ଅପରାଧ ରାଜ୍ୟ

ଫର୍ଣ୍ଣିଚର ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ପାଟଣାଗଡ ୭।୬: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ମୁଖ୍ୟ ରାସ୍ତାରେ ଥିବା ମାଧବୀ ଟ୍ରେଡର୍ସ (ଫର୍ଣ୍ଣିଚର) ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗତ ସୋମବାର ମଧ୍ୟ ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ହଠାତ ନିଆଁ ଲାଗିବା ଫଳରେ ସମ୍ପୃକ୍ତ ଫର୍ଣ୍ଣିଚର ଦୋକାନରେ ଥିବା ସମସ୍ତ ଜିନିଷପତ୍ର ନିଆଁରେ ଜଳିଯାଇଥିଲା । ଖବର ପାଇ ପାଟଣାଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଏତେ ଭୟାନକ ଥିଲା ଯେ ଆଖପାଖ ଘରେ […]

ରାଜ୍ୟ ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଉନ୍ନତି ପାଇଁ ନୂଆ ଅବସର ପାଇବେ। ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ। ଜୀବନସାଥୀଙ୍କ ସହଯୋଗରେ ପରିବାର ବିବାଦ ସମାଧାନ କରିନେବେ।‌ ବୃଷ: ନୂଆ ପ୍ରକଳ୍ପ ଲାଗି ଆପଣଙ୍କ ମନରେ ବିଚାର ଆସିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ବାହାନ କିଣିବା ଲାଗି ଆଗ୍ରହ ବଢ଼ିବ। ବିବାହିତ କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ। ମିଥୁନ: ଆପଣଙ୍କ ଚିନ୍ତା ସକାରାତ୍ମକ ରଖନ୍ତୁ। ଅଫିସରେ ଲାଗି ରହିଥିବା ଅବ୍ୟବସ୍ଥାର ସମାଧାନ ହୋଇଯିବ। ବ୍ୟବସାୟୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ। ପ୍ରେମରେ ସଫଳତା […]

ଖେଳ ଦେଶ ବିଦେଶ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ମ୍ୟାଚ୍ ପାଇଁ ନିଜର ପ୍ଲେଇଂ ଇଲେଭେନ୍ ବାଛିଲେ ଶାସ୍ତ୍ରୀ, ଏହି ଷ୍ଟାର୍ ବ୍ୟାଟର୍ ଆଉଟ୍

ନୂଆଦିଲ୍ଲୀ ୦୬/୦୬: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଏହି ସିରିଜ୍ ଉପରେ କବଜା କରିବାକୁ ପ୍ରୟାସ କରିବ । କିନ୍ତୁ ପ୍ରଥମ ମ୍ୟାଚରେ ଚୂଡାନ୍ତ ଏକାଦଶରେ କିଏ ସାମିଲ ହେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ପ୍ରଥମ ମ୍ୟାଚ୍ ପାଇଁ ନିଜର ପ୍ଲେଇଂ ଇଲେଭେନ୍ ବାଛିଛନ୍ତି । ଯେଉଁଥିରେ […]

ଖେଳ ଦେଶ ବିଦେଶ

ବର୍ଷକୁ ଦୁଇ ଥର ଆଇପିଏଲ, ପ୍ରଥମ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୯୪ ମ୍ୟାଚ୍ – ଆକାଶ ଚୋପ୍ରା

ନୂଆଦିଲ୍ଲୀ ୦୬/୦୬: ସରିଛି ଆଇପିଏଲ ୨୦୨୨ । କିଛି ଦିନ ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳିବ । ଏହାମଧ୍ୟରେ ଆଇପିଏଲକୁ ନେଇ ଅନେକ ଆଲୋଚନା ଜାରି ରହିଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବର୍ଷକୁ ଦୁଇ ଥର ଆଇପିଏଲ ହେବାନେଇ କହିଛନ୍ତି । ଆଗାମୀ ଦିନରେ ଏହା ନିଶ୍ଚୟ ସମ୍ଭବ ହେବ ବୋଲି ସେ କହିଛନ୍ତି । ଆକାଶ ଚୋପ୍ରା ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ, ଆଇପିଏଲରେ ଗତ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେବ ବିବାହ ପାଇଁ ଉତ୍ସବ ମୁଖର ଏକାମ୍ର କ୍ଷେତ୍ର, ବିବାହ ପରେ ମାତା ପାର୍ବତୀଙ୍କୁ ନେଇ ଫେରିଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ

ଭୁବନେଶ୍ୱର ୦୬।୦୬: ଦେବ ବିବାହ ପାଇଁ ଉତ୍ସବ ମୁଖର ଏକାମ୍ର କ୍ଷେତ୍ର । ଦେବ ଦମ୍ପତିଙ୍କ ବିବାହ ପରେ ମାତା ପାର୍ବତୀଙ୍କୁ ନେଇ ମନ୍ଦିରକୁ ଫେରିଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ବିବାହ ସାରି ମନ୍ଦିରରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ସମ୍ପର୍ଣ୍ଣ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ। ଶ୍ରୀଲିଙ୍ଗରାଜଙ୍କ କେଦାର ଗୌରୀ ମନ୍ଦିରରେ ବିବାହ ସମ୍ପର୍ଣ୍ଣ ହେବା ପରେ ବାଜା ବାଣା ରୋଷଣୀରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ପ୍ରଭୁ ଏକାମେଶ୍ବର । ଏହି […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୩ ଜଣ କୋଭିଡ ପଜିଟିଭ୍

ଭୁବନେଶ୍ଵର ୦୬।୦୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୫୧୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା […]

ଅପରାଧ ରାଜ୍ୟ

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଜଣଙ୍କ ଘର ଭାଙ୍ଗିଲେ ହାତୀପଲ

ବାରିପଦା ୬।୬: ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ନିକଟ ମଞ୍ଚାବନ୍ଧାଠାରେ ୧୪ଟିକିଆ ହାତୀ ପଲ ହାବୁଡରେ ଯୁବକ ପଡିଯାଇଥିଲେ । ଯୁବକ ଜଣକ ହେଲେ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ସେ ଏଠାରେ ରହି ଏକ ମଦ ଦୋକାନରେ କାମ କରୁଥିଲେ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛିଦିନ ହେବ ହାତୀ ଆତଙ୍କ ଲାଗି ରହିଥିବା ବେଳେ ରବିବାର ରାତି ପାଖାପାଖି […]

ଅପରାଧ ରାଜ୍ୟ

ପାନୀୟ ଜଳ ସମସ୍ୟା ନେଇ ତାତିଲେ ଗ୍ରାମବାସୀ : ଗରା, ବାଲ୍‌ଟି ରଖି ଏନ୍‌ଏଚ୍‌ ଅବରୋଧ

କାମାକ୍ଷାନଗର ୬।୬: ପାନୀୟ ଜଳ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ । ୫୩ ନମ୍ବର ଜାତୀୟ ରାଜପଥ ବାଉଁଶପାଳ ଛକ ନିକଟରେ ବାଉଁଶପାଳ ଦେହୁରୀ ସାହି ଗ୍ରାମବାସୀ ଗରା, ବାଲ୍‌ଟି ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା । ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବାଉଁଶପାଳ ପଞ୍ଚାୟତ ଦେହୁରୀ ସାହିର ସୋଲାର ପମ୍ପଟି ଦୀର୍ଘ ଦିନ ହେବ ଅଚଳ ହୋଇପଡିଥିଲା । […]

ଅପରାଧ ରାଜ୍ୟ

ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣା : ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି

ଭୁବନେଶ୍ବର ୬।୬: ଆଠଗଡ ଅଞ୍ଚଳରୁ ଏକାଧିକ ହାତୀ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ଚିଠି । କ୍ରାଇମବ୍ରାଞ୍ଚ ଏସଟିଏଫ ଘଟଣାର ତଦନ୍ତ ପାଇଁ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟର ପୁରବୀ ପାତ୍ର କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଚିଠି ଲେଖିଛନ୍ତି । ବାରମ୍ବାର ହାତୀ କଙ୍କାଳ ମିଳିଥିଲେ ସୁଦ୍ଧା ବନ ବିଭାଗ ଏହାକୁ ଗୁରୁତର ସହ ନ ନେବା, ଏହା ପଛରେ ଥିବା ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଏହିଭଳି ୪ଟି ଘଟଣା ଆଠଗଡ଼ ବନଖଣ୍ଡରେ […]

ଅପରାଧ ରାଜ୍ୟ

ଶୌଚ ହେବାକୁ ଯାଇଥିବା ବେଳେ ପଡିଗଲେ ଦନ୍ତା ହାବୁଡରେ, ବୃଦ୍ଧଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ ୬।୬: ଘର ପଛ ପଟକୁ ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବମ୍ପା ସେକ୍ସନର ଭିଙ୍ଗିରା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ବନାଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି । ସୂଚନାଯୋଗ୍ୟ ଯେ, ଭିଙ୍ଗିରି ଗାଁର ଜଣେ ବ୍ୟକ୍ତି ସୋମବାର ସକାଳେ ଘର ପଛ ପଟକୁ ଶୌଚ ହେବାକୁ ଯାଇଥିଲେ । […]