ଦୁର୍ଘଟଣାରେ ଗୁରୁତରଙ୍କୁ ନେବାକୁ ରାସ୍ତାରେ ଛିଡା ହୋଇଥିଲା ଆମ୍ୱୁଲାନ୍ସ: ପିଟିହେଲା ଦ୍ରୁତ ଗତିରେ ଆସୁଥିବା କାର୍, ୫ ମୃତ
ମୁମ୍ୱାଇ ୦୫/୧୦: ମୁମ୍ବାଇର ବାନ୍ଦ୍ରା-ୱର୍ଲି ସାଗର ଲିଙ୍କରେ ବଡ଼ ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ପ୍ରାୟ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାନ୍ଦ୍ରା ଠାରୁ ୱର୍ଲି ଯାଉଥିବା ରାସ୍ତାରେ ଘଟିଛି ଦୁର୍ଘଟଣା । ପୂର୍ବରୁ ସେହି ସ୍ଥାନରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଆହତ ଲୋକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲା । […]