ଖେଳ ଦେଶ ବିଦେଶ

ରବିବାର ଫାଇନାଲ୍ ଫାଇଟ୍ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ବିଜୟ ଲକ୍ଷ୍ୟରେ ପନ୍ତ ସେନା

ବେଙ୍ଗାଲୁରୁ,୧୯/୦୬: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟି-ଟ୍ୱେଣ୍ଟି । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତିସାରିଛନ୍ତି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ଅନୁଷ୍ଠିତ ସିରିଜ […]

ଖେଳ ଦେଶ ବିଦେଶ

‘୪ ନମ୍ବରରେ ପାଣ୍ଡ୍ୟା କରନ୍ତୁ ବ୍ୟାଟିଂ, ଦ୍ରାବିଡ ବି ଖୁସି ହୋଇଯିବେ’- ଜାହିର ଖାନ୍

ନୂଆଦିଲ୍ଲୀ ୧୯/୦୬: ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି୨୦ରେ ଭାରତ ଦମଦାର୍ ପ୍ରଦର୍ଶନ କରିଥିଲା । ଏହି ମ୍ୟାଚ୍ ଜିତି ଦଳ ସିରିଜକୁ ୨-୨ ସ୍ତରକୁ ଆଣିଥିଲା । ମ୍ୟାଚରେ ଅଭେଶ ଖାନ୍, ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟା ଜବରଦସ୍ତ ଖେଳ ଦେଖାଇଥିଲେ ଓ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦିନେଶ କାର୍ତ୍ତିକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଓ୍ୱାର୍ଡ ମିଳିଥିଲା । ପାଣ୍ଡ୍ୟା ମଧ୍ୟ ୩୧ ବଲରୁ ୪୬ ରନର […]

ଅପରାଧ ରାଜ୍ୟ

ଟ୍ରାକ୍ଟରକୁ ପଛରୁ ପିଟିଲା ମାଲ୍ ବୋଝେଇ ଟ୍ରକ : ଦୁଇ ମୃତ, ଦୁଇ ଗୁରୁତର

ନୂଆପଡ଼ା ୧୯।୦୬: ନୂଆପଡ଼ା NH-୩୫୩ କୁରୁମପୁରୀରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟରକୁ ପଛରୁ ପିଟିଲା ମାଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁଇ ମୃତ, ଦୁଇ ଗୁରୁତର। ଘଟଣାସ୍ଥଳରେ ଲଖନା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ମୃତାହାତଙ୍କୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ, ନୂଆପଡ଼ା ଖରଖରା ନାଲାରୁ କାମସାରି ଫେରୁଥିଲା ଟ୍ରାକ୍ଟର । କୁରୁମପୁରୀ ନିକଟରେ ଟ୍ରାକ୍ଟରକୁ ପଛରୁ ପିଟିଥିଲା ମାଲ୍ ବୋଝେଇ ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୧ କୋଭିଡ୍ ସଂକ୍ରମିତ

ଭୁବନେଶ୍ୱର ୧୯।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୮୫୧କୁ ବୃଦ୍ଧି […]

ଅପରାଧ ରାଜ୍ୟ

ବରମୁଣ୍ଡା ବସଷ୍ଟାଣ୍ଡରେ ହଣାକଟା, ଲହୁଲୁହାଣ ୨ କର୍ମଚାରୀ

ଭୁବନେଶ୍ବର ୧୯।୦୬: ରାଜଧାନୀରେ ହଣାକଟା । ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟର କୁ ଗୋଡେଇ ଗୋଡେଇ ହାଣିଲେ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଲେ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ବସ୍‌ଷ୍ଟାଣ୍ଡରେ ବସ୍‌ ଆଗ ପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ […]

ଅପରାଧ ରାଜ୍ୟ

ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଡ୍ରାଇଭର, କାରଣ ଖୋଜୁଛି ପୋଲିସ

ଆଠଗଡ଼ ୧୯।୦୬ : ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଚାଳକ । କଟକ ଜିଲ୍ଲା ଆଠଗଡ଼ କାନପୁର ଥାନା ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ କାବୁଲି ସେନାପତା, ଘର ତିଗିରିଆ ଥାନା ବିନ୍ଧାଣିମା ଗାଁର ବୋଲି ଜଣାପଡ଼ିଛି । ଖବର ଅନୁଯାୟୀ, କାବୁଲି ସେନାପତି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନନୀ ରୋଗୀ ବାହକର ଚାଳକ ଥିଲେ। କିନ୍ତୁ ହଠାତ୍‌ ସେ ଏବେ ଆତ୍ମହତ୍ୟା କରିଛନ୍ତି । କଟକ ଜିଲ୍ଲା କାନପୁର ଥାନା […]

ଅପରାଧ ରାଜ୍ୟ

ଟ୍ରାଭେଲ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର

ପୁରୀ ୧୯।୦୬ : ପୁରୀ ସିଟି ରୋଡ ସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ମାଲିକ ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ‌।‌ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଲିକତାର ଶୀତଲ। ଖବର ଅନୁଯାୟୀ, ଶନିବାର ରାତିରେ ଶିତଲ ପୁରୀ ବୁଲିବାକୁ ଆସି ଚକାଡୋଳା ଟ୍ରାଭେଲ ମାଲିକ ଠାରୁ ସ୍କୁଟି ଭଡାରେ ନେଇଥିଲେ। ତେବେ ସ୍କୁଟି ଅବସ୍ଥା ଖରାଫ ଥିବାରୁ ସେ ଟ୍ରାଭେଲ ମାଲିକଙ୍କୁ କହିବା ସହ ଟଙ୍କା କାଟିବା ପାଇଁ କହିଥିଲେ। ପର୍ଯ୍ୟଟକଙ୍କ […]

ରାଜ୍ୟ ସ୍ୱାସ୍ଥ୍ୟ

କଟକ ଏସସିବିରେ ଜଗା, ହେବ ସ୍ବାସ୍ଥ୍ୟ ପରୀକ୍ଷା

କଟକ ୧୮।୬: ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଟକ ଏସସିବିରେ ପହଞ୍ଚିଲେ ଜଗା । ଶନିବାର ସନ୍ଧ୍ୟାରେ ଏମ୍ସ ଡାକ୍ତର ଦୀପକ ଗୁପ୍ତା ଜଗାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବେ । ଡାକ୍ତର ଦୀପକ ଗୁପ୍ତା ଏମ୍ସରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କର ସଫଳ ଅସ୍ତ୍ରୋପଚାର କରିଥିଲେ । ଏହା ଜଗାଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା । ଏବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ଅପରାଧ ରାଜ୍ୟ

ବସ୍ତିରୁ ନାବାଳକଙ୍କ ମୃତଦେହ ମିଳିବା ଘଟଣା : ପୋଲିସ ହାତରେ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର ୧୮।୬: ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଣ୍ଡାକୁଦିଆ ବସ୍ତିରୁ ନାବାଳକଙ୍କ ମୃତଦେହ ମିଳିବା ମାମଲାରେ ପୋଲିସ ହାତରେ ଲାଗିଲା ଦ୍ବତରାଜ ନାୟକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଦ୍ବତରାଜଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ଲାଗିନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ଏସଏଫଏସଏଏଲକୁ ଭିସେରା ପଠାଇଲା କମିଶନରେଟ୍ ପୋଲିସ । ଦ୍ବତରାଜର ଜବତ ମୋବାଇଲକୁ ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବୋରେଟୋରୀକୁ ପଠାଯାଇଛି । ଏ ନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଅପରାଧ ରାଜ୍ୟ

ବାବୁଲା ବେହେରା ହତ୍ୟା ମାମଲା : ସିସିଟିଭି ଫୁଟେଜ ଆଧାରରେ ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଖଲ୍ଲିକୋଟ ୧୮।୦୬: ଛତ୍ରପୁର ଥାନା ବିଦ୍ୟାଧର ନଗରସାହିର ବାବୁଲା ବେହେରା ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଲା ଛତ୍ରପୁର ପୋଲିସ। ଅଭିଯୁକ୍ତ ଜଣକ ହେଲେ ପାଲିଆ ଛତ୍ରପୁର ଗାଁର ଏସ୍. କ୍ରିଷ୍ଣା ରାଓ ବୋଲି ବୋଲି ଜଣାପଡିଛି। ସିସିଟିଭି ଫୁଟେଜ ଆଧାରରେ ହିଁ ଅଭିଯୁକ୍ତକୁ ଧରିଲା ପୁଲିସ । ଖବର ଅନୁଯାୟୀ, ୧୪ ତାରିଖ ସକାଳେ ଜାତୀୟ ରାଜପଥ ନିକଟ କାଳୀ ମନ୍ଦିର ସମ୍ମୁଖରେ ବାବୁଲା ବେହେରାଙ୍କ ମୃତଦେହ ମିଳିଥିଲା । ସୂଚନା ପାଇ […]