ଚଳିତ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ମେଧା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ସାଲେପୁର ୧୨।୭: କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୌଜା ଅଞ୍ଚଳରେ ଥିବା ସମସ୍ତ ହାଇସ୍କୁଲରେ ଚଳିତ ମାଟ୍ରିକ ପରୀକ୍ଷାରେ ଏ୧ ଏବଂ ଏ୨ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା । ଏଥିପାଇଁ ୪୨ମୌଜା କଳପଡା ପଞ୍ଚାୟତ କଲ୍ୟାଣ ମଣ୍ଡପରେ ସମ୍ବର୍ଦ୍ଧନା ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସ୍ବାଧିନ ଷଡ଼ଙ୍ଗୀ ସମ୍ବର୍ଦ୍ଧନା ସମାରୋହରେ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇଥିଲେ […]