ରାଜଧାନୀରୁ ପୁଣି ଜବତ ହେଲା ୨୮ ଲକ୍ଷର ବ୍ରାଉନସୁଗାର, ଦୁଇ ଗିରଫ
ଭୁବନେଶ୍ୱର, ୨୮/୦୬: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ୟୁନିଟ୍ ୮ ନାରାୟଣୀ ବସ୍ତିରୁ ୨୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଏଥି ସହିତ କାଳିଆ ମହାନ୍ତି ଓ ବାଲିଆ ମହାନ୍ତି ନାମକ ଦୁଇ ଭାଇଙ୍କୁ ଗିରଫ କାଯାଇଛି । ଏମାନଙ୍କ ନିକଟରୁ ୧୫ ହଜାର ଟଙ୍କା ସହିତ ଏକ ନୂଆ ସ୍କୁଟି ଜବତ କରାଯାଇଛି । ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଏମାନେ ରାଜଧାନୀରେ ବିଭିନ୍ନ ବର୍ଗର ଲୋକଙ୍କୁ ବିକ୍ରି କରୁଥିଲେ […]