ନୂଆ ପରିବାରରେ ‘ମାଖନା’; ଥୟ ହେଲା, ବାଲି ଖେଳିଲା
ଅନୁଗୁଳ : ଥୟ ହୋଇଛି ରକ୍ତମୁଖା ‘ମାଖନା’। ନରମ ହୋଇଛି ହିଂସ୍ର ସ୍ବଭାବ। ପଥଚାରୀଙ୍କୁ ସାମ୍ନାରେ ପାଇ ଛାଡ଼ି ଦେଇଛି। ଜଙ୍ଗଲରେ ଶୁଣ୍ଢ ଟେକି ବାଲି ଖେଳିଛି। ଶନିବାର ଦିନ ସକାଳୁ ସକାଳୁ ଅନୁଗୁଳ ବନଖଣ୍ଡରେ ତାଣ୍ଡବ ରଚିଥିବା ହାତୀର ୨୪ଘଣ୍ଟାରେ ଏ ପ୍ରକାର ପରିବର୍ତ୍ତନ କେବଳ ଜଙ୍ଗଲ ବିଭାଗକୁ ନୁହେଁ, ବରଂ ଆଖପାଖ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି। କେବଳ ସେତିକି ନୁହେଁ, ଅନୁଗୁଳରେ ୨୫ଟିକିଆ ହାତୀ ମେଳରୁ ଏ ନରହନ୍ତା ମାଖନା ଗୋଠଛଡ଼ା ହେବାପରେ ହିନ୍ଦୋଳ […]









