ଅପରାଧ ରାଜ୍ୟ

ମଦକୁ ବିରୋଧ କରିବାରୁ ଆଦିବାସୀ ନେତାଙ୍କୁ ହତ୍ୟା ଘଟଣା: ଆଦିବାସୀଙ୍କୁ ମୋହରା ସଜେଇଛନ୍ତି ଆନ୍ଧ୍ର, ଓଡ଼ିଶା ମାଫିଆ

ପାତ୍ରପୁର : ମଦ ବ୍ୟବସାୟୀଙ୍କୁ ବିରୋଧ କରିବାରୁ ଜଣେ ଆଦିବାସୀ ନେତାଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ଏକ ସାଂଘାତିକ ଚିତ୍ର ସାମ୍‌ନାକୁ ଆସିଛି। ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମଦ ମାଫିଆମାନେ ନିରୀହ ଆଦିବାସୀଙ୍କୁ ମୋହରା କରୁଛନ୍ତି। ମାଫିଆ-ଅବକାରୀ ବିଭାଗର ମଧୁଚନ୍ଦ୍ରିକାରେ ସେମାନେ ବଳି ପଡ଼ୁଛନ୍ତି। ଆଦିବାସୀଙ୍କ ଉପରେ ମାଫିଆମାନେ ବେଳେବେଳେ ଯେଉଁ ଆକ୍ରମଣ କରୁଛନ୍ତି, ତା’ ପଛରେ ବି ଅବକାରୀ ବିଭାଗର ହାତ ରହୁଛି। ଶେଷରେ, ମଦ ଚାଲାଣ ମାମଲରେ ଆଦିବାସୀଙ୍କୁ ଗିରଫ କରାଯାଉଥିବାବେଳେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଉ ନାହାଁନ୍ତି ରାଇନାଙ୍କ କୋଚ୍‌ ସତପାଲ : ଭାବବିହ୍ୱଳ ପୋଷ୍ଟ ସେୟାର କଲେ ଷ୍ଟାର୍ କ୍ରିକେଟର

ନୂଆଦିଲ୍ଲୀ, ୨୨|୦୮: ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନାଙ୍କ ପିଲାଦିନର କୋଚ୍ ସତପାଲ କୃଷ୍ଣନଙ୍କ ପରଲୋକ । ରାଇନା ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସତପାଲ ଜଳନ୍ଧରରେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଚିକିତ୍ସା ପାଇଁ ରାଇନା ଯଥା ସମ୍ଭବ ସାହାଯ୍ୟ କରିଥିଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଥିଲା । ସୁରେଶ ରାଇନା ଟ୍ୱିଟ୍ କରି କହିଛନ୍ତି ଯେ, ସତପାଲଙ୍କ ଦେହାନ୍ତ ଖବର ଶୁଣି ଖୁବ ବ୍ୟଥିତ […]

ଅପରାଧ ରାଜ୍ୟ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ କାରବାର ମାମଲା: ଦୁଇଦିନିଆ ରିମାଣ୍ଡ ପାଇଁ ସିବିଆଇର ଆବେଦନ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପାରାଦୀପ ପୋର୍ଟ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ସିବିଆଇ ଗିରଫ କରିଥିବା ୬ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଆଣି ଜେରା କରିବାକୁ ଯୋଜନା କରିଛି। ବିଚାର ବିଭାଗୀୟ ହାଜତରେ ଥିବା ଓଏସ୍‌ଏଲ୍‌ର ନିର୍ଦେଶକ ଚର୍ଚ୍ଚିତ ମିଶ୍ର, ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ପାରାଦୀପ ପୋର୍ଟ ମୁଖ୍ୟଯନ୍ତ୍ରୀ ସରୋଜ କୁମାର ଦାସ ଏବଂ ମଧ୍ୟସ୍ଥତା କରୁଥିବା ସୁମନ୍ତ […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ତାଲା ଭାଙ୍ଗି ମନ୍ଦିରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ସୋରୋ ୨୨/୦୮: ତାଲା ଭାଙ୍ଗି ମନ୍ଦିରରୁ ଠାକୁରଙ୍କ ୨ ରୁ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସୋର ଥାନା ସାଦମାପୁର ଗ୍ରାମରେ ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିରର ଫାଟକ ପଡିଥିବା ତାଲାକୁ ଭାଙ୍ଗି ଠାକୁର ବିଭିନ୍ନ ଅଳଙ୍କାର ଲୁଟିନେଇଛନ୍ତି । ଏହାସହ ୮ଟି ସୁନା ଓ ରୁପା ମୁକୁଟ ଯାହାର ଆନୁମାନିକ ମୂଲ୍ୟ ୨ ରୁ ୩ ଲକ୍ଷ ଟଙ୍କାର ଗହଣା ହେବ ବୋଲି ଜଣାପଡିଛି […]

ଅପରାଧ ରାଜ୍ୟ

ପାଉଁଶରେ ପୋତି ହେଲା ଚାଷୀଙ୍କ ଭାତହାଣ୍ଡି: ଗଦାଧର ଓ ଅନ୍ୟମାନେ ଏବେ କରିବେ କ’ଣ?

ସୁନ୍ଦରଗଡ଼ : ଗତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ିର ସମ୍ମୁଖୀନ ହୋଇଥିବା ଟାଙ୍ଗରପାଲି ବ୍ଲକ୍ ଅବନକେଲା ଗାଁର କ୍ଷୁଦ୍ର ଚାଷୀ ଗଦାଧର ପଟେଲ ଏ ବର୍ଷ ଚାଷ ପାଇଁ ଗାଁ ମହାଜନଙ୍କ ଠାରୁ ୨୨ ହଜାର ଟଙ୍କା ଋଣ ନେଇଥିଲେ। ବେଳାବେଳି ତଳି ପକାଇବା ସହ ୧ ଏକର ଜମିକୁ ପ୍ରସ୍ତୁତ କରିଥିଲେ। ଅଗଷ୍ଟ ୧୪ରେ ତଳି ରୋଇବାକୁ ସଜବାଜ ହୋଇଥିଲେ। କିନ୍ତୁ, ଲଘୁଚାପଜନିତ ଲଗାଣ ବର୍ଷାରେ ଉପର ମୁଣ୍ଡରେ ଗଦା ହୋଇଥିବା ବିଶାଳ କାରଖାନା ବର୍ଜ୍ୟ […]

ଅପରାଧ ଦେଶ ବିଦେଶ

ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ, ୯ ଜଣ ଆହତ ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର ୨୨।୮: ଜମ୍ମୁକାଶ୍ମୀର ଶ୍ରୀନଗର ସହରର ନିଶାତ ଅଞ୍ଚଳରେ ଗ୍ରେନେଡ୍ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଫଳରେ ୯ ଜଣ ଆହତ ହୋଇଛନ୍ତି ।ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ଦିନ ଆତଙ୍କବାଦୀମାନେ ଏକ ହ୍ୟାଣ୍ଡଗ୍ରେନେଡ୍ ଫିଙ୍ଗିଥିଲେ । ସେ କହିଛନ୍ତି ଯେ, ଡଲ୍ ହ୍ରଦ କୂଳରେ ଥିବା ମୋଗଲ ଗାର୍ଡେନ ନିକଟରେ ଏହି ଆକ୍ରମଣ ହୋଇଛି । ୭ ଜଣ ଆହତଙ୍କୁ ଏସଏଚଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଏସକେଆଇଏମଏସ ହସ୍ପିଟାଲରେ […]

ଅପରାଧ ରାଜ୍ୟ

ପ୍ରଧାନମନ୍ତ୍ରୀ ବୀମା ଯୋଜନା କରୁ ନ ଥିବା ସିଏସ୍‌ପି ଅଚଳ, ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍‌ କାରବାରରେ ବାଧା

ଜଗତସିଂହପୁର ଟାଉନ୍ : ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ କାରବାରର ଲାଇଫ୍‌ଲାଇନ୍ ସାଜିଥିବା ଶହ ଶହ କମନ୍ ସର୍ଭିସ ସେଣ୍ଟର(ସିଏସ୍‌ପି) ଗତ ତିନିଦିନ ହେଲା ଅଚଳ ହୋଇପଡ଼ିଛି। କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ମନୁଷ୍ୟକୃତ ଭାବେ ଏହାକୁ ଅଚଳ କରି ଦିଆଯାଇଛି। ଫଳରେ, ସହଜରେ ଟଙ୍କା ଜମା ଓ ଉଠାଣ ହୋଇପାରୁନାହିଁ। ପ୍ରତିଦିନ ବିଭିନ୍ନ ସିଏସ୍‌ପି ସେଣ୍ଟର୍‌ରୁ ହଜାର ହଜାର ଲୋକ ଫେରିଯାଉଛନ୍ତି। ଏହା କେବଳ ଗୋଟିଏ ଜିଲ୍ଲା ନୁହେଁ, ସାରାରାଜ୍ୟରେ ଏଭଳି ହୋଇଥିବା କୁହାଯାଉଛି। ଯାହାକୁ ନେଇ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଟେଲି ପରଦାକୁ ପୁଣି କମ୍‌ବ୍ୟାକ୍‌ କରୁଛନ୍ତି କପିଲ୍‌, ନୂଆ ଲୁକ୍‌ରେ ଅଭିନେତାଙ୍କୁ ଚିହ୍ନିବା ମୁଶକିଲ୍‌

ନୂଆଦିଲ୍ଳୀ ୨୨।୦୮: କପିଲ ଶର୍ମା ତାଙ୍କ ଶୋ’ର ପରବର୍ତ୍ତୀ ସିଜିନ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଲାଇଭ୍ ଶୋ’ ପାଇଁ ସେ ଟିଭିରୁ ବ୍ରେକ୍‌ ନେଇଥିଲେ। ସେ ଏବଂ ତାଙ୍କ ଟିମ୍‌ ଏଥିପାଇଁ ଆମେରିକା ଏବଂ କାନାଡାରେ ଶୋ’ କରିଥିଲେ। ଏବେ ଅଷ୍ଟ୍ରେଲିଆରେ ମଧ୍ୟ ପରଫମାନ୍ସ ବାକି ଅଛି। ଏହି ସମୟରେ, ‘କପିଲ ଶର୍ମା ଶୋ’ ଟିଭିରେ ବନ୍ଦ ହେବା ପରଠାରୁ ପ୍ରଶଂସକମାନେ ଏହାର ପରବର୍ତ୍ତୀ ସିଜିନ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏନେଇ କପିଲ ନିଜର […]

ଦେଶ ବିଦେଶ ମନୋରଞ୍ଜନ

ମଧୁବାଲାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହାନ୍ତି ମୃଣାଳ, କହିଲେ ନିଜ ମନର କଥା

ମୁମ୍ଵାଇ ୨୨।୦୮: ‘ସୁପର ୩୦’, ‘ତୁଫାନ୍‌’, ‘ଜର୍ସି ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର। ନିକଟରେ ତାଙ୍କୁ ଦୁଲକର ସଲମାନ୍‌ଙ୍କ ସହ ତେଲଗୁ ଫିଲ୍ମ ‘ସୀତା ରାମମ୍‌’ରେ ଦେଖିବାକୁ ମିଳିଥିଲା। ସେହି ଫିଲ୍ମ ମାଧ୍ୟମରେ ସେ ଦକ୍ଷିଣ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିଥିବାବେଳେ ତା’ର ଅପାର ସଫଳତା ଯୋଗୁ ମୃଣାଳ ଏବେ ଚର୍ଚ୍ଚାର ଶିଖରରେ। ବିଶେଷକରି ସେଥିରେ ମୃଣାଳଙ୍କ ଲୁକ୍‌କୁ ତାଙ୍କର ଅନେକ ପ୍ରଶଂସକ […]

ଅପରାଧ ରାଜ୍ୟ

ଶାରଦା ମାଇନ୍ସରେ ଇଡିର ଚଢାଉ, ଏକାସାଙ୍ଗେ ୩ଟି ସ୍ଥାନରେ ଖୋଳତାଡ଼

ବଡ଼ବିଲ ୨୨।୦୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ଶାରଦା ମାଇନ୍ସ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଶାରଦା ମାଇନ୍ସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ । ବେଆଇନ୍‌ ଖଣି କାରବାର ନେଇ ଚଢାଉ ହୋଇଥିବା ସୂଚନା । ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ ବେଆଇନ୍‌ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ଏନେଇ ସୋମବାର ବଡ଼ବଲିରେ ଥିବା ଖଣି କାର୍ଯ୍ୟାଳୟ ସହିତ ସୟାବାଲି ସ୍ଥିତ କଲୋନୀରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକାସାଙ୍ଗେ […]