ଅପରାଧ ରାଜ୍ୟ

ଖୋର୍ଦ୍ଧାରୁ ପୁଣି କେଜିଏରୁ ଅଧିକ ଧଳାଜହର ଜବତ, ୪ ଗିରଫ

ଭୁବନେଶ୍ୱର ୨୬।୦୬: ଥମୁନି ଧଳାଜହର କାରବାର । ଖୋର୍ଦ୍ଧାରୁ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ୧ କେଜି ୩୦ ଗ୍ରାମ୍‌ର ବ୍ରାଉନ୍‌ସୁାଗର ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ହୋଇଛନ୍ତି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ଆଧାରରେ ଏସ୍‌ଟିଏଫ୍‌ ଖୋର୍ଦ୍ଧାର ଏକ ସ୍ଥାନରେ ଚଢାଉ କରିଥିଲା । ତେବେ ଏହି ଚଢାଉରେ ଏସ୍‌ଟିଏଫ୍‌କୁ ୧ କେଜି […]

ଅପରାଧ ରାଜ୍ୟ

ସମ୍ପର୍କରେ ଲାଗିଲା ରକ୍ତର ଛିଟା, ବଡ଼ ଭାଇକୁ କଟୁରୀରେ ହାଣିଲା ସାନଭାଇ

ବାରିପଦା ୨୬।୦୬: ସଂପର୍କରେ ଲାଗିଲା ରକ୍ତର ଛିଟା । କଟୁରୀରେ ବଡ଼ ଭାଇକୁ ହାଣିଲା ସାନଭାଇ। ମୟୂରଭଞ୍ଜ ବାରିପଦା ସଦର ଥାନା ମାଧପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୪୫ବର୍ଷୀୟ ମେଘରାୟ ସରେନ। ଖବର ଅନୁଯାୟୀ, ବଡ଼ ଭାଇ ମେଘରାୟ ପ୍ରତିଦିନ ନିଶା ଶକ୍ତ ଅବସ୍ଥାରେ ଘରକୁ ଆସି ପରିବାର ସଦସ୍ୟଙ୍କୁ ଗାଳି ଗୁଳଜ କରୁଥିଲେ। ଶନିବାର ମଧ୍ୟ ବଡଭାଇ ନିଶା […]

ଅପରାଧ ରାଜ୍ୟ

ଅଭାବନୀୟ ଘଟଣା, ଦେଢ଼ବର୍ଷର ଶିଶୁ ଦେହରେ ଢାଳିଗଲା ଗରମ ପେଜ

ଖଲ୍ଲିକୋଟ ୨୬।୦୬: ଗଞ୍ଜାମ ଜିଲ୍ଲା ରମ୍ଭାରେ ଅଭାବନୀୟ । ଗରମ ପେଜ ଢାଳି ହୋଇ ଦେଢ଼ବର୍ଷର ଶିଶୁ ଗୁରୁତର। ଗୁରୁତର ଅବସ୍ଥାରେ ଶିଶୁକୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଶିଶୁଟିର ପେଟ, ପିଠି ଏବଂ ମୁହଁରେ ପେଜ ଢାଳି ହୋଇ ସିଝି ଯାଇଥିବା ଦେଖିବାକୁ ମିଳିଛି। ରମ୍ଭାର ଜଗତ ଦାସଙ୍କ ଘରେ ଏହି ଅଘଟଣ ଘଟିଛି।

ଅପରାଧ ରାଜ୍ୟ

ରାତିଅଧରେ ଗାଁରେ ପଶି ମହିଳାଙ୍କୁ ଆକ୍ରମଣ ଘଟଣା, ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କୁ ବରଖାସ୍ତ ନକରିବା ଯାଏଁ ଆନ୍ଦୋଳନ ଚାଲିବ-କଂଗ୍ରେସ

ଜୟପୁର ୨୬।୦୬ : ଚିତ୍ରକୋଣ୍ଡା RSC 13 ଗାଁରେ ରାତି ଅଧରେ ଘରେ ପସି ମହିଳାଙ୍କୁ ଆକ୍ରମଣ ଘଟଣା। ଖୁବଶୀଘ୍ର କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଯିବ। ଏନେଇ ସୂଚନା ଦେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ତାରାଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ୫ ବିଧାୟକ ଏଥିରେ ସାମିଲ ଥିଲେ । ତାରାଙ୍କ ସହ ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ସାମିଲ ଥିଲେ । ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ବରଖାସ୍ତ […]

ଅପରାଧ ରାଜ୍ୟ

ମାଓକ୍ୟାମ୍ପରେ ଚଢଉ : ବିପୁଳ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ

କଳାହାଣ୍ଡି,୨୬/୦୬: ମାଓ କ୍ୟାମ୍ପରେ ଚଢଉ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ମୁଣ୍ଡା ମସ୍କା ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । କଳାହାଣ୍ଡି ଏସପିଙ୍କ ତତ୍ତ୍ବାବଧାନରେ ଏସଓଜି ଏବଂ ସିଆରପିଏଫ ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି । ଏନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସପି କହିଛନ୍ତି ଯେ, ଚଢ଼ଉରେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହେଇଥିବା […]

ଅପରାଧ ରାଜ୍ୟ

ସିସିଟିଭି ଭାଙ୍ଗି ଘରେ ପଶିଲେ, ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ସୁନାଗହଣା

ଧର୍ମଗଡ,୨୬/୦୬: ବିଳମ୍ବିତ ରାତିରେ ଘରେ ପଶି ଲୁଟ୍ । ନେଇଗଲେ ଲକ୍ଷାଧିକ ଟଙ୍କା ସହିତ ସୁନା ଗହଣା l ଏପରି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କାଉଡୋଳା ଗ୍ରାମର ସୁରଥ ସରାବୁଙ୍କ ଘରେ । ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ସୁରଥଙ୍କ ଘରେ ୬ ଜଣ ମୁଖାପିନ୍ଧା ଡକାୟତ ଘରେ ପଶିଥିଲେ । ସେମାନେ ସିସିଟିଭି କ୍ୟାମେରା ଭାଙ୍ଗିବା ପରେ କବାଟ ଭାଙ୍ଗିଥିଲେ l ଡକାୟତମାନେ ଘର ମାଲିକ […]

ଅପରାଧ ରାଜ୍ୟ

ଦଳିତଙ୍କୁ ଆକ୍ରମଣ ଘଟଣା, ୧୧ ଗିରଫ

ସୁନ୍ଦରଗଡ ୨୬।୦୬: ସୁନ୍ଦରଗଡ଼ ହେମଗିରି ଥାନା ଡୁରୁବଗା ଗାଁରେ ଦଳିତଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ । ପୋଲିସ ମାମଲାରେ ୧୧ଜଣଙ୍କୁ ଗିରଫ କରିଛି । ଆଇନ ଅନୁସାରେ ସମସ୍ତଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଖବର ଅନୁଯାୟୀ, ଗତ ୧୩ ତାରିଖ ଦିନ ଡୁରୁବଗା ଗାଁର କିଛି ଯୁବକ ଦଳିତଙ୍କୁ ସଂଘବଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ୧୪ ତାରିଖ ଦିନ ହେମଗିରି ଥାନାରେ ମାମଲା ରୁଜୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୬୮ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୬।୦୬ : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୨ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୨୫୯କୁ ବୃଦ୍ଧି ପାଇଛି […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଖେଳାଳିଙ୍କ ମଜାକ୍ ଉଡାଇଲେ ଇଂଲଣ୍ଡ ଫ୍ୟାନ୍ସ : ରାଗିଗଲେ କୋହଲି

ନୂଆଦିଲ୍ଲୀ,୨୬/୦୬: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଦଳ ଲିସେଷ୍ଟରଶାୟର କ୍ଲବ୍ ସହ ଓ୍ୱାର୍ମଅଫ୍ ମ୍ୟାଚ୍ ଖେଳୁଛି । ତେବେ ମ୍ୟାଚ୍ ବେଳେ ଇଂଲଣ୍ଡର କିଛି ଫ୍ୟାନ୍ ଭାରତୀୟ ଖେଳାଳିଙ୍କ ସହ ଅଭଦ୍ରାମି କରିଥିବା ଦେଖିବାକୁ ମିଳିଥିଲା । ସେମାନେ ଭାରତୀୟ ଖେଳାଳି କମଲେଶ୍ ନାଗରକୋଟିଙ୍କ ମଜାକ ଉଡାଇଥିଲେ । ତେବେ ଏହା ଦେଖି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ରାଗି ଯାଇଥିଲେ । ଏହାସହ ଯୁବ ଖେଳାଳିଙ୍କ […]

ଅପରାଧ ରାଜ୍ୟ

ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲିପାଟଣା ୨୫।୬: ଘର ଗ୍ରୀଲ୍ ତାଡି ଚୋରୀ । ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ନିକଟ କଲେଜ ରାସ୍ତାରେ ଥିବା ମନୋଜ ମଣ୍ଡଳଙ୍କ ଘରୁ ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ ହଜାର ଟଙ୍କା ଚୋରି କରି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମନୋଜଙ୍କ ପରିବାର ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବଖରାର କବାଟ ଖୋଲି ନଥିଲା । ପରେ ଘର ଝରକା ଗ୍ରୀଲ୍ ଭଙ୍ଗା ଯାଇଥିବା ମନୋଜ ଦେଖିଥିଲେ । […]