ଅପରାଧ ରାଜ୍ୟ

କମିଶନରେଟ ପୋଲିସ ହାତରେ ହାଇୱେ ଲୁଟେରା, ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ

ଭୁବନେଶ୍ୱର ୧୪/୦୭: କମିଶନରେଟ ପୋଲିସକୁ ବିପୁଳ ସଫଳତା । ପୋଲିସ ପଞ୍ଝାରେ ଧରାପଡିଛନ୍ତି ତିନି ହାଇୱେ ଲୁଟେରା । ମାଷ୍ଟର ମାଇଣ୍ଡ ସନ୍ତୋଷ ନାୟକ ସମେତ ପ୍ରଶାନ୍ତ ଘଡେଇ ଓ ସୁରଜ ଘଡେଇକୁ କାବୁ କରିଛି ସହିଦନଗର ଥାନା ପୋଲିସ । ଏମାନଙ୍କ ନିକଟରୁ ୧୦୦ରୁ ଅଧିକ ମୋବାଇଲ ସୁନା ଗହଣା ସମେତ ଦୁଇଟି ପଲସର ବାଇକ୍ ଜବତ ହୋଇଛି । ଏହି ଲୁଟେରାମାନେ କେବଳ ରାଜଧାନୀ ନୁହଁ ଖୋର୍ଦ୍ଧା, କଟକ, ପୁରୀ ରାସ୍ତାରୁ କରୁଥିଲେ ଲୁଟ୍‌ପାଟ […]

ଅପରାଧ ରାଜ୍ୟ

ବଢିଲା ଚିତ୍ରକୋଣ୍ଡା SDPOଙ୍କ ଅଡୁଆ, ଏସଡିଜେଏମ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ ୪ ପୀଡିତା

ଚିତ୍ରକୋଣ୍ଡା ୧୪।୭: ବଢୁଛି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଅଡୁଆ । ରାତି ଅଧରେ ଘରେ ପସି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନେଇ ବିଧାନସଭା ଅଚଳ ହେବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୀଡିତା ମହିଳାମାନେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚିତ୍ରକୋଣ୍ଡା ଏସଡିପିଓଙ୍କ ବିରୋଧରେ ୪ ଜଣ ପୀଡିତା ମାଲକାନଗିରି ଏସଡିଜେଏମ୍ କୋର୍ଟରେ ସିଆରପିସି ୨୦୦ରେ ଏକ ୧ସିସି ଦାଖଲ […]

ଅପରାଧ ରାଜ୍ୟ

ପିଛା ଛାଡୁନି ବିବାଦ, ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର

ସୋନପୁର ୧୪।୭: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ୍ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ । ସୂଚନାଯୋଗ୍ୟ ଯେ, ଗୁରୁବାର ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା […]

ଅପରାଧ ରାଜ୍ୟ

ନବଜାତ ଶିଶୁ ମାରି ଜଙ୍ଗଲରେ ପୋତିଦେଲେ, ପୋଲିସ ଖୋଜୁଛି କାରଣ…

ମାଲକାନଗିରି ୧୪।୦୭ : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୦୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୪।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୭୧ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୬୧୩୨କୁ ବୃଦ୍ଧି ପାଇଛି । […]

ଅପରାଧ ରାଜ୍ୟ

ପେଟ୍ରୋଲ୍ ପମ୍ପରୁ ଲୁଟ୍, ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା

ସୋର ୧୪।୦୭ : ପେଟ୍ରୋଲ୍ ପମ୍ପରୁ ଲୁଟ୍। ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଲୁଟେରା। ବାଲେଶ୍ୱର ଜିଲ୍ଲା ସୋର-୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଏହି ଲୁଟ୍ ହୋଇଛି । ଲୁଟ୍ ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ଅନୁଯାୟୀ, ତେଲ ପକାଇବାକୁ ଆସି ୩ ଜଣ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସରେ ଲାଗିଥିବା କାଚ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ୬ ଫୁଟ୍‌ ଦୂରତା ମାନିବା ଜରୁରୀ

ସମ୍ବଲପୁର ୧୪।୦୭ : ଭୁବନେଶ୍ବର ପରେ ଏଣିକି ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାସ୍କ ବାଧ୍ୟତାମୂଳକ। ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । ସମ୍ବଲପୁର ମହାନଗର ନିଗମ ଅଂଚଳରେ ରହୁଥିବା ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ଗାଇଡଲାଇନ ଜାରି ହେବା ସହ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ କୁହାଯାଇଛି […]

ଅପରାଧ ରାଜ୍ୟ

ଶହୀଦନଗରରୁ ଯୁବତୀଙ୍କୁ କାର୍‌ରେ ଅପହରଣ କରିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୩/୦୭: ଭୁବନେଶ୍ୱରରେ ଥିବା ଶହୀଦନଗର ଅଞ୍ଚଳରୁ ଯୁବତୀଙ୍କୁ ଅପହରଣ ଅଭିଯୋଗ। ଏକ କଳା ସ୍ୱିଫ୍ଟ ଡିଜାୟାର୍‌ କାର୍‌ରେ କିଛି ଯୁବକ ଆସି ସେହି ଯୁବତୀଙ୍କୁ ଜୋର୍‌ ଜବରଦସ୍ତି କରି କାର୍‌ରେ ବସାଇ ଅପହରଣ କରି ନେଇଛନ୍ତି। ଅପହରଣ ପରେ କିଛି ସ୍ଥାନୀୟ ଲୋକ ସେହି କାର୍‌କୁ ପିଛା କରିଥିଲେ। ପରେ କାର୍‌କୁ ଅଟକାଇବା ପାଇଁ ଲୋକମାନେ କାର୍‌କୁ ପଥର ମାଡ଼ କରିଥିଲେ। କିନ୍ତୁ କାର୍‌କୁ ଦୁର୍ବୃତ୍ତମାନେ ନେଇ ପଳାଇଯାଇଛନ୍ତି। ଅପହପରଣ ହୋଇଥିବା ଯୁବତୀଙ୍କ ପରିଚୟ ମିଳିପାରି […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ପିଡ୍ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବରଗଡ ୧୨।୭: ସ୍ପୀଡ଼ ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ଶବ ରଖି ବରଗଡ ଭଟଲି ଛକରେ ରାସ୍ତାରୋକ । ଭଟଲି ଛକରୁ ଭଟଲି ପର୍ଯ୍ୟନ୍ତ ଆଲୋକୀକରଣ, ରାସ୍ତା ପ୍ରଶସ୍ତିକରଣ, ଅଭିଯୁକ୍ତମାନଙ୍କୁ ଗିରଫ ସହ ମୃତ ଯୁବକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଦାବି ନେଇ ରାସ୍ତାରୋକ ଜାରି ରହିଛି । ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆ ପାଲି କେନାଲ ପଡାର ଚତୁର୍ଭୁଜ ଲୁହା ନାମକ ଜଣେ ଯୁବକ ସୋମବାର […]

ଅପରାଧ ରାଜ୍ୟ

ଆମ୍ବତୋଟାରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଖଲ୍ଲିକୋଟ ୧୨।୦୪ : ଆମ୍ବତୋଟାରେ ଝୁଲୁଛି ଯୁବକଙ୍କ ମୃତଦେହ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଆମ୍ବଝର ନୂଆଁପଲ୍ଲୀ ଓ ତାଳପଡ଼ା ମୁଖ୍ୟରାସ୍ତାର ଘଟଣା । ମୃତକ ଜଣଙ୍କ ହେଲେ ପାଳଧୁଆପଲ୍ଲୀ ଗାଁର ରଞ୍ଜିତ ଗୌଡ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଆଁପଲ୍ଲୀ ଓ ତାଳପଡ଼ା ମୁଖ୍ୟରାସ୍ତା କଡ଼ରେ ଥିବା ଆମ୍ବତୋଟାରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ଖଲ୍ଲିକୋଟ ଥାନାକୁ ଖବର ଦିଆଯାଇଥିଲା । ଏହାପରେ ପୋଲିସ ସୂଚନା […]