ଅପରାଧ ରାଜ୍ୟ

ହାଇଦ୍ରାବାଦରେ ମର୍ସିଡିଜ୍‌ ଭିତରେ ନାବାଳିକା ସହ ଗଣଦୁଷ୍କର୍ମ; ପୁଲିସ ନଜରରେ ବିଧାୟକଙ୍କ ପୁଅ

ହାଇଦ୍ରାବାଦ: ହାଇଦ୍ରାବାଦରେ ଗୋଟାଏ ମର୍ସିଡିଜ୍‌ କାର୍‌ ଭିତରେ ଜଣେ ନାବାଳିକା ସହିତ ତନିଚାରିଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ବିଧାୟକଙ୍କ ପୁଅ ସମ୍ପୃକ୍ତ ଥିବା କଥା ପୁଲିସସୂତ୍ରରୁ ପ୍ରକାଶ। କନ୍ତୁ, ଏହି ଅପକର୍ମରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ପୁଲିସ କହିଛି। ଜୁନ୍‌ ୧ ତାରିଖ ବୁଧବାର ଦିନ ଜୁବିଲି ହିଲ୍‌ସ୍‌ ଥାନାରେ ପଞ୍ଜିକୃତ ହୋଇଥିବା ଏହି ମାମଲାର ବାସ୍ତବ ତଥ୍ୟାବଳି ଯାଞ୍ଚ କରିବା ଲାଗି ପୁଲିସ ତଦନ୍ତ ଆରମ୍ଭ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାଇନ ଫ୍ଲୁ, ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳର ଦୁଇ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୦୩/୦୬: କରୋନା, ଟମାଟୋ ଫ୍ଲୁ ଡର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଯଦିଓ ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇଥିଲା । ଏବେ ପୁଣିଥରେ ରାଜ୍ୟରେ ଚିହ୍ନଟ ହଇଛନ୍ତି ସ୍ୱାଇନ ଫ୍ଲୁ ରୋଗୀ । ଏବେ ରାଜଧାନୀ ଭୁବନେଶ୍ୱରେ SWINE ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । […]

ଅପରାଧ ରାଜ୍ୟ

ରେକର୍ଡ କଲା ଲମତାପୁଟ ପୋଲିସ, ଲୁଣ ବୋଝେଇ ଟ୍ରକରୁ ଜବତ କଲା ୫ ଟନରୁ ଅଧିକ ଗଞ୍ଜେଇ

ଲମତାପୁଟ ୦୩/୦୬: ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ । ୫ ଟନ ଗଞ୍ଜେଇ ବୋଝେଇ ୧୪ ଚକିଆ ଟ୍ରକ ସହ ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ଲମତାପୁଟ ପୋଲିସ । ଅଭିନବ ଉପାୟରେ ଲୁଣ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଲମତାପୁଟ ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସ.ଡ଼ି.ପିଓ.ଙ୍କ […]

ଅପରାଧ ରାଜ୍ୟ

ସୁପ୍ରିମକୋର୍ଟରେ ପରିକ୍ରମା ପ୍ରକଳ୍ପ ମାମଲା ରଦ୍ଦ, ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା

ନୂଆଦିଲ୍ଲୀ ୦୩/୦୬: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆସିଲା ରାୟ । ପେନାଲ୍ଟିଂ ସହ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ହୋଇଛି । ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୁପଯୋଗ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ପରିକ୍ରମା ପ୍ରକଳ୍ପକୁ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଗତକାଲି […]

ଅପରାଧ ରାଜ୍ୟ

ପୋଲିସ ସୁରକ୍ଷା ଥାଇ ବି ମନ୍ଦିରରେ କଳାକନା ବୁଲାଇଲେ ଚୋର, ୧୫ଟି ମୂର୍ତ୍ତି ସହ ଦାନବାକ୍ସରୁ ଚୋରି

ନିମାପଡା ୩।୬: ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଛି । ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା । ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀଙ୍କ ସମେତ ମୋଟ୍ ୧୫ଗୋଟି ମୂର୍ତ୍ତି ସହ ଠାକୁରଙ୍କ ମୁକୁଟ, ଖଡ଼ୁ ଏବଂ ଦାନବାକ୍ସରୁ ଚୋରୀ ହୋଇଛି । ଏହି ମନ୍ଦିରକୁ ଦୁଇ ଜଣ ପୋଲିସ କର୍ମଚାରୀ ଜଗିଥିବା ବେଳେ ତାଙ୍କୁ ଚକମା ଦେଖାଇ […]

ଅପରାଧ ରାଜ୍ୟ

ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମାମଲା : ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ

ଭୁବନେଶ୍ବର ୩।୬: ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ଇଡିରେ ହାଜର ହେଲେ ପ୍ରଭାତ ତ୍ରିପାଠୀ । ବାଙ୍କିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ବ ଚିଟଫଣ୍ଡ ସଂସ୍ଥାରୁ ଆସିଥିବା ବେଆଇନ ଆର୍ଥିକ କାରବାର ନେଇ ଇଡି ଜେରା କରୁଛି । ଜେରା ପାଇଁ ପୂର୍ବରୁ ପୂର୍ବତନ ବିଧାୟକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା ।

ଅପରାଧ ରାଜ୍ୟ

ରାଜଧାନୀରେ ବେଧଡକ ଚାଲିଛି ସବୁଜ ଜହର କାରବାର, ବିପୁଳ ପରିମାଣର ଗଞ୍ଜେଇ ଜବତ

ଭୁବନେଶ୍ୱର ୦୩/୦୬: ରାଜଧାନୀରେ ବଢିବାରେ ଲାଗିଛି ସବୁଜ ଜହର କାରବାର । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରୁ ୨୨ କ୍ୟୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଗଞ୍ଜେଇର ମୂଲ୍ୟ ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ହାଇୱା ଭିତରେ ଏହି ଗଂଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ସୂଚନା ପାଇଁ ମଝି ରାସ୍ତାରେ ମାଡିବସିଥିଲା ଏସଟିଏଫ୍ । ତେବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ସୂଚନା […]

ଅପରାଧ ରାଜ୍ୟ

ଡ୍ୟୁଟି ବେଳେ ଚାଲିଗଲା ଜୀବନ, ପୋଲିସ ଏସ୍ଆଇଙ୍କ ଉପରେ ମାଡିଗଲା ଗାଡି

ଯାଜପୁର ୦୩/୦୬: ଡ୍ୟୁଟି କରୁଥିବା ସମୟରେ ଗାଡି ମାଡି ଯାଇ ପୋଲିସ ଏସଆଇଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ସୁଜିତ ପାଣ୍ଡବ । ଭଦ୍ରକ ନଳାଙ୍ଗ ନିକଟରେ ଘଟିଛି ଅଘଟଣ । ପେଟ୍ରୋଲିଂ କରୁଥିବା ସମୟରେ ହାଇଓ୍ୱା ଗାଡି ମାଡି ଯାଇଥିଲା । ଯାଜପୁର ମୁଖ୍ୟ ଡାକ୍ତର ଖାନା ରେ ମୃତ ଘୋଷଣା କଲେ ଡାକ୍ତର । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଗାଡି […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୀତଳଷଷ୍ଠୀ ଯାତ୍ରା: ଲୋକନାଥ ଓ ଜାଗେଶ୍ୱର ବାବାଙ୍କ ନିର୍ବନ୍ଧ ସମ୍ପନ

ସମ୍ବଲପୁର, ୦୩/୦୬: ଘଣ୍ଟ, ଘଣ୍ଟା, ଶଙ୍ଖ, ଦୁଲଦୁଲି ସହିତ ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଦୁଲୁକୁଛି ସମ୍ବଲପୁର ସହର । ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିଲେ ବରପିତା । ଆଉ ପାତ୍ରୀ ମିଳିବା ପରେ ସଂପନ୍ନ ହୋଇଛି ପତରପେଣ୍ଡି ବା ନିର୍ବନ୍ଧ ନୀତି । ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଗୁରୁବାର ସମସ୍ତ କମିଟିର ପତରପେଣ୍ଡି ନୀତି ସଂପନ୍ନ ହୋଇଛି । ଦିନକ ପୂର୍ବରୁ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ନୀତି ସଂପନ୍ନ […]

ଅପରାଧ ରାଜ୍ୟ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ଟଙ୍କା ଓ ମୋବାଇଲ୍

ସୋର ୩।୬: ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନ ବାହାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି । ସୋର ମ୍ୟୁନିସିପାଲିଟି ମୋବାରକପୁର ଗ୍ରାମର ସେକ୍ ରସିଦ ନାମକ ଯୁବକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କଠାରୁ ଟଙ୍କା ଏବଂ ମୋବାଇଲ ଛଡ଼ାଇ ନେଇଥିଲେ । ରସିଦ‌ ବିରୋଧ କରିବାରୁ ଦୁର୍ବୃତ୍ତ ଦୁଇ ଜଣ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର […]