ପୁରୀ ବସ୍ଷ୍ଟାଣ୍ଡ୍: ବଦଳୁନି ୯୦ ଦଶକର ଚିତ୍ର
ପୁରୀ : ପୁରୀ ସହରର ଦୃଶ୍ୟପଟ୍ଟ ବଦଳୁଛି। ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଶହଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି। ମାତ୍ର ପର୍ଯ୍ୟଟକଟିଏ ଆସି ପ୍ରଥମେ ପାଦ ଥାପୁଥିବା ବସ୍ଷ୍ଟାଣ୍ଡର ଚିତ୍ର ନବେ ଦଶକରେ ଯାହା ଥିଲା ଆଜି ବି ସେୟା ରହିଯାଇଛି। ନା ବିଲ୍ଡିଂର ନବୀକରଣ ହେଉଛି, ନା ବିକାଶ ବସ୍ଷ୍ଟାଣ୍ଡକୁ ଛୁଇଁପାରିଛି। ବିଡ଼ମ୍ବନା ଏହି ଯେ ବସ୍ଷ୍ଟାଣ୍ଡ ପରିସରରେ ଥିବା ଦୋକାନ ଘର ନେଇଥିବା ଦୋକାନ ମାଲିକ ବର୍ଷ ବର୍ଷ ଧରି ପୌରସଂସ୍ଥାକୁ […]









