ। ଅର୍ଥ ବିଭାଗ ଓଏସ୍‌ଡିଙ୍କ ଅଧ୍ୟକ୍ଷତାରେ ସାଢ଼େ ୩ଟାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆଇନ ବିଭାଗ ଅନୁଦାନର ଯେଉଁମାନେ ୟୁସି ଦାଖଲ କରିନାହାନ୍ତି, ତାର ସମୀକ୍ଷା କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସହ କଟକ ରାଜ୍ୟ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ତେଲେଙ୍ଗାନାକୁ ବ୍ୟାପିଲା ‘ଓମିକ୍ରନ୍‌’; ହାଇଦ୍ରାବାଦରେ ଦୁଇଟି ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ୨ଟି ସଂକ୍ରମଣ ଚିହ୍ନଟ ହେବା ପରେ ଆଜି ଭାରତର ତେଲେଙ୍ଗାନା ରାଜ୍ୟ କୋଭିଡ୍-୧୯ର ନୂଆ ଭେରିଏଣ୍ଟ୍‌ ‘ଓମିକ୍ରନ୍‌’ର ସଦ୍ୟତମ ଶିକାର ହୋଇଥିବା ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁସାରେ, ଡିସେମ୍ବର ୧୨ ତାରିଖରେ ହାଇଦ୍ରାବାଦ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିବା ଜଣେ ୨୪ ବର୍ଷୀୟ କେନୀୟ ମହିଳା ଏବଂ ୨୩ ବର୍ଷିୟ ସୋମାଲୀୟ ବ୍ୟକ୍ତି ‘ଓମିକ୍ରନ୍‌ କରୋନାଭାଇରସ୍‌’ ପଜିଟିଭ୍ ହୋଇଛନ୍ତି। ସେମାନଙ୍କ ସହ ଜଣେ ୭ ବର୍ଷୀୟ ପିଲା ମଧ୍ୟ ଅଛନ୍ତି। ସେମାନେ ପଶ୍ଚିମବଙ୍ଗ ଗସ୍ତ […]

ଦେଶ ବିଦେଶ ମନୋରଞ୍ଜନ

ସଲମାନ ଓ ରଣବୀର କ୍ୟାଟ୍ରିନାଙ୍କୁ ଦେଲେ ମହଙ୍ଗା ଉପହାର, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଳୀ ୧୫।୧୨ : ଚଳିତ ବର୍ଷ ବହୁ ଚର୍ଚ୍ଚିତ ବିବାହଙ୍କ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ଯାହା ଡିସେମ୍ବର ୯ରେ ବଲିଉଡ୍ର ବାର୍ବି ଡଲ୍‌ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ଏବେ ଉପହାର ଦେବା ନେବା ଚାଲିଛି। ନିକଟରେ କ୍ୟାଟ୍ରିନା-ଭିକି ଅନେକ ସାଥୀ କଳାକାର, ବନ୍ଧୁଙ୍କ ଘିଅରେ ଲଡୁ ଏବଂ କାର୍ଡ ପଠାଇଛନ୍ତି। ସେହିପରି ଭିକିଙ୍କ ଏକ୍ସ ହର୍ଲିନ୍‌ ସେଟ୍ଟୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । […]

ଖେଳ ଦେଶ ବିଦେଶ

ବିଶ୍ୱକପ ୨୦୨୨ରେ ପାକିସ୍ତାନ ବିରୋଧରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍, ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ ୧୫/୧୨: ଆସନ୍ତା ବର୍ଷ ମାର୍ଚ୍ଚ ୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ୍ ୨୦୨୨ । ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ମାର୍ଚ୍ଚ ୪ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଆୟୋଜକ ନ୍ୟୁଜିଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ । ପରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ଦଳ ହାମିଲଟନରେ ମୁହାଁମୁହିଁ ହେବେ । ୩୧ ଦିନରେ ମୋଟ ୩୧ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

କେରଳ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ବିବାହ ବେଳେ ଝିଅକୁ ବାପା-ମା’ ଦେଉଥିବା ଉପହାର ଯୌତୁକ ନୁହେଁ

କୋଚି ୧୫।୧୨: ବିବାହ ସମୟରେ ବାପା-ମା’ ଝିଅକୁ ଦେଉଥିବା ଉପହାର ଯୌତୁକ ନୁହେଁ । ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଅନୁଯାୟୀ ଏହାକୁ ଯୌତୁକ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଜଣକିଆ ଖଣ୍ଡପୀଠରେ ହୋଇଥିବା ଆବେଦନ ଉପରେ ବିଚାର କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । କେରଳ କୋଲ୍ଲମ ଜିଲ୍ଲା ଯୌତୁକ ନିଷେଧ ଅଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହି […]

ରାଜ୍ୟ ସ୍ୱାସ୍ଥ୍ୟ

ସୀମାନ୍ତ ଜିଲ୍ଲାକୁ ଫୋକସ, ଟିକାକରଣକୁ ଅଧିକ ଗୁରୁତ୍ୱ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର ୧୫।୧୨: ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି । ସର୍ଭିଲାନ୍ସ ଓ ଭ୍ୟାକ୍ସିନେସନକୁ ଗୁରୁତ୍ୱ ଦିଆଯାଉଛି । ବାହାରୁ ଆସୁଥିବା ଲୋକମାନଙ୍କର ସର୍ଭିଲାନ୍ସକୁ କଡାକଡି କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଜିନମ୍ ସିକ୍ୟୁଏନସିଂ କରାଯାଉଛି । ଟିକାକରଣକୁ ଆମେ ଗୁରୁତ୍ୱ ଦେଉଛୁ । ଖୁବ ଶୀଘ୍ର ଟିକା କରଣ ପାଇଁ ଆମର କାର୍ଯ୍ୟ ଜାରି ରହିଛି । […]