ଖେଳ ରାଜ୍ୟ

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌, ଶତ ପ୍ରତିଶତ କ୍ଷମତାରେ ଖେଳ ଦେଖିବେ ଦର୍ଶକ

କଟକ, ୧୯/୦୫: ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଶତ ପ୍ରତିଶତ କ୍ଷମତାକୁ ନେଇ ଖେଳ ଦେଖିବେ ଦର୍ଶକ । ଷ୍ଟାଡିୟମ୍‌ରେ ସମ୍ପୂର୍ଣ୍ଣ ସିଟ୍‌ରେ ଦର୍ଶକ ଖେଳ ଦେଖିବା ନେଇ ବିସିସିଆଇ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି । ଜୁନ ୧୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ । ଏ ନେଇ ପୂର୍ବରୁ ସୂଚନା ଦେଇଛନ୍ତି […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ ଫିଲ୍ମର ଶୁଟିଂ ପାଇଁ ବାହାରିଲେ ଆଲିଆ, କହିଲେ-ମୁଁ ବହୁତ ନର୍ଭସ ଅଛି

ମୁମ୍ବାଇ୧୯।୦୫: ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଅଭିନେତ୍ରୀ ନିକଟରେ ଅଭିନେତା ରଣବୀର କପୁରଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ହଲିଉଡ ଫିଲ୍ମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ହଲିଉଡ ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ସୁଟିଂ ପାଇଁ ଆଲିଆ ଭଟ୍ଟ ବାହାରିଛନ୍ତି। ଏହି ଚଳଚ୍ଚିତ୍ରରେ ହଲିଉଡ ଅଭିନେତ୍ରୀ ଗେଲ ଗୋଟେଡ୍ ମଧ୍ୟ ତାଙ୍କ ନଜର ଆସିବେ। ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି […]

ଦେଶ ବିଦେଶ ମନୋରଞ୍ଜନ

ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲାରେ ଏତଲା ଦାଖଲ କଲା ଇଡି

ମୁମ୍ବାଇ ୧୯।୦୫ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହାପୂର୍ବରୁ ୨୦୨୧ରେ ମୁମ୍ବାଇ ପୋଲିସ ତାଙ୍କୁ ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ କରିଥିଲା ​​। ବର୍ତ୍ତମାନ ରାଜ କୁନ୍ଦ୍ରା ଏହି ମାମଲାରେ ଜାମିନରେ ଆସିଥିଲେ। ବର୍ତ୍ତମାନ ସେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାଙ୍କ ନାଁରେ ଇଡି ଦ୍ଵାରା ମନି ଲଣ୍ଡରିଂ ମାମାଲା ରୁଜୁ ହୋଇଛି […]

ଅପରାଧ ଦେଶ ବିଦେଶ

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଥିନର ଫ୍ୟାକ୍ଟ୍ରିରେ ନିଆଁ, ଲିଭାଇବାକୁ ୧୭ ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ, ୧୯|୦୫ : ଭୟଙ୍କର ଅଗ୍ନିକାଣ୍ଡ । ପୁଣି ଦିଲ୍ଲୀରେ ନିଆଁ । ନୂଆଦିଲ୍ଲୀରେ ଅଗ୍ନିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁରୁବାର ବଓ୍ୱାନାରେ ଥିବା ଏକ ଫାକ୍ଟ୍ରିରେ ଭୀଷଣ ନିଆଁ ଲାଗିଛି । ଯାହାକୁ ଆୟତ୍ତ କରିବା ପାଇଁ ୧୭ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି । ରିପୋର୍ଟ ଅନୁସାରେ, ଦିଲ୍ଲୀର ବଓ୍ୱାନାରେ ଥିବା ଏକ ଥିନର(ଏକ ପ୍ରକାର) ଫାକ୍ଟ୍ରିରେ ନିଆଁ ଲାଗିଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ […]

ଅପରାଧ ରାଜ୍ୟ

‘ତୁ ଭଲରେ ଥା ମୁଁ ଯାଉଛି, ଆଉ ହେବନି ଦେଖା’ ; ପ୍ରେମ ପାଇଁ ଗଲା ଅବିନାଶଙ୍କ ଜୀବନ

ଭୁବନେଶ୍ବର ୧୯।୦୫ : ଆଉ କିଛି ଦିନ ପରେ ମୁଁ ବାହାରକୁ ଚାଲିଯିବି । ଆଉ ତୋ ସହ ଦେଖାହେଇପାରିବନି । ମୋତ ଭୁଲିଯାଅ । ଘରେ ପାଖରେ ଥିବା ଜଣେ ଯୁବତୀଙ୍କୁ ଆଧାର କରି ଏପରି ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି ବୋଲି କହିଛନ୍ତି ମୃତ ଅବିନାଶଙ୍କ ସଂପର୍କୀୟ । ଇନ୍‌ଫୋସିଟି ଥାନା ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଘ ମୃତଦେହ ମିଳିବା ଘଟଣାରେ ଆସିଛି ନୂଆ ଏପରି କିଛି ଟ୍ୱିଷ୍ଟ । ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଛି […]

ଅପରାଧ ରାଜ୍ୟ

ପୋଲିସ ପଞ୍ଝାରେ ୨ କୁଖ୍ୟାତ ଲୁଟେରା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

ଭୁବନେଶ୍ବର ୧୯।୦୫ : କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ । ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଲୁଟେରା । ଏନେଇ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ […]

ଅପରାଧ ରାଜ୍ୟ

ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ

ସାନଖେମୁଣ୍ଡି ୧୯।୦୫ : ବାଇକକୁ ପିଟିଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟ ମୃଗ ବିହାର ସମ୍ମୁଖରେ ଘଟିଛି ଦୁର୍ଘଟଣା। ଖବର ଅନୁଯାୟୀ, ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଯାଉଥିଲା । ଗଞ୍ଜାମ ଜିଲ୍ଲା ତପ୍ତପାଣି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ […]

ଅପରାଧ ଦେଶ ବିଦେଶ

ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ : ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ନେଇ ନିଜେ କରିଥିଲା ସ୍ୱୀକାର

ନୂଆଦିଲ୍ଲୀ, ୧୯|୦୫ : କାଶ୍ମୀରର ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକ ଦୋଷୀ ସାବ୍ୟସ୍ତ । ଟେରର୍ ଫଣ୍ଡିଂ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନଆଇଏ କୋର୍ଟରେ ବିଚାର ବେଳେ ଏହି ପ୍ରମାଣିତ ହୋଇଛି । ତେବେ ତାଙ୍କୁ କେତେ ବର୍ଷ ଜେଲଦଣ୍ଡ ହେବ ତାହା ଆଗାମୀ ୨୫ ତାରିଖରେ ଜଣାପଡିବ । ସୂଚନାନୁସାରେ, ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଏନଆଇଏ ଗିରଫ କରିଥିଲା । ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ […]

ଅପରାଧ ରାଜ୍ୟ

ମିଳିଲାନି ନ୍ୟାୟ, ଥାନାରେ ଆଗରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ମାଲକାନଗିର ୧୯।୦୫ : ନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମାଲକାନଗିରି ଆଦର୍ଶ ଥାନା ସମ୍ମୁଖରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି । ଖବର ଅନୁଯୟାୟୀ, ଗତ ୯ ତାରିଖ ଦିନ ଗଙ୍ଗଳା ଗାଁର ୧୦ ରୁ ୧୨ ଜଣ ବ୍ୟକ୍ତି ସୁକାନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ […]

ଅପରାଧ ରାଜ୍ୟ

ରାସ୍ତାକଡ଼ରୁ ମିଳିଲା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ, ହତ୍ୟା ପରେ ଫିଙ୍ଗାଯାଇଥିବା ଅଭିଯୋଗ

ମୋହନା ୧୯।୦୫ : ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଶିଅlଳୀଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଏଭଳି ଘଟଣା ଘଟିଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆର. ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ମାଛଘରl ଗାଁର କlବୁଲା ବଳିଆରସିଂ ବୁଧବାର ତାଙ୍କ ଭାଇ ସହ ଗୋଟିଏ ବାଇକ୍‌ […]