ଅପରାଧ ରାଜ୍ୟ

କଳାକନା ବୁଲାଇଦେଲେ ଲୁଟେରା, ୫ଟି ଦୋକାନରୁ ଟଙ୍କା ଓ ସାମଗ୍ରୀ ନେଇଗଲେ ଚୋର

ଢେଙ୍କାନାଳ ୩୦।୦୫: ମାତିଛନ୍ତି ଲୁଟେରା । ଢେଙ୍କାନାଳ ସହରରେ ହୋଇଛି ସିରିଜ ଲୁଟ୍‌ । ଏକାକାଳୀନ ୫ଟି ଦୋକାନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । ଅଭିଯୋଗ ପରେ ଟାଉନ୍‌ ଥାନା ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ଢେଙ୍କାନାଳ ସହରର କଲେଜ ବାଇପାସ୍‌ ଛକରେ ଥିବା ୫ଟି ଦୋକାନରୁ ଏକକାଳୀନ ଲୁଟ୍‌ ହୋଇଛି ।ସମାନ ଢଙ୍ଗରେ ଦୋକାନ ଗୁଡିକର ତାଲା ଭାଙ୍ଗି ଲୁଟେରାମାନେ ଲୁଟ୍‌ କରିଛନ୍ତି । […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ବାହାରିଲେ ୬ ଜଣ କୋଭିଡ ପଜିଟିଭ

ଭୁବନେଶ୍ଵର ୩୦।୦୫ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୩୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା […]

ଅପରାଧ ରାଜ୍ୟ

ବିଲକୁ ଯିବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ଚାଲିଗଲା ମହାଦେବଙ୍କ ଜୀବନ

ବାଙ୍କୀ ୩୦।୦୫ : ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହାଦେବ ସାହୁ ବୋଲି ଜଣାପଡିଛି । ବାଙ୍କି ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ମହାଦେବ ବିଲକୁ କାମ କରିବାକୁ ଯାଉଥିଲେ । ଠିକ୍‌ ଏହି ସମୟରେ ପାଖ ଜମିରେ ଜଙ୍ଗଲୀ ବାର୍‌ହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସିଥିଲେ ମହାଦେବ । […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କାଳବୈଶାଖୀ ତାଣ୍ଡବ, ଉଡିଗଲା ସ୍କୁଲ ଘର ଛାତ

ସାନଖେମୁଣ୍ଡି ୩୦।୦୫: ଘୂର୍ଣ୍ଣିବଳୟ ଝଡରେ ଉଡ଼ିଗଲା ସ୍କୁଲ ଛାତ। ଏବେ ପିଲାଏ ପଢ଼ିବେ କେଉଁଠି ? ତାକୁ ନେଇ ଉଠିଛି ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଦୟାନିଧିପୁର ପଞ୍ଚା ବଢିଆ ଉତ୍ସା ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ରବିବାର ଦିନ ଅପରାହ୍ନରେ କାଳ ବୈଶାଖୀ ବର୍ଷା ଓ ପବନ ରଚିଥିଲା ତାଣ୍ଡବ । ଯାହାଫଳରେ ଗାଁରେ ଥିବା ସ୍କୁଲ ଘର ଛାତ ଉଡିଯାଇଛି । ଏପିରିକି ସ୍କୁଲ ଛାତ ନୁହେଁ, […]

ଅପରାଧ ରାଜ୍ୟ

ନିଲମ୍ବିତ ପ୍ରଧାନଶିକ୍ଷକଙ୍କ ନାଁରେ ଥାନାରେ ଏତଲା, ଜାଲ୍ ସାର୍ଟିଫିକେଟ୍ ଦେଇ କରୁଥିଲେ ଚାକିରୀ

ପାଟଣା ୩୦।୦୫ : ନିଲମ୍ବିତ ଶିକ୍ଷକଙ୍କ ନାଁରେ ଥାନାରେ ଏତଲା । ଜାଲ୍ ବିଇଡି ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ନକଲି ଶିକ୍ଷକ ଜଣଙ୍କ କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ବିଲ୍ଲାରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା। ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି । ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବିଲ୍ଲାରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ […]

ଅପରାଧ ରାଜ୍ୟ

ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ, ୨ ମୃତ ଓ ୩ ଗୁରୁତର

ଅନଗୁଳ ୩୦/୦୫ : ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା । ପିଆଜ ବୋଝେଇ ଟ୍ରକ ସହ ଧକ୍କା ହେଲା ଅଟୋ । ଫଳରେ ଘଟଣା ସ୍ଥଳରେ ୨ ମହିଳା ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ୫୫ ନଂ ଜାତୀୟ ରାଜପଥ ମରାତିରା ଗଣ୍ଡିମୁଣ୍ଡା ନିକଟରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ଦୁର୍ଗାପୁରର ୪୯ ବର୍ଷୀୟ କାନ୍ତି ସାହୁ ଓ ଜରପଡା ଗାଁର ୫୧ ବର୍ଷୀୟ କୋକିଳ ସାହୁ । ସେହିଭଳି […]

ଅପରାଧ ରାଜ୍ୟ

ରେଳ ଷ୍ଟେସନରୁ ୩୪ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର ୩୦।୦୫: ଭୁବନେଶ୍ୱର ରେଳ ଷ୍ଟେସନରୁ ବିପୁଳ ପିରମାଣର ଗଞ୍ଜେଇ ଜବତ । ପ୍ରାୟ ୩୪ କିଲୋର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଯୁବକ ଜଣଙ୍କ ଜଣେ ଟାକ୍ସି ଡ୍ରାଇଭର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଭୁବନେଶ୍ୱରରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ଯୁବକ ପ୍ରଦୀପ ରାଠୋଡ଼ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୩୪ କିଲୋର ଗଞ୍ଜେଇ ଜବତ ହୋଇଛି । ତେବେ ଏତେ […]

ଅପରାଧ ରାଜ୍ୟ

ଝରକା ଭାଙ୍ଗି ଘରେ ପଶିଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କା ସହ ସୁନା-ରୂପା ନେଇଗଲେ ଦୁର୍ବୃତ୍ତ

ଧର୍ମଗଡ଼ ୩୦।୦୫: ଘରେ ପଶି ଡକାୟତି । କଳାହଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ପଞ୍ଜିଆ ଗାଁରେ ଏପରି ଲୁଟ୍‌ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପଞ୍ଜିଆ ଗାଁରେ କିଶାନ ମେହେରଙ୍କ ଘରେ ୧୦ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପଛପଟ ଝରକା ଭାଙ୍ଗି ପଶିଥିଲେ । ଏବଂ କିଶାନ ମେହେର ଓ ତାଙ୍କ ସ୍ତ୍ରୀଙ୍କ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହିତ […]

ଅପରାଧ ରାଜ୍ୟ

ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

କରଞ୍ଜିଆ ୩୦।୦୫: ମଦ୍ୟପ ସ୍ବାମୀର ଉନ୍ମତ୍ତ କାଣ୍ଡ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅସୁରା ଗାଁ ଖଡ଼ିଆ ସାହିର ଘଟଣା। ଖବର ଅନୁଯାୟୀ, କୌଣସି କଥାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ । ମୃତ ସ୍ତ୍ରୀ ହେଲେ କାଲି ଦେହୁରୀ। ହତ୍ୟା କରିବା ପରେ ସ୍ବାମୀ ଭରତ ଦେହୁରୀ ଫେରାର ହୋଇଯାଇଛନ୍ତି। ସେପଟେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଦୁର୍ଘଟଣା, ବେଲ୍‌ଟରେ ଚାପି ହୋଇ ଶ୍ରମିକ ମୃତ

ରାଉରକେଲା ୩୦।୦୫: ରାଉରକେଲା ଷ୍ଟିଲ ପ୍ଲାଣ୍ଡରେ ଦୁର୍ଘଟଣା । ବ୍ଲାକ ଗ୍ରେନେସ୍‌ ଫାଠିଯିବାରୁ ବେଲ୍‌ଟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଠିକା ଶ୍ରମିକ ରାଉରକେଲା ଫର୍ଟିଲାଇଜର ଅଞ୍ଚଳର ଘନଶାଳା ମୁଣ୍ଡୁରି ବୋଲି ଜଣାପଡିଛି । ପୋଲିସ ଓ କମ୍ପାନୀ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ସେପଟେ ମୃତ୍ୟୁ ଖବର ଶୁଣି ଘନଶାନାଙ୍କ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।