ଅପରାଧ ରାଜ୍ୟ

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

ଲମତାପୁଟ ୬।୬: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କୁମାରଗୁଡା ଗାଁ ନିକଟରେ ୨ଟି ବାଇକ୍ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣଙ୍କ ଲମତାପୁଟ ସିଲପଡା ଗ୍ରାମର ଧନୁର୍ଜୟ ବୋଲି ଜଣାପଡିଛି । ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସିଲପଡ଼ା ଗାଁର ହରି ପାଙ୍ଗି ଏବଂ ଅନ୍ୟ ଜଣଙ୍କର ପରିଚୟ ମିଳିନଥିବା ଜଣାପଡ଼ିଛି। ଘଟଣା […]

ଅପରାଧ ରାଜ୍ୟ

ଆମ୍ବଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

ଭୁବନ ୦୬।୦୬ : ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଢେଙ୍କାନାଳ ଜିଲ୍ଲା ଭୁବନ ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଥିବା ଆମ୍ବଗଛରୁ ମୃତଦେହ ଠାବ ହୋଇଛି । ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ସକାଳୁ କିଛି ଲୋକେ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଆମ୍ବଗଛରେ ମୃତଦେହ ଝୁଲୁଥିବାର ଦେଖିଥିଲେ । ଏକ ରଶି ସହାୟତାରେ ଯୁବକଙ୍କ ମୃତଦେହ ଝୁଲୁଥିଲା […]

ଅପରାଧ ରାଜ୍ୟ

ଟ୍ୟୁସନ୍‌ରୁ ଫେରୁଥିବା ବେଳେ ଧକ୍କା ଦେଲା ହାଇଓ୍ବା, ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

କେନ୍ଦ୍ରାପଡା ୬।୬: ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ଗୁଡି ସକାଳ ୧୦ଟାରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ହାଇୱା […]

ରାଜ୍ୟ ରାଶିଫଳ

ଆଜିର ରାଶିଫଳ

ମେଷ ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ହୋଇପାରେ | କିନ୍ତୁ ଆତ୍ମବିଶ୍ୱାସର ଅଭାବ ହେବ | ଆଜି ଆପଣଙ୍କୁ ଅନେକ ସମସ୍ୟା ଏବଂ ପାର୍ଥକ୍ୟର ସାମ୍ନା କରିବାକୁ ପଡିପାରେ, ଯେଉଁ କାରଣରୁ ଆପଣ ବିରକ୍ତ ଏବଂ ଅଶାନ୍ତ ଅନୁଭବ କରିବେ | ତୁମର ମନ ଧାର୍ମିକ କାର୍ଯ୍ୟରେ ଅଧିକ ଜଡିତ ହେବ, ଯେଉଁଥିପାଇଁ ତୁମକୁ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ପ୍ରକୃତିର ଗମ୍ଭୀରତା ଏବଂ ଏକାଗ୍ରତାର ଅଲୌକିକ ଦେଖାଯିବ | ହଠାତ୍ କିଛି ଭଲ ଖବର ଆସିପାରେ […]

ଅପରାଧ ରାଜ୍ୟ

ମନ୍ଦିରରୁ ପ୍ରାଚିନ ରୁପା ମୁର୍ତ୍ତି ଚୋରି ଘଟଣା: ପୋଲିସକୁ ଭୁଆଁ ବୁଲାଉଛନ୍ତି ଚୋର, ଭକ୍ତଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଆନନ୍ଦପୁର ୦୫/୦୬ : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁରେ ଥିବା ୧୬ଶହ ଶତାବ୍ଦିର ଶିବ ମନ୍ଦିରରୁ ୧୪କେଜି ଓଜନର ପ୍ରଚୀନ ରୁପାରେ ନିର୍ମିତ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ଘଟଣାରେ ପୋଲିସକୁ ଏଯାଏଁ ସଫଳତା ମିଳିପାରି ନାହିଁ। ହଜାର ହଜାର ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡିତ ଏହି ମୁର୍ତ୍ତିକୁ ଗତ ମେ ୩୧ ରେ ମନ୍ଦିର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଏହାକୁ ଚୋରି କରି ନେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳ ଓ ଆଖପାଖ ଅଞ୍ଚଳରେ […]

ରାଜ୍ୟ ରାଶିଫଳ

ଆଜିର ରାଶିଫଳ

ମେଷ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ପ୍ରଗତିରେ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି | କଠିନ ପରିଶ୍ରମ ସହିତ, ଆପଣ କିଛି ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିପାରିବେ | ଆପଣ ନିଜ କାର୍ଯ୍ୟରେ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇପାରିବେ | ପରିବାରରେ କିଛି ଭଲ ଖବର ଆସିପାରେ | ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ସମୟ ଏବଂ ଶକ୍ତି ରଖନ୍ତୁ, କିନ୍ତୁ ଆପଣଙ୍କ ସହ କୌଣସି ସମ୍ପର୍କ ନଥିବା ବିଷୟଗୁଡ଼ିକରେ ଜଡିତ ହୁଅନ୍ତୁ ନାହିଁ | ବୃଷ ଆଜି […]

ଅପରାଧ ରାଜ୍ୟ

ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର ୦୫।୦୬: ସାଇବର ଥାନା ପୋଲିସ ହାତରେ ସାଇବର ଠକ । ଚାକିରି ଦେବା ଆଳରେ ଠକିଥିଲା ଲକ୍ଷାଧିକ ଟଙ୍କା । ଗିରଫ ସାଇବର ଠକଙ୍କ ନାମ ଦିଲ୍ଲୀପ ବେହେରା ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ, ନାଲକୋ, ଏନଟିପିସି, ଲାନକୋ, ସିମ୍ପ୍ଲେକ୍ସ ଭଳି ବଡ଼ ବଡ଼ କମ୍ପାନୀ ରେ ଚାକିରୀ ଦେବା ନାଁରେ ଠକେଇ କରିଥିଲା। ବିଭିନ୍ନ ଖବରକାଗଜ ମାଧ୍ୟମରେ ଆଡ୍ ଦେବା ସହ ଅନଲାଇନ ପେମେଂଟ ନେଇଥିଲା ଠକ ଦିଲ୍ଲୀପ ବେହେରା। ମଞ୍ଚେଶ୍ୱର ଥାନା […]

ଅପରାଧ ରାଜ୍ୟ

ରାଜଧାନୀରୁ ୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର ୪।୬: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ୫ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ ଟିମ୍ । ବ୍ରାଉନସୁଗାର ଜବତ ସହ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ବ୍ରାଉନସୁଗାର କାରବାର ନେଇ ସୂଚନା ମିଳିବା ପରେ ଏସଟିଏଫ୍ ଟିମ୍ ଛାନଭିନ୍ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢାଉ ବେଳେ ୫କୋଟି ଟଙ୍କାର ବ୍ରାଉନସୁଗାର ଏସଟିଏଫ୍ ଟିମ୍ ହାତରେ […]

ଅପରାଧ ରାଜ୍ୟ

କଳାମାଟି ନିକଟରେ ଟ୍ରକ ଧକ୍କା ରେ ଚାରି ଗୋରୁ ମୃତ, ଦୁଇ ଆହତ

ଦେବଗଡ ୦୪/୦୬: ଶୁକ୍ରବାର ରାତି ସମୟରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କଳାମାଟି ନିକଟରେ ଟ୍ରକ ଧକ୍କାରେ ଚାରି ଗୋରୁର ମୃତ୍ୟୁ ଘଟିଥିବା ବେଳେ ଦୁଇଟି ଆହତ ହୋଇଛନ୍ତି । \ ରାତିରେ ସ୍ଥାନୀୟ ବ୍ରଜମୋହନପୁର ଗ୍ରାମରୁ ଗୋରୁ ବେପାରୀ ମାନେ ଶହେରୁ ଅଧିକ ଗୋରୁ ନେଇ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ […]

ଅପରାଧ ରାଜ୍ୟ

ଚାନ୍ଦିପୁର ରୋଡ଼ରେ ଯୁବକଙ୍କୁ ନିର୍ମମ ହତ୍ୟା, ବେକ-ପିଠି-ହାତକୁ ହାଣି ପକାଇଲେ ଦୁର୍ବୃତ୍ତ

ବାଲେଶ୍ୱର ୦୪।୦୬: ପୁଣି ଅଶାନ୍ତ ବାଲେଶ୍ୱର । ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ବେକ, ହାତ, ପିଠିକୁ ହାଣି ପକାଇଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଚାନ୍ଦିପୁର ରୋଡ଼ ରେ ଘଟିଛି ବିଭତ୍ସ ହତ୍ୟା । ଖବର ଅନୁଯାୟୀ, ଏକାଧିକ ଦୁର୍ବୃତ୍ତ ସ୍ଥାନୀୟ ସୁନହଟ ଅଞ୍ଚଳର ସତ୍ୟ ଶିବ ଦାସ ନାମକ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ସତ୍ୟଶିଵ ନିଜର ଚାନ୍ଦିପୁର ମାଛ ଫାର୍ମ ରୁ ଫେରୁଥିବା […]