ବାରମ୍ବାର ଭାଇରାଲ୍ ହେଉଛି ଶ୍ରୀମନ୍ଦିର ଭିତର ଫଟୋ, କଡ଼ା କାର୍ଯ୍ୟାନୁଷ୍ଠାନ କେବେ?
ପୁରୀ : ଶହଶହ ପୁଲିସ କର୍ମଚାରୀ ପହରା ଦେଉଛନ୍ତି। ସେବାୟତ ଓ ଭକ୍ତଙ୍କ ଆତଯାତ ହେଉଛି। ଏସବୁ ସତ୍ତ୍ବେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଉଠାଇ ନେଉଛନ୍ତି ଭକ୍ତ। ଏପରିକି ସବୁ ନିୟମକୁ ଜଳାଞ୍ଜଳି ଦେଇ ରତ୍ନ ସିଂହାସନରେ ବସିଥିବା ମହାପ୍ରଭୁଙ୍କ ଭିଡିଓକୁ ଭାଇରାଲ କରିଦେବା ଭଳି ଘଟଣା ଖାଲି ସୁରକ୍ଷା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦେଶ କରିନାହିଁ, ବରଂ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାରେ ମହାପ୍ରଭୁଙ୍କ ଗର୍ଭଗୃହ ଭିଡିଓ ଭାଇରାଲ୍ କରିଥିବା ଆକାଶ ଚୌଧୁରୀଙ୍କ ବିରୋଧରେ […]









