ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୧ ଜଣ କୋଭିଡ ପଜିଟିଭ

ଭୁବନେଶ୍ଵର ୦୨।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୬୫ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି […]

ଅପରାଧ ରାଜ୍ୟ

ହିନ୍ଦୋଳ SDPOଙ୍କ ବେଆଇନ ସମ୍ପତ୍ତିର ପେଡି ଖୋଲୁଛି ଭିଜିଲାନ୍ସ, ସେପଟେ ଟଙ୍କା ଓ ସୁନା ଗହଣା ଆଟାଚ ଧରି ଛୁ ମାରିଲେ ପତ୍ନୀ

ଢେଙ୍କାନାଳ ୨।୬: ଜଣେ କ୍ରସର ମାଲିକଙ୍କୁ ନାନା କେସ୍ ଭୟ ଦେଖାଇ ୩୦ ହଜାର ଟଙ୍କା ଚାନ୍ଦା ଆଦାୟ କରୁଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏସଡିପିଓ ମଳୟ କିଶୋର ନାୟକ । ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିର ପେଡି ଖୋଲିବାରେ ଲାଗିଛି ଭିଜିଲାନ୍ସ । ମଳୟଙ୍କୁ ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ କାବୁ କରିବା ପରେ ଏକ ମାମଲା ରୁଜୁ କରି ଗିରଫ କରିଛି । ତେବେ ଗିରଫ ଏହି […]

ଅପରାଧ ରାଜ୍ୟ

ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ, ଆନ୍ତରାଜ୍ୟ ମାଫିଆଙ୍କ ସମ୍ପତ୍ତି ସିଲ୍

ଉମରକୋଟ ୨।୬: ନବରଙ୍ଗପୁର ଜିଲ୍ଲାର ଗଞ୍ଜେଇ ମାଫିଆଙ୍କ ବେଆଇନ ସମ୍ପତ୍ତି ଉପରେ ଆଇନର ଛାଟ । ଗଞ୍ଜେଇ କାରବାର କରି ବେଆଇନ ଭାବେ ଠୁଳ କରିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତ ଅନ୍ତର୍ଗତ ବିଏସ ପଦର, ବାଣୁଆଗୁଡା ଗ୍ରାମର ସୁବାସ ବିଶୋୟୀଙ୍କ ଦୁଇ ପୁଅ ସୁଧୀର ବିଶୋୟୀ ଓ ରାମ ଚନ୍ଦ୍ର ବିଶୋୟୀ ଏହି ତିନି ଗଞ୍ଜେଇ ମାଫିଆଙ୍କଠାରୁ ପ୍ରାୟ ୧.୨୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ୍ କରିଛି […]

ଅପରାଧ ରାଜ୍ୟ

ଗଞ୍ଜେଇ ମାଫିଆଙ୍କ ନୂଆ ଫଣ୍ଡା, ନଡିଆ ବୋଝେଇ ଟ୍ରକରେ ଚାଲାଣ ବେଳେ ମାଡିବସିଲା ପୋଲିସ

ମୁନିଗୁଡ଼ା ୦୨।୦୬ : ରାୟଗଡା ଜିଲ୍ଲା ବିଷମ କଟକ ପୋଲିସକୁ ବଡ଼ ସଫଳତା। ବଡ଼ ଚତୁରତାର ସହ ପୋଲିସ ଆଖିରେ ଧୂଳି ଦେଇ ନଡିଆ ବୋଝେଇ ମିନି ଟ୍ରକରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ଉତ୍ତର ପ୍ରଦେଶ କୁ ଗଞ୍ଜେଇ ଚୋର ଚାଲାଣ ହେଉଥିବା ସମୟରେ ବିଷମ କଟକ ପୋଲିସ ହାବୁଡ଼ ରେ ପଡିଗଲା ଏହି ମିନି ଟ୍ରକ । ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବିଷମ କଟକ ପୋଲିସ ହାଜାରଡାଙ୍ଗ ଗାଁ ନିକଟରେ […]

ଅପରାଧ ରାଜ୍ୟ

ରାଜଧାନୀରେ ସିରିଜ ଦୁର୍ଘଟଣା, ୫ଟି କାରକୁ ପିଟିଲା ଟ୍ରକ

ଭୁବନେଶ୍ୱର ୦୨।୦୬: ରାଜଧାନୀରେ ସିରିଜ ଦୁର୍ଘଟଣା । ରସୁଲଗଡରେ ୫ ଟି କାରକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ରସୁଲଗଡ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ ୫ଟି କାର୍‌କୁ ପିଟିଛି । ଯାହାଫଳରେ ଏହି ଦୁର୍ଘଟଣାରେ ୪ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳ ଷଷ୍ଠୀ ଯାତ୍ରା: ବିରାଟ ପଟୁଆରରେ ଯାଇ ମୁଖ୍ୟ ଦେବାଦେବୀଙ୍କୁ ନିମନ୍ତ୍ରଣ କଲେ ନୃସିଂହ ମହାପ୍ରଭୁ

ସମ୍ୱଲପୁର ୦୨/୦୬: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁଷ୍ଠିତ ହୋଇଯାଇଛି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ବା ନୃସିଂହ ନିଉତା । ଦେବ ଦେବ ମହାଦେବଙ୍କ ବାହାଘର ପାଇଁ ବିମାନରେ ବିଜେ କରି ନୃସିଂହ ମହାପ୍ରଭୁ ନିମନ୍ତ୍ରଣରେ ବାହାରିଥିଲେ । ସମ୍ବଲପୁର ସହରର ମୁଖ୍ଯ ଦେବାଦେବୀଙ୍କୁ ବାହାଘର ନିମନ୍ତ୍ରଣ ଦେଇଛନ୍ତି ନୃସିଂହ ମହାପ୍ରଭୁ । ବିରାଟ ପଟୁଆରରେ ବାହାରି ପଇତା, ଗାମୁଛା, ଗୁଆ, ହଳଦୀ, ମିଠା ନେଇ ନିମନ୍ତ୍ରଣ ଦେଇଛନ୍ତି ନୃସିଂହ ମହାପ୍ରଭୁ । ମହାଦେବ […]

ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ, ନାଁ ନନେଇ ଜଣେ ଓଡିଆ ଅଭିନେତ୍ରୀଙ୍କ ଉପରେ ବର୍ଷିଲେ ସାଂସଦ

କଟକ ୦୨/୦୬: ସାଂସଦ ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏଥର ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ କିଛି କହିନାହାଁନ୍ତି । ଏଥର କିନ୍ତୁ ସେ ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ଓଗାଳିଛନ୍ତି ବିଷ । ନାଁ ନନେଇ ପରୋକ୍ଷରେ ଖୁବ ବର୍ଷିଛନ୍ତି ସାଂସଦ ଅନୁଭବ । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର । ମିଛରେ ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅନୁଭବ […]

ଅପରାଧ ରାଜ୍ୟ

ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ, ୨ଟି ହାତୀଦାନ୍ତ ଜବତ

ଭୁବନେଶ୍ୱର ୦୨।୦୬: ଏସ୍‌ଟିଏଫ୍‌ ପଞ୍ଝାରେ ହାତୀଦାନ୍ତ ବେପାରୀ । ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ କଲା ଏସ୍‌ଟିଏଫ୍‌ । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରିଛିଏସ୍‌ଟିଏଫ୍‌ । ଖବର ଅନୁଯାୟୀ, ହାତୀଦାନ୍ତ କାରବାର ନେଇ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ ଅନୁଗୁଳ ପୁରୁଣାକୋଟ ଅଞ୍ଚଳରୁ ୨ଟି ହାତୀ ଦାନ୍ତ ଜବତ ସହ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌ । ଗିରଫ ବେପାରୀ ଜଣଙ୍କ ହେଲା ପୁରୁଣୀକୋଟ ଅଞ୍ଚଳର ଦୁର୍ଯ୍ୟଧନ ପ୍ରଧାନ […]

ଅପରାଧ ରାଜ୍ୟ

ବସ୍ ପଛରେ ପିଟିହେଲା କାର୍, ୩ ଗୁରୁତର : କାର ଜବତ

ଚଣ୍ଡିଖୋଲ ୦୨/୦୬: ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ ନିକଟରେ ସକାଳୁ ଘଟିଛି ସଡକ ଦୁର୍ଘଟଣା । କଲିକତାରୁ ପୁରୀ ଅଭିମୁଖେ ଆସୁଥିବା ଓ୍ୱାଗନର ଚଣ୍ଡୀଖୋଲ ଟ୍ରାଫିକ୍ ଠାରୁ ଦୂରରେ ଥିବା ହମ୍ସ ନିକଟରେ ବସ୍ ପଛରେ ପିଟିଥିଲା । ଫଳରେ କାରରେ ଯାଉଥିବା ଡୁମୁଡୁମା ଅଞ୍ଚଳର ଜୟନ୍ତ ବିଶ୍ୱାସ, ଅର୍ପିତ ବିଶ୍ୱାସ, ଜୋତିତା ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ […]

ଅପରାଧ ରାଜ୍ୟ

ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର, କିଛି ଦୋକାନୀଙ୍କୁ ତାଗିଦ କଲେ ମାଓବାଦୀ

ପଦ୍ମପୁର ୨।୬: ବରଗଡ ଜିଲ୍ଲା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ମାଓ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ କିଛି ଦୋକାନୀଙ୍କୁ ତାଗିଦ କରାଯାଇଛି । ଯେଉଁମାନେ ବେଶୀ ପରିମାଣର ରାସନ ସାମଗ୍ରୀ କିଣୁଛନ୍ତି ସନ୍ଦେହରେ ପୋଲିସକୁ ଖବର ଦେଉଛନ୍ତି ଦୋକାନୀ, ସେମାନଙ୍କୁ ତାଗିଦ କରିଛନ୍ତି ମାଓବାଦୀ । ସେମାନେ ଜାଣିଛନ୍ତି କେଉଁମାନେ ଖବର ଦେଉଛନ୍ତି, ତେଣୁ ସେମାନେ ସୁଧୁରି ଯାଆନ୍ତୁ ନଚେତ ଦଣ୍ଡିତ ହେବେ ବୋଲି ଚେତାବନୀ […]