ରାଜଧାନୀରେ ଘନ କୁହୁଡ଼ି: ଭୁବନେଶ୍ବର ବିମାନବନ୍ଦରରେ ବିମାନ ଚଳାଚଳ ବ୍ୟାଘାତ
ଭୁବନେଶ୍ବର: ଆଜି ରାଜଧାନୀରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ଏହି ଘନ କୁହୁଡ଼ି ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁ ଅଭିମୁଖେ ଯାତାୟତ କରୁଥିବା ବିମାନ ଯଥା ସମୟରେ ଉଡ଼ାଣ ଆରମ୍ଭ କରିପାରିନାହିଁ। ଉଲ୍ଲେଖଯୋଗ୍ୟ, ଟ୍ୱିନି ସିଟି କଟକ-ଭୁବନେଶ୍ୱରରେ ଆଜି ସକାଳୁ ଘନ କୁହୁଡି ପଡିଛି। ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ […]









