୧୨୨ ବର୍ଷରେ ସବୁଠୁ ଗରମ ଡିସେମ୍ବର
ଭୁବନେଶ୍ବର : ହିମେ କାର୍ତ୍ତିକ ମାର୍ଗଶିର.. ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ… ଦେହରେ ରଖ ଶୀତବାସ। ଆଉ ମାର୍ଗଶିରରେ ଶିଶିର ପଡ଼ୁନାହିଁ କି ପୌଷରେ ଶୀତବାସ ଲୋଡ଼ା ପଡ଼ୁନାହିଁ। ଚଳିତ ବର୍ଷ ମାର୍ଗଶିର ଓ ପୌଷ (ଡିସେମ୍ବର)ରେ ଶୀତବସ୍ତ୍ର ତ ଦୂର କଥା ଫ୍ୟାନ୍ ନ ଲଗେଇଲେ ଶୋଇ ହେଉନଥିଲା। କାରଣ ଡିସେମ୍ବରରେ ଶୀତ ନଥିଲା, ଥିଲା ଉଷ୍ମତା। ଉଷ୍ମତା ଏତେ ଥିଲା ଯେ, ତାହା ୧୨୨ ବର୍ଷର ରେକର୍ଡ ଭାଙ୍ଗି ଦେଇଥିଲା। […]









