ଯାତ୍ରୀବାହୀ ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଆହତ
ଢେଙ୍କାନାଳ ୧୬।୮: ୫୫ ନମ୍ବର ଜାତୀୟ ରାଜପଥ ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ ଟ୍ରେଲର-ବସ୍ ଧକ୍କା ହୋଇଛି । ‘ଜଗନ୍ନାଥ’ ନାମକ ବସ୍କୁ ଧକ୍କା ଦେଲା ଟ୍ରେଲର । ବସ୍ରେ ଥିବା ପ୍ରାୟ ୬୦ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଳଚେରରୁ ଭୁବନେଶ୍ବର ଯାଉଥିବା ବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ ଯେ, ତାଳଚେର ଭୁବନେଶ୍ବର ଆସୁଥିବା […]