ସ୍ୱାସ୍ଥ୍ୟ

ଗୃହ ସ‌ଙ୍ଗରୋଧ ପାଇଁ ଅକ୍ସିଜେନ୍ କନ୍‌‌ସେଣ୍ଟ୍ରେଟର୍‌

କୋଭିଡ୍-୧୯ ମହାମାରୀର ଦ୍ବିତୀୟ ଲହରରେ ଯାହାର ଅଭାବ ସବୁୁଠୁ ଅଧିକ ଅନୁଭୂତ ହୋଇଛି ତାହା ହେଉଛି ଅକ୍ସିଜେନ୍। ବିଭିନ୍ନ ରାଜ୍ୟରେ ଥିବା ଇସ୍ପାତ କାରଖାନାଗୁଡ଼ିକରେ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍ ଉତ୍ପାଦନ କରି ତାହାକୁ ଦେଶର କୋଣ ଅନୁକୋଣରେ ଥିବା ହସ୍ପିଟାଲ୍‌ଗୁଡ଼ିକୁ ପଠାଯାଉଛି। ‌ଅକ୍ସିଜେନ୍ ସିଲିଣ୍ଡର୍‌ର ମଧ୍ୟ ଅଭାବ ଦେଖାଦେଇଛି। ଏଭଳି ଏକ ଗମ୍ଭୀର ସମୟରେ ଗୃହ ସଙ୍ଗରୋଧରେ ଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥାଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା କରୋନା ରୋଗୀମାନେ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ଉପରେ ନିର୍ଭରଶୀଳ […]

ସ୍ୱାସ୍ଥ୍ୟ

ଗୃହ ସ‌ଙ୍ଗରୋଧ ପାଇଁ ଅକ୍ସିଜେନ୍ କନ୍‌‌ସେଣ୍ଟ୍ରେଟର୍‌

କୋଭିଡ୍-୧୯ ମହାମାରୀର ଦ୍ବିତୀୟ ଲହରରେ ଯାହାର ଅଭାବ ସବୁୁଠୁ ଅଧିକ ଅନୁଭୂତ ହୋଇଛି ତାହା ହେଉଛି ଅକ୍ସିଜେନ୍। ବିଭିନ୍ନ ରାଜ୍ୟରେ ଥିବା ଇସ୍ପାତ କାରଖାନାଗୁଡ଼ିକରେ ଲିକ୍ବିଡ୍‌ ମେଡିକାଲ୍‌ ଅକ୍ସିଜେନ୍ ଉତ୍ପାଦନ କରି ତାହାକୁ ଦେଶର କୋଣ ଅନୁକୋଣରେ ଥିବା ହସ୍ପିଟାଲ୍‌ଗୁଡ଼ିକୁ ପଠାଯାଉଛି। ‌ଅକ୍ସିଜେନ୍ ସିଲିଣ୍ଡର୍‌ର ମଧ୍ୟ ଅଭାବ ଦେଖାଦେଇଛି। ଏଭଳି ଏକ ଗମ୍ଭୀର ସମୟରେ ଗୃହ ସଙ୍ଗରୋଧରେ ଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥାଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା କରୋନା ରୋଗୀମାନେ ଅକ୍ସିଜେନ୍ କନ୍‌ସେଣ୍ଟ୍ରେଟର ଉପରେ ନିର୍ଭରଶୀଳ […]

ଖେଳ

ସିଏସ୍‌କେ ଦାନ କଲା ୪୫୦ ଅମ୍ଳଜାନ କନସେନ୍‌ଟ୍ରେଟର

ଚେନ୍ନାଇ: ତାମିଲନାଡୁରେ କରୋନା ଲଢ଼େଇ ଲାଗି ଆଇପିଏଲ୍‌ର ଅନ୍ୟତମ ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୪୫୦ଟି ଅମ୍ଳଜାନ କନସେନଟ୍ରେଟର ଦାନ କରିଛି। ସିଏସ୍‌କେ କ୍ରିକେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଆର ଶ୍ରୀନିବାସନ୍ ଏହି କନସେନ୍‌ଟ୍ରେଟରଗୁଡ଼ିକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ତାମିଲନାଡୁ କ୍ରିକେଟ୍ ସଂଘର ସଭାପତି ରୁପା ଗୁରୁନାଥ ମଧ୍ୟ ଉପସ୍ଥିତ ଥିଲେ। ସିଏସ୍‌କେ ପକ୍ଷରୁ ପ୍ରକାଶ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ଭୂମିକା ଟ୍ରଷ୍ଟ ନାମକ ଏକ ସ୍ବେଚ୍ଛାସେବୀ […]

ମନୋରଞ୍ଜନ

କରୋନା ଯୋଦ୍ଧାଙ୍କୁ କୋହଲି-ଅନୁଷ୍କାଙ୍କ ସଲାମ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ସମ୍ମୁଖରେ ରହି କରୋନା ମହାମାରୀ ସହ ଲଢ଼େଇ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ସଲାମ କରିଛନ୍ତି। ଏହି କଠିନ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିବାରୁ କୋହଲି-ଅନୁଷ୍କା ଟ୍ବିଟ୍ କରି ନିଜ କୃତଜ୍ଞତା ଜଣାଇଛନ୍ତି। କୋହଲି ଲେଖିଛନ୍ତି ଯେ ମୁଁ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗରେ ରହି କରୋନା ସହ ଲଢ଼ୁଥିବା ସମସ୍ତ […]

ଖେଳ

ଧୋନିଙ୍କ ଘରେ ନୂଆ ଅତିଥି

: ଜୀବଜନ୍ତୁଙ୍କ ପ୍ରତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଲ ପାଇବା କାହାକୁ ଅଛପା ନାହିଁ। ଧୋନି ଏବେ ନିଜ ଫାର୍ମ ହାଉସ୍‌ରେ ଆଉ ଜଣେ ନିଆରା ଅତିଥିଙ୍କୁ ସ୍ବାଗତ କରିଛନ୍ତି। ଏହି ଅତିଥିଙ୍କ ନାଁ ସେ ଚେତକ ରଖିଛନ୍ତି। ଚେତକ ହେଉଛି ଏକ କଳା ରଙ୍ଗର ଘୋଡ଼ା। ଯିଏ ଧୋନିଙ୍କ ଫାର୍ମ ହାଉସ୍‌ରେ ଥିବା ବେଲଜିଆନ୍ ବ୍ରିଡ୍‌ର କୁକୁର ସହ ଭେଟି ଏବେ ବେଶ୍ ଖୁସି ଅଛି। ଏହି ଦୁଇ […]

ଖେଳ

ଜାଙ୍ଗରା ଜିତିଲେ ପ୍ରଥମ ପେସାଦାର ଲଢ଼େଇ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ଭାରତୀୟ ମୁଷ୍ଟିଯୋଦ୍ଧା ମନଦୀପ ଜାଙ୍ଗରା ଶନିବାର ତାଙ୍କ ପ୍ରଥମ ପେସାଦାର ଲଢ଼େଇକୁ ଜିତି ନେଇଛନ୍ତି। ଆମେରିକାର ଫ୍ଲୋରିଡାରେ ଅନୁଷ୍ଠିତ ଆର୍ଜେଣ୍ଟିନାର ଲୁସିଆନୋ ରାମୋସଙ୍କ ବିପକ୍ଷ ଏହି ପଦାର୍ପଣ ଲଢ଼େଇକୁ ଜାଙ୍ଗରା ୪ ରାଉଣ୍ଡ୍‌ ସର୍ବସମ୍ମତ ନିଷ୍ପତ୍ତିରେ ନିଜ ପକ୍ଷରେ ରଖିଥିଲେ। ଏଥି ସହ ବିଜେନ୍ଦରଙ୍କ ଭଳି ଜାଙ୍ଗରା ମଧ୍ୟ ପେସାଦାର ମୁଷ୍ଟିଯୁଦ୍ଧ ଜୀବନରେ ସଫଳ ପଦାର୍ପଣ କରିଛନ୍ତି। ୨୦୧୩ରେ ଏସୀୟ ରୌପ୍ୟ ପଦକ ଜିତିଥିବା ୨୭ ବର୍ଷୀୟ ଜାଙ୍ଗରା ଫ୍ଲୋରିଡ଼ାର […]

ଖେଳ

ମାଳଦ୍ବୀପରେ ୱାର୍ଣ୍ଣର-ସ୍ଲେଟର ମାରପିଟ୍, ଉଭୟଙ୍କ ଖଣ୍ଡନ

ମାଲେ: ଆଇପିଏଲ୍-୨୦୨୧ ଅଧାରୁ ବନ୍ଦ ହେବା ପରେ ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ଛାଡ଼ି ସଂପ୍ରତି ମାଳଦ୍ବୀପରେ ଅବସ୍ଥାନ କରୁଛନ୍ତି। ନିକଟରେ ଭାରତ ଗସ୍ତ କରିଥିବା ନିଜ ଦେଶର ନାଗରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଉପରେ ଅଷ୍ଟ୍ରେଲିଆ ସରକାର ବାସନ୍ଦାଦେଶ ଜାରି କରିଥିବାରୁ ଏହି ଭାରତୀୟ ମହାସାଗରୀୟ ଦେଶରେ ସେମାନଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ବିସିସିଆଇ ସଙ୍ଗ‌ରୋଧରେ ରହିବାର ବ୍ୟବସ୍ଥା କରିଛନ୍ତି। ତେବେ ସେଠାରୁ ରବିବାର ଏକ ଅପ୍ରୀତିକର ଖବର ପଦାକୁ ଆସିଛି। ସନ୍‌ରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ୍ […]

ଖେଳ

ପୁରୁଷରୁ ମହିଳା କ୍ରୀଡ଼ାବିତ୍‌ ହବାର୍ଡ, ପ୍ରଥମ କିନ୍ନର ଭାବେ ପାଇଲେ ଅଲିମ୍ପିକ୍ ଯୋଗ୍ୟତା

ହାମିଲଟନ୍: ପୁରୁଷରୁ ମହିଳା ପାଲଟିଥିବା ବିବାଦୀୟ ଲୌ‌ରେଲ୍‌ ହବାର୍ଡ ପ୍ରଥମ କିନ୍ନର ଭାବେ ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ୪୩ ବର୍ଷୀୟା ହବାର୍ଡ ମଧ୍ୟ ବୟୋଜ୍ୟେଷ୍ଠା ଭାରୋତ୍ତୋଳିକା ଭାବେ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ ସୁଯୋଗ ପାଇବେ। ହବାର୍ଡଙ୍କ ଅଂଶଗ୍ରହଣ ସ‌ୁଯୋଗ ନେଇ ଏବେଠାରୁ ଅସନ୍ତୋଷ ଦେଖା ଦେଇଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ହେଲେ ସେ ନିଶ୍ଚିତ ଇତିହାସ ରଚିବେ। ହବାର୍ଡଙ୍କ କାହାଣୀ ମଧ୍ୟ ଶନିବାର ପୁଣି ବିଶ୍ବ କ୍ରୀଡ଼ା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଜଣେ ଜନ୍ମିତ ପୁରୁଷ […]

ରାଶିଫଳ

ମେ’ ୦୯ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଯାତ୍ରା ଶୁଭ ଦାୟକ ହେବ । କର୍ମ ଚଞ୍ଚଳ ରହିବେ । ଚେଷ୍ଟାରେ ସଫଳ ହେବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୮ । • ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ । • ରୋଗୀ- ଚକ୍ଷୁ ପୀଡା ହେବ । • ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ । • କର୍ମଜୀବି- ସମ୍ମାନ […]

ମନୋରଞ୍ଜନ

ଭାଙ୍ଗିବାରୁ ଗଢ଼ିବାର ସୃଷ୍ଟି

‘ଯାହା ଆମକୁ ଭାଙ୍ଗି ଦିଏ, ତାହା ମଧ୍ୟ ଆମକୁ ଦିନେ ଗଢ଼ିଦିଏ।’ ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍ ଏଭଳି ସାରାଂଶ କଥାଟିଏ ନିଜର ପ୍ରଶଂସକମାନଙ୍କୁ କହିଛନ୍ତି। ବିଶ୍ବ ହେଉ କି ଭାରତ; ଯେଭଳି ଏକ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି, ଏ ସମୟରେ ଏକାଏକା ଥିବା ମଣିଷ କେତେ କ’ଣ ଗଠନମୂଳକ ଭାବନାରେ ବୁଡ଼ି ରହୁଛନ୍ତି, କ୍ରୀତି ବା ଏଥିରୁ ବାଦ୍ ପଡ଼ନ୍ତେ କେମିତି? କ୍ରୀତି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓରେ ତାଙ୍କ […]