ଓଡିଆ ଫିଲ୍ମରେ ଗୀତ ଗାଇବେ ଦୁଲେ ରାପର: ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଦେଲେ ସୁଯୋଗ, ଅପେକ୍ଷାରେ ପ୍ରଶଂସକ
ଭୁବନେଶ୍ବର୧୦/୧୧: ଓଡ଼ିଆ ସିନେମାରେ ଗୀତ ଗାଇବେ ଦୁଲେ ରାପର। ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି ଓରଫ ଦୁଲେ ରାପରଙ୍କୁ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଦୁଲେ ରାପରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ସୁନ୍ଦରଗଡ଼ର ଝିଅ ସ୍ଵର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ। ‘ଜିଓ ବାଲା ଆଣ୍ଟି ‘ ଶୀର୍ଷକ ଏହି କମର୍ସିଆଲ […]