ବିଷାକ୍ତ ପିମ୍ପୁଡ଼ି ଆତଙ୍କ: ଲୋକେ ଅସ୍ତବ୍ୟସ୍ତ, ପ୍ରଶାସନ ନିରବ
ପିପିଲି : ପିପିଲି ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଗତ କିଛିଦିନ ହେବ ବିଷାକ୍ତ ପିମ୍ପୁଡ଼ି ଆତଙ୍କ ଦେଖାଦେଇଛି। ଏବେ ପିମ୍ପୁଡ଼ି ଆକ୍ରାନ୍ତରେ ଅତିଷ୍ଠ ଲୋକେ ବାଧ୍ୟହୋଇ ଗାଁ ଛାଡ଼ୁଛନ୍ତି। ଯନ୍ତ୍ରଣା ଅସହ୍ୟ ହେବାରୁ ଗାଁର କୁମୁଦ ଦାଶ ପରିବାର ଗାଁ ଛାଡ଼ି ଏବେ ନିଜ ବନ୍ଧୁଘର ଡେଲାଙ୍ଗରେ ଆଶ୍ରୟ ନେଇଥିବାବେଳେ ରେଣୁବାଳା ଦାଶ ନିଜ ସମ୍ପର୍କୀୟ ଘର ଖୋର୍ଦ୍ଧାରେ ଅବସ୍ଥାନ କରୁଛନ୍ତି। ଅନ୍ୟପକ୍ଷରେ ଗାଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଅଦ୍ୟାବଧି ଜିଲ୍ଲା […]