କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ସୋମବାରଠୁ ସମସ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର : କୋଭିଡ୍ କଟକଣା ଅନୁଯାୟୀ ଦର୍ଶନ, ଉଠିବ ଭକ୍ତଙ୍କ ଫଟୋ

ପୁରୀ,୨୨/୦୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାର ଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ। ରାଜ୍ୟ ଏବଂ ରାଜ୍ୟ ବାହାର ଭକ୍ତ ମାନେ କୋଭିଡ୍ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ଡବଲଡୋଜ ରିପୋର୍ଟ ଦେଖାଇ କରିଵେ ଦର୍ଶନ। ପ୍ରଥମେ ସେବାୟତ ଓ ପୁରୀବାସୀଙ୍କ ଦର୍ଶନ ପରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ କରି ପାରିବେ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସ୍ୱତନ୍ତ୍ର ଏସଓପି ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି। […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ: ଆଜିଠାରୁ ସେବାୟତଙ୍କ ପରିବାର ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜି ସକାଳ ୫ଟା ୫୦ ମିନିଟ ସମୟରେ ଶ୍ରୀମନ୍ଦିରର ପହଡ଼ ଖୋଲିଥିଲା। ଏହାପରେ ଯଥା ସମୟରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ସେବାୟତଙ୍କ ପରିବାରବର୍ଗ ଶ୍ରୀଜୀଉଙ୍କର ଦର୍ଶନ କରିଛନ୍ତି। ସେବାୟତଙ୍କ ପରିବାର ସଦସ୍ୟ ନିଜର ପରିଚୟପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିଛନ୍ତି। ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ। ଅପରପକ୍ଷରେ ପ୍ରଥମ ଦୁଇଦିନ ଅର୍ଥାତ୍ ଅଗଷ୍ଟ ୧୨ ଓ ୧୩ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କାଳିଆ ପାଖକୁ ନେଇପାରିବେ ନାହିଁ ଭୋଗ, ଫୁଲ ଏବଂ ଦୀପ, ପ୍ରବେଶ ପାଇଁ ଟିକାକରଣ ପ୍ରମାଣପତ୍ର ଜରୁରୀ

ପୁରୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଥିଲା। ସଂକ୍ରମଣ କମ କରିବା ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ଏବେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ। ହେଲେ ମନ୍ଦିର ଖୋଲିବା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଏନେଇ ଏସଓପି ଜାରି କରିଛନ୍ତି। -ସାଧାରଣ ଲୋକଙ୍କ ପାଇଁ ଅଗଷ୍ଟ ୧୬ରୁ ମନ୍ଦିର ଖୋଲିବାକୁ ଥିବା ବେଳେ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଆଜି ପୌଷ ପୂର୍ଣ୍ଣିମା, ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ ୨୮।୦୧ : ଆଜି ପୌଷ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ସମ୍ପାଦନ କରାଯିବ । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ । ଏହାପରେ ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ, ଦରକାର ପଡ଼ିବନି କୋଭିଡ ନେଗେଟିଭ୍‌ ରିପୋର୍ଟ

ପୁରୀ: ଆସନ୍ତା ୨୧ ତାରିଖରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଶ୍ରୀଜିଉଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଦର୍ଶନ ବେଳେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ବର୍ଷର ଶେଷ ଦିନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ଶହଶହ ଶ୍ରଦ୍ଧାଳୁ, ନୂଆ ବର୍ଷର ପ୍ରଥମ ଦୁଇ ଦିନ ଦର୍ଶନ ବନ୍ଦ, ଲାଗିଛି କିନ୍ତୁ ବେଳାଭୂମିରେ ଗହଳି

ପୁରୀ, ୩୧।୧୨: ଶ୍ରୀମନ୍ଦିରରେ ୱାର୍ଡୱାରୀ ଦର୍ଶନର ଶେଷ ଦିନରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ପୁରୀ ବାସିନ୍ଦାଙ୍କ ସମେତ ସହରରେ ରହୁଥିବା ଭଡ଼ାଟିଆ, ସରକାରୀ କର୍ମଚାରୀ ଶୃଙ୍ଖଳିତ ଦର୍ଶନ କରିଛନ୍ତି। ଆସନ୍ତାକାଲି ଜାନୁଆରୀ ପହିଲା ଏବଂ ୨ ତାରିଖରେ ଦର୍ଶନ ବନ୍ଦ ରହିବ। ତେବେ ଶ୍ରୀମନ୍ଦିର ବାହାରୁ ପତିତପାବନଙ୍କ ଦର୍ଶନ କରିହେବ । ଏପଟେ ନୂଆବର୍ଷ ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି […]

କଳା ଓ ସଂସ୍କୃତି ଧର୍ମ

ପୁରୀ ବାସୀଙ୍କ ପାଇଁ ବୀରତ୍ୱ ଓ ପୌରୁଷର ପ୍ରତୀକ ନାଗା ମୂର୍ତ୍ତି

ପୁରୀ ୦୭।୧୦- ଶାରଦୀୟ ଦୂର୍ଗା ପୂଜାକୁ ଗୋଷାଣୀ ଯାତ୍ରା ଭାବେ ପାଳନ କରାଯାଇଥାଏ ପୁରୀରେ। ତେବେ ଏହି ଅବସରରେ ବିଭିନ୍ନ ସାହି ମାନଙ୍କରେ ମା’ ଙ୍କର ମୃଣ୍ମୟ ଗୋଷାଣୀ ପ୍ରିତିମା ସହ ବିରାଟ କାୟ ନାଗାମୁର୍ତ୍ତି ନିର୍ମାଣ ଏବଂ ପୂଜା କରିବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ନାଗା ପୁରୀ ବାସିଙ୍କ ପାଇଁ ପୌରୁଷ ଓ ବିରତ୍ୱର ପ୍ରତୀକ ହୋଇଥିବାରୁ ଏହି ଅବସରରେ ନାଗାମୂର୍ତ୍ତି ଗୁଡ଼ିକ ପୂଜା ଓ ଆବାହନ ପୁରୀର ଏକ ନିଆରା […]