କାର୍-ବାଇକ୍ ମୁହାଁମୁହିଁ ଧକ୍କା, ବାପା ଓ ପୁଅ ମୃତ
ଖୋର୍ଦ୍ଧା ୮।୬: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚକାପଦାଠାରେ ବାଇକ୍-କାର୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ୍ ଆରୋହୀ ବାପ-ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ବାପା ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ମଧୁସୂଦନ ଓ ତାଙ୍କ ପୁଅ ବୋଲଗଡରୁ କୌଣସି କାର୍ଯ୍ୟରେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚକାପଦାଠାରେ ସାମ୍ନା ପଟୁ ଦ୍ରୁତ ଗତିରେ […]