ନିମ୍ନମାନର ରାସ୍ତା କାମ ଅଭିଯୋଗ; ଦବି ଯାଉଛି ରାସ୍ତା, ଫଡ଼ା ଫଡ଼ା ଉଠୁଛି ପିଚୁ
ଉମରକୋଟ ୧୫/୦୭: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବରିଗୁଡାଠାରୁ ଦେଓବନ୍ଧ ପର୍ଯ୍ୟନ୍ତ ୩ କିମି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା। ଫଳରେ ମାସେ ପୂର୍ବରୁ ନୂଆ ରାସ୍ତା ତିଆରି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩୨ଲକ୍ଷ ଟଙ୍କା ଖର୍ଚ୍ଚ କରି ବୋରିଗୁଡା ଛକରୁ ଦେଓବନ୍ଧ ପର୍ଯ୍ୟନ୍ତ ପିଚୁ ରାସ୍ତା ତିଆରି କରାଯାଇଥିଲା। କିନ୍ତୁ ଏହି ରାସ୍ତା ତିଆରି କାମ ଯେଉଁ ଠିକା ସଂସ୍ଥାକୁ ଦିଆଯାଇଥିଲା ସେହି ସଂସ୍ଥା ଅତି ନିମ୍ନମାନର କାମ କରିଛି। ଫଳରେ […]