ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ବିବାଦ, ଅଧାରୁ ବାତିଲ ହେଲା କାର୍ଯ୍ୟକ୍ରମ

ପୁରୀ : ଭକ୍ତଙ୍କ ଅନ୍‌ଲାଇନ୍‌ ଦାନ ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଥିବା ଶ୍ରୀମନ୍ଦିର ଇ-ହୁଣ୍ଡିକୁ ନେଇ ଆଜି ବିବାଦ ଦେଖାଦେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତଙ୍କ ବିରୋଧ ପାଇଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି। ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଦାନ କରିବା ସମ୍ଭବ ହେଉନି। ଆଗ୍ରହ ଥି‌ଲେ ବି ଭିଡ଼ ଭିତରେ ଶ୍ରୀମନ୍ଦିର ଭିତରକୁ ଯାଇ ଦାନ କରିବା ଏମାନଙ୍କ ପକ୍ଷେ ସମ୍ଭବ ହେଉନି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି

ନୂଆଦିଲ୍ଲୀ ୧୯।୧୧ : ଆଜି ମହାନଦୀ ଜଳ ବିବାଦ ନେଇ ଟ୍ରିବୁନାଲରେ ଶୁଣାଣି। ଗତ ଶୁଣାଣି ସମୟରେ ପକ୍ଷ ଭୁକ୍ତ ଓଡ଼ିଶା ଓ ଛତିଶଗଡ଼ର ଟେକ୍ନିକାଲ ଟିମ୍ କୁ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବୁନାଲ୍ । ତେବେ ଦୁଇ ରାଜ୍ୟ ଭିତରେ ଆଲୋଚନା ବିଫଳ ହୋଇଥିବା ସୂଚନା ମିଳିଛି। ଏପିରିକି ଦୁଇ ରାଜ୍ୟ ମଧ୍ୟରେ ମହାନଦୀର ଭୌଗଳିକ ଆକାର ନେଇ ଅସହମତି ପ୍ରକାଶ ପାଇଛି। ତେଣୁ ବୈଷୟିକ ଟିମ୍ ସହିତ କୋର୍ଟ ମିତ୍ରଙ୍କ ସହ […]

ଅପରାଧ ରାଜ୍ୟ

ଦୁଇ ବ୍ରିଜ୍‌କୁ ବିପଦ, ମନଇଚ୍ଛା ବେଆଇନ ବାଲି ଉତ୍ତୋଳନ

ରାଉରକେଲା: ସରିଛି ଲିଜ୍‌ ଅବଧି, କିନ୍ତୁ ବେଧଡକ ଉଠୁଛି ବାଲି। ତା’ପୁଣି ଦୈନିକ ଶହ ଶହ ଟ୍ରକ। ଦିନରାତି ଚାଲୁଛି ଏଭଳି ବେଆଇନ କାମ। ଏହାର ମାତ୍ରା ଏତେ ଅଧିକ ଯେ ଲିଜ୍ ଥିବା ସମୟକୁ ବି ବଳି ଯାଇଛି। ଏଭଳି ସାଂଘାତିକ ସ୍ଥିତି କୌଣସି ଉପାନ୍ତ ବ୍ଲକରେ ନୁହେଁ, ରାଉରକେଲା ତହସିଲ ଅଧୀନସ୍ଥ ଏକାଧିକ ବାଲିଘାଟରେ। ଲିଜ୍‌ ଅବଧି ସରିଥିଲେ ହେଁ ବାଲି ଉଠାଣ ଆଦୌ ବନ୍ଦ ହେଉନି। ପୂର୍ବରୁ ଲିଜ୍‌ ପାଇଥିବା ଠିକା ସଂସ୍ଥା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିରେ ହାଜର ହେବେ ଅକ୍ଷୟ ପରିଜା, ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର ୧୯। ୧୧ : ଇଡିରେ ହାଜର ହେବେ ଅକ୍ଷୟ ପରିଜା । ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ଅକ୍ଷୟ ପରିଜା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜର ହେବେ । ପୂର୍ବରୁ ଅକ୍ଷୟଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ଇଡି । ସୂଚନାଯୋଗ୍ୟ ଯେ, କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହେବା ପରେ ଅର୍ଚ୍ଚନା ନାଁରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ। ସେପଟେ ବ୍ଲାକ ମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱର ପାତ୍ରଙ୍କୁ […]

ଅପରାଧ ରାଜ୍ୟ

ବ୍ୟାସନଗର ଫାଇଲ ଫିଙ୍ଗା ଘଟଣାରେ ନୂଆ ମୋଡ, ଦ୍ୱିତୀୟ ଥର ଅଭିଯୋଗ କଲେ ପୂର୍ବତନ ପୌର ଅଧିକାରୀ

ଯାଜପୁର ୧୯/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ଅସ୍ଥିରତା । ବ୍ୟାସନଗର ପୌରପରିଷଦରେ ପୋୖର ନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷା ଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାର ର ଭିଡିଓ ଭାଇରାଲ ଘଟଣା ପୁଣି ନୂଆ ମୋଡ଼ ନେଇଛି । ଶୁକ୍ରବାର ରାତିରେ ଯାଜପୁର ରୋଡ଼ ଥାନାରେ ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ ରାଉତ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାମରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୋ ସହ […]

ରାଜ୍ୟ

ଅସାବଧାନତା କାରଣରୁ ଖସିପଡିଲେ ୨ ଯାତ୍ରୀ, ଟ୍ରେନ ଅଟକାଇଲେ ଲୋକେ

ଯାଜପୁର ୧୯/୧୧: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଟ୍ରେନ୍‌କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ । ତେବେ ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ । ଦୁଇ ଜଣଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥିମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ବଟକୃଷ୍ ସେଠୀ ବୟସ ୩୬ ବୋଲି ଜଣା ପଡିଛି ।

ଅପରାଧ

ସିମକାର୍ଡ ଜାଲିଆତି ମାମଲା, ଭଦ୍ରକରୁ ଜଣକୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭଦ୍ରକ ୧୯/୧୧: ସିମକାର୍ଡ ଜାଲିଆତି ମାମଲାରେ ଭଦ୍ରକରୁ ଜଣକୁ ଉଠାଇଲା ନେଲା ଦିଲ୍ଲୀ ପୋଲିସର ସାଇବର ଟିମ୍ । ସୂଚନା ଅନୁଯାୟୀ ଦିଲ୍ଲୀ ସାଇବର ସେଲର ଏକ ସ୍ୱତନ୍ତ୍ର ଟିମ ଦୁଇ ଦିନ ହେଲା ଭଦ୍ରକରେ ରହି ମୋବାଇଲ ଫୋନରେ ବ୍ୟବହୃତ ହେଉଥିବା ସିମକାର୍ଡ ଜାଲିଆତିର ତଦନ୍ତ କରିଥିଲେ । ଚରମ୍ପା ଅଞ୍ଚଳର ଗୌତମ ନାମକ ଜଣେ ସିମକାର୍ଡ ବ୍ୟବସାୟୀ ଙ୍କୁ ତାଙ୍କ ମୋବାଇଲ ଦୋକାନରୁ ଉଠାଇ ଆଣିଛି । ସ୍ଥାନୀୟ ଅଦାଲତରେ ହଜାର କରାଇ ପରେ […]

ରାଜ୍ୟ

ପାଟଣା ରେଞ୍ଜକୁ ଫେରିଲେ ୨୪ ଟିକିଆ ହାତୀପଲ, ନଷ୍ଟ କଲେ ଧାନ ଫସଲ

ପାଟଣା୧୯/୧୧: ପାଟଣା ରେଞ୍ଜକୁ ପୁଣି ଫେରିଛନ୍ତି ୨୪ ଟିକିଆ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ବନବିର ନିକଟରେ ବୈତରଣୀ ନଦୀ ପାର ହୋଇ ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ହାତୀପଲ ଆସିବା ବାଟରେ ସାହାରପଡା ସେକ୍ସନ ଅଞ୍ଚଳରେ ବ୍ୟାପକ ଧାନ ଫସଲ ସହ ପନି ପରିବା ଚାଷକୁ ନଷ୍ଟ କରିଛନ୍ତି । ହାତୀପଲ ବନବୀର, ଡ଼ାଳପକା, ଖଡିବେଡା, କୁଦାବେଡା, ରେଙ୍ଗାଳବେଡା ଓ କଟାବେଡା ଅଞ୍ଚଳରେ ହୋଇଥିବା ପାଚିଲା […]

ରାଜ୍ୟ ସ୍ପେଶାଲ ରିପୋର୍ଟ

OAS ସ୍ତରରେ ଅଦଳବଦଳ, ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର ୧୯।୧୧ : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)ର ୫ଜଣ ଅଧିକାରୀଙ୍କ ବଦଳି କରାଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ ସଚିବ ତଥା ଏବେ ସାଧାରଣ ପ୍ରଶାସନ ବିଭାଗର ଯୋଗ ଦେଇଥିବା ଅନନ୍ତ ବିଜୟ ପଟ୍ଟନାୟକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ମଧୁସୂଦନ ଦାସଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଶନିବାର ଶ୍ରୀବିଗ୍ରହଙ୍କ ପଇତା ଲାଗି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ ୧୯।୧୧: ଆଜି ଶ୍ରୀବିଗ୍ରହଙ୍କ ପଇତା ଲାଗି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । ତେବେ ଏହି ପଇତାଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେଇଛି । ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ […]