ବାରିପଦା: ପୋଲ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଉଳି ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନାନୁସାରେ ଆଜି ସକାଳୁ ବାରିପଦା-ଦେଉଳି ରାସ୍ତାର କ୍ଷେତ୍ରପାଟଣା ପାଖ ମୋଡ଼ ତଳେ ମୋଟରସାଇକେଲ ସହ ଜଣେ ଯୁବକ ପଡିଥିବାର ଦେଖିବାକୁ ମିଳିଥିଲା। ଯୁବକ ଜଣକ ମୁହଁମାଡି ତଳେ ପଡିଥିବା ବେଳେ ତାଙ୍କ ନିକଟରେ ବାଇକ୍ଟି ପଡିଥିବାର ଦେଖିବାକୁ ମିଳିଛି। ଯୁବକ ଜଣକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା […]
