ଉଦୟପୁର ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇଲେ କୋର୍ଟ
ଉଦୟପୁର: ରାଜସ୍ଥାନ ଉଦୟପୁରରେ କହ୍ନେୟା ଲାଲ୍ଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କୀକୁ ସ୍ଥାନୀୟ କୋର୍ଟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଆଜି ଉଦୟପୁର ସେସନ କୋର୍ଟ ଅଭିଯୁକ୍ତ ରିୟାଜ ଅଖତର ଏବଂ ଘୁସ ମହମ୍ମଦକୁ ବିଚାର ବିଭାଗୀୟ ହାଜକୁ ପଠାଇ ଅନୁମତି ଦେଇଛନ୍ତି। ଆଜି ଶୁଣାଣି ପାଇଁ ପୁଲିସ ଦୁଇ ଅଭିଯୁକ୍ତର ମୁହଁ ବାନ୍ଧି କୋର୍ଟକୁ ଆଣିଥିଲେ। ଏହି ସମୟରେ କୋର୍ଟ ପରିସରର ଓକିଲମାନେ ଭିଡ଼ ଦମାଇ ଦୁଇ ଅଭିଯୁକ୍ତକୁ ମୃତ୍ୟୁ […]