ଯୁବକଙ୍କୁ କଚାଡି ମାରିଲା ହାତୀ, ମୃତ୍ୟୁର ଦିନକ ପରେ ଠାବ ହେଲା ମୃତଦେହ
ଢେଙ୍କାନାଳ ୨୨।୦୫: ଯୁବକଙ୍କୁ କଚାଡି ମାରିଲା ହାତୀ । ମୃତକ ହେଲେ ହିନ୍ଦୋଳ ଉପଖଣ୍ଡର ରାସୋଳ ଥାନା ଚିତଲପୁରର ନାଭ ପ୍ରଧାନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବୁହାଳିପାଳ ନିକଟରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ନାଭ ଶନିବାରଠାରୁ ଘରୁ ସାଇକେଲ ଯୋଗେ ବାହାରି ବନ୍ଧୁ ଘରକୁ ଯାଉଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ । ବାଟରେ ସେ ହାତୀ ହାବୁଡରେ ପଡି ଯିବାରୁ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । […]