ଜଳିଗଲା ୩୦ ହେକ୍ଟର ୱାଡି ପ୍ରକଳ୍ପ, କୋଟିଏର ଦୁର୍ନୀତି ଲୁଚାଇବାକୁ ନିଆଁ ଭିତରେ ଛାଡ଼ିଦେଲେ
ସୁନ୍ଦରଗଡ଼/ହେମଗିର: ବ୍ୟାପକ ଦୁର୍ନୀତି ଓ ହରିଲୁଟ୍ ଅଭିଯୋଗକୁ ନେଇ କିଛି ଦିନ ଧରି ଚର୍ଚ୍ଚାରେ ଥିବା ହେମଗିର ବ୍ଲକ୍ ଟପରିଆର ୩୦ ହେକ୍ଟରର ୱାଡି ପ୍ରକଳ୍ପ ଜଳିଗଲା। ପ୍ରକଳ୍ପରେ ଲାଗିଥିବା ୨୫ ଶହରୁ ଉର୍ଦ୍ଧ୍ବ ଆମ୍ବ, ଲେମ୍ବୁ, କମଳା ଗଛ ଜଳି ଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ କୋଟିଏ ଟଙ୍କା ବ୍ୟୟରେ ସୃଷ୍ଟି ହୋଇଥିବା ଏହି ଫଳ ବଗିଚାରେ କିପରି ନିଆଁ ଲାଗିଲା କାହାକୁ ଜଣା ନଥିଲେ ମଧ୍ୟ ଏହା ଉଦ୍ୟାନ ବିଭାଗ ଓ ପ୍ରକଳ୍ପ ଦାୟିତ୍ବରେ […]









