ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ନିଜ ଘର ସହ ସ୍କୁଟି ଜାଳିଦେଲେ ଯୁବକ
ପାଟଣା ୨।୮: ମଦନିଶାରେ ନିଜ ହାତରେ ନିଜ ଘର ଜାଳିଦେଲେ ଯୁବକ । ଘର ଜଳି ଛାରଖାର ହୋଇଯିବା ସହ ଗୋଟିଏ ସ୍କୁଟି ମଧ୍ୟ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁରେ । ସୂଚନାଯୋଗ୍ୟ ଯେ, ଗାଁର ପୁରନ୍ଦର ନାଏକ ନାମକ ବ୍ୟକ୍ତି ନିଶାସକ୍ତ ହୋଇ ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରେ ନିଆଁ ଲଗାଇ ଜାଳିପୋଡି ପାଉଁଶ କରିଦେଇଛନ୍ତି । […]