ଜୟଦେବ ବିହାର ଓଭରବ୍ରିଜରେ ସିରିଜ୍ ଦୁର୍ଘଟଣା : ବାଇକ୍ ଆରୋହୀ ମୃତ, ୩-୪ ଗୁରୁତର
ଭୁବନେଶ୍ୱର ୨୭।୦୬ : ଜୟଦେବ ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା। ଏକାସ୍ଥାନରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ରୁ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଭୁବନେଶ୍ବର ଜୟଦେବ ବିହାର ନିକଟ ଓଭରବ୍ରିଜରେ ରବିବାର ରାତିରେ ଦୁଇ ଦୁଇଟି ଦୁର୍ଘଟଣା ଘଟିଛି। ଖଣ୍ଡଗିରି ପଟୁ ବାଣୀବିହାର ଆଡକୁ ଯାଉଥିବା ବେଳେ ରାସ୍ତା କଡ଼ ଡିଭାଇଡରରେ ପିଟି […]