ରାଗିଂ ମାମଲାରେ କଡ଼ା ପଦକ୍ଷେପ: କଲେଜରୁ ବିତାଡ଼ିତ ହେବେ ସବୁ ଅଭିଯୁକ୍ତ
ବ୍ରହ୍ମପୁର : ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ନବାଗତା ଛାତ୍ରୀଙ୍କୁ ରାଗିଂ କରି ଭିଡିଓ ଭାଇରାଲ୍ କରିବା ମାମଲାରେ ବ୍ରହ୍ମପୁର ପୁଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ୨ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ଼(ଜେଜେବି)ରେ ହାଜର କରାଯାଇଥିଲା। ପରେ ଉଭୟ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାହାକ(୨୪), ଶ୍ରୀଧର ନାହାକ (୨୧), ଆଦିତ୍ୟ […]









