ଏଣିକି ଓଡ଼ିଆ ଭାଷାରେ ଓଏଏସ୍ ପରୀକ୍ଷା
ଭୁବନେଶ୍ବର : ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ ଇଂରାଜୀ ଭାଷା ବାଧକ ସାଜିବ ନାହିଁ। ଏଣିକି ଓଡ଼ିଆରେ ପ୍ରସ୍ତୁତ ହେବ ଓଏଏସ ପ୍ରଶ୍ନପତ୍ର। ଓଡ଼ିଆ ଭାଷାରେ ଉତ୍ତର ଲେଖିପାରିବେ ପରୀକ୍ଷାର୍ଥୀ। ୨୦୧୭ରେ ଇଂରାଜୀରେ ପ୍ରଶ୍ନପତ୍ର ଆସୁଥିବା ବେଳେ ଓଡ଼ିଆ ଭାଷାରେ ଉତ୍ତର ଲେଖିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ସଚେତନତା ଅଭାବରୁ ଅନେକ ପରୀକ୍ଷାର୍ଥୀ ଏନେଇ ଅବଗତ ହୋଇପାରି ନଥିଲେ। ଉତ୍ତର ବି ଲେଖି ନ ଥିଲେ। ତେଣୁ ଏବେ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଭାଷାରେ […]