ଅପରାଧ ରାଜ୍ୟ

ପୋଖରୀରେ ମୃତଦେହ ଉଦ୍ଧାର, ଗୁରୁବାର ଗାଧୋଇବାକୁ ଯାଇ ଘରକୁ ଫେରିନଥିଲେ

ପାଟଣା ୧୪/୦୫: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମହିଁଶାମୁଣ୍ଡି ଗାଁ ନିକଟସ୍ଥ ହାତିବାରୀ ସାହି ବନ୍ଧକୁ ଗାଧେଇବାକୁ ଯାଇ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉକ୍ତ ଗ୍ରାମର ଲମ୍ବୋଦର ନାଏକ । ସେ ଗତ ଗୁରୁବାର ଅପରାହ୍ନରେ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ଖୋଜାଖୋଜି କରିବାରୁ ବନ୍ଧରେ ଭାସୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କେରଳ ଓ କର୍ଣ୍ଣାଟକ ପରେ ଓଡ଼ିଶାରେ ପାଦ ଥାପିଲା ଟମାଟୋ ଫ୍ଲୁ’, ବୟାଳିଶମୌଜା ଅଞ୍ଚଳରେ ୨୦ ଶିଶୁ ରୋଗର ଆକ୍ରାନ୍ତ !

କଟକ,୧୪/୦୫: କେରଳ ଓ କର୍ଣ୍ଣାଟକରେ ଟମାଟୋ ଫ୍ଲୁ’ଆତଙ୍କ ଦେଖାଯାଇଛି । ୫ ବର୍ଷରୁ କମ୍‌ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍‌ ସେହିଭଳି ଲକ୍ଷଣ ଥିବା ପ୍ରାୟ ୨୦ଜଣ ଶିଶୁ କଟକ ବୟାଳିଶମୌଜା ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଶିଶୁମାନଙ୍କ ଜଂଘ ଓ ଅନ୍ୟାନ୍ୟ ଜାଗାରେ ଲାଲ ଫୋଟକା ଭଳି ଫଳିଯାଉଥିବାବେଳେ ଜ୍ୱର ଛାଡୁନାହିଁ । ଏହା ଟମାଟୋ ଫ୍ଲୁ’ ବୋଲି […]

ଅପରାଧ ରାଜ୍ୟ

ପୁରୀରୁ ୩ କୋଟିର ବ୍ରାଉନ୍‌ସୁଗାର ଜବତ, ମାଫିଆ ନଣ୍ଡା ଗିରଫ

ପୁରୀ ୧୪।୦୫ : ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ । ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଏତେ ମୂଲ୍ୟର ବ୍ରାଉନ୍‌ସୁଗାରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଯାହାର ଓଜନ ୩ କେଜି ହେବ ବୋଲି ସୂଚନା ରହିଛି । ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ପୁରୀର ମଙ୍ଗଳଘାଟ ଅଞ୍ଚଳରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡାକୁ ଗିରଫ କରିଛି । ଗିରଫ ପରେ […]

ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୮ ପଜିଟିଭ୍

ଭୁବନେଶ୍ୱର ୧୪।୦୫ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୨୯୦ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ […]

ମନୋରଞ୍ଜନ ରାଜ୍ୟ

ମୁଁ ଝିଅ ନୁହେଁ କି ଉର୍ବଶୀ ନୁହେଁ.. ମୁଁ ରାଣୀ ପଣ୍ଡା

ଭୁବନେଶ୍ୱର ୧୪।୦୫: ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା । ସବୁବେଳେ ନିଜ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ରାଣୀ ବର୍ତ୍ତମାନ ଅନ୍ୟ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ୍‌ ମିଡିଆରେ ରାଣୀ ପଣ୍ଡାଙ୍କ ଏକ ରିଲ୍‌ ଖୁବ ଭାଇରାଲ ହେଉଛି । ଭିଡିଓର କ୍ୟାପ୍‌ସନରେ ରାଣୀ ପଣ୍ଡାଙ୍କ ଡ୍ୟାନ୍ସ ଓ ଅଭିନୟକୁ ନେଇ ଯେତିକି ଚର୍ଚ୍ଚା ହେଉନି । ତାଠୁ ଭିଡିଓରେ ଲେଖାଥିବା କ୍ୟାପ୍‌ସନକୁ ନେଇ ଅଧିକ ଚର୍ଚ୍ଚା ହେଉଛି । […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ରନ୍ଧା ମଦ ଓ ପୋଚ ନଷ୍ଟ କଲା ଟିମ୍‌

ଭୁବନେଶ୍ବର, ୧୪।୦୫: ମଦ କାରବାରକୁ ନେଇ ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ କରିଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ରନ୍ଧା ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ଟିମ୍ । କଟକ ସ୍କ୍ବାଡ୍ ଓ ଭୁବନେଶ୍ବର ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଚଢ଼ାଉ କରି ହଜାର ହଜାର ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରିଥିଲା […]

ଅପରାଧ ରାଜ୍ୟ

ମାତିଛନ୍ତି ଲୁଟେରା, ରାମ ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

କୋଣାର୍କ ୧୪/୦୫: ଗତ କିଛି ଦିନ ଧରି ଗୋପ, କୋଣାର୍କ ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ଏହି ଅଞ୍ଚଳରେ ବାରମ୍ବାର ମୂର୍ତ୍ତି ଚୋରି ସହ ବିଭିନ୍ନ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁବୃର୍ତ୍ତ ମାନେ ଲୁଟ୍ କରିବା ଅଭିଯୋଗ ହେଉଛି । ତେବେ ଗତକାଲି ବିଳମ୍ବିତ ରାତ୍ରରେ କୋଣାର୍କ ମେଡିକାଲ ନିକଟସ୍ଥ କରମଙ୍ଗା ଗ୍ରାମ ରାମ ମନ୍ଦିରରୁ ହୁଣ୍ଡି ଦୁବୃର୍ତ୍ତ ମାନେ ଲକ୍ଷାଧିକ ଟଙ୍କା ଲୁଟ କରିଥିବା କୋଣାର୍କ ଥାନାରେ ଅଭିଯୋଗ ହୋଇଛି । ତେବେ ଦୀର୍ଘ […]

ଅପରାଧ ରାଜ୍ୟ

ଘାଟିରୁ ମିଳିଲା ହିରୋଙ୍କ ମୃତଦେହ, ବୁଧବାରଠୁ ଥିଲେ ନିଖୋଜ

ସୋନପୁର ୧୪।୦୫ : ଘାଟିରୁ ଗଳିତ ମୃତଦେହ ଠାବ । ସୋନପୁର ଜିଲ୍ଲା ଡୁମେରଖୋଲ ଜଙ୍ଗଲ ଘାଟି ନିକଟରୁ ଏହି ଗଳିତ ମୃତଦେହ ଉଦ୍ଧାର । ମୃତକ ମେଣ୍ଡା ଗାଁର ହିରୋ ହାତୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗତ ବୁଧବାରଠୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଶନିବାର ଦିନ ସକାଳ ସମୟରେ ଡୁମେରଖୋଲ ଜଙ୍ଗଲ ଘାଟି […]

ଅପରାଧ ରାଜ୍ୟ

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର, ୫୩ ନମ୍ୱର ଏନ୍‌ଏଚ୍‌ ଅବରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର, ୧୪।୦୫: ଏନ୍‌ଏଚ୍‌ ୫୩ ଅବରୋଧ। ଯାତାୟତ ବାଧାପ୍ରାପ୍ତ। କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ପ୍ରିୟବ୍ରତ କାମାକ୍ଷାନଗରରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। […]

ଅପରାଧ ରାଜ୍ୟ

ଗଞ୍ଜେଇ ରେଡ୍ ବେଳେ ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କଲେ ଲୋକେ

ଲମତାପୁଟ ୧୪।୦୫: ଗଞ୍ଜେଇ ରେଡ୍ ବେଳେ ଗ୍ରାମବାସୀ ପୋଲିସ ମୁହାଁମୁହିଁ । ଚଡାଉ ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ପଡି ଜଣେ ପୋଲିସ କର୍ମଚାରୀ ଆହତ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ମାଟିଖାଲ ଗାଁରେ ମାଲକାନଗିରି ଜିଲ୍ଲା ପୋଲିସର ଚଡାଉ ସମୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ଗଞ୍ଜେଇ ରେଡ଼ ପାଇଁ ଗାଁ ଭିତରକୁ ପଶିଥିଲା ପୋଲିସ । ପ୍ରଥମେ ଗାଁର କିଛି ଲୋକଙ୍କ ଘରର କବାଟ ବାଡାଇ ଥିଲେ । […]