ରାତିରେ ହସ୍ତଗଣ୍ଠି ପଡ଼ିଲା, ସକାଳୁ ବିଦାୟୀ ପୂର୍ବରୁ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ବର
ଭରତପୁର: ରାଜସ୍ଥାନର ଭରତପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜୌତୁକ ପାଇଁ ରାତିରେ ବିବାହ କରିଥିବା ୨ ଜଣ କନ୍ୟାଙ୍କୁ ଛାଡ଼ି ବରଯାତ୍ରୀ ନେଇ ଫେରିଗଲେ ୨ ଭାଇ। ୨ କନ୍ୟା ସଂପର୍କୀୟ ଭଉଣୀ ବୋଲି ଜାଣିବାକୁ ମିଳିଛି। ରାତିରେ ସମସ୍ତ ରୀତିନୀତିରେ ବିବାହ ସରିବା ପରେ ସକାଳୁ ବରପକ୍ଷ ଲୋକ କନ୍ୟାପକ୍ଷ ଲୋକଙ୍କୁ ଯୌତୁକ ମାଗିଥିଲେ। କନ୍ୟାପକ୍ଷ ଯୌତୁକ ଦେବାକୁ ଅସମର୍ଥ ହେବାରୁ ବର ୨ ଜଣ ସକାଳୁ ବରଯାତ୍ରୀ ନେଇ ଫେରି ଯାଇଥିଲେ। […]