ଅବହେଳିତ ୫୮ବର୍ଷର ପୁରୁଣା ସ୍କୁଲ , ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
କୋଇଡ଼ା: ୫୮ବର୍ଷର ପୁରୁଣା କୋଇଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟ ହତଶିରୀ ହୋଇଯାଇଛି। ଶ୍ରେଣୀଗୃହ ଅଭାବରୁ ପିଲା ବାରଣ୍ଡାରେ ବସି ପଢ଼ୁଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି ସ୍କୁଲଟି କୋଇଡ଼ା ବିଇଓ ଅଫିସ ପରିସର ମଧ୍ୟରେ ରହିଥିଲେ ମଧ୍ୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନଜର ପଡ଼ୁନି। ଘରନାହିଁ, ଅଫିସ ନାହିଁ, ଭଙ୍ଗାଘରେ, ତଳେ ଓ ବାରଣ୍ଡାରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅବହେଳିତ ବିଦ୍ୟାଳୟଟି ରହିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ର କୋଇଡ଼ା ପଞ୍ଚାୟତରେ। ୧୯୬୪ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ […]