ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଭାସ୍କର୍ଯ୍ୟ ଉଦ୍ୟାନ ଉଦ୍ଘାଟିତ
ଖଣ୍ଡଗିରି : ବୁଧବାର ଦିନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାମ୍ପସ ପରିସରରେ ଭାସ୍କର୍ଯ୍ୟ ଉଦ୍ୟାନ ଉଦ୍ଘାଟନ କରିଛନ୍ତି। ଏଥିସହିତ ବିଶ୍ବବିଦ୍ୟାଳୟର ୩ଟି ଏକାଡେମିକ ବିଲ୍ଡିଂ ମଧ୍ୟ ଉଦ୍ଘାଟିତ ହୋଇଛି। ନବନିର୍ମିତ ଭାସ୍କର୍ଯ୍ୟ ଉଦ୍ୟାନରେ ମୁଖ୍ୟମନ୍ତ୍ରୀ ପ୍ରତିଟି ପ୍ରସ୍ତର କଳାକୃତିକୁ ବୁଲି ଦେଖିଥିଲେ ଓ ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ। ସେହିଭଳି ଦୃଶ୍ୟ କଳା ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ବୁଲି ଦେଖି […]









