ଅପରାଧ ରାଜ୍ୟ

ମାଛ ଧରୁ ଧରୁ ଜାଲରେ ଲାଗିଲା ନାବାଳିକାର ମୃତ ଦେହ, ହତ୍ୟା ପରେ ଫୋପାଡିଦେଇଥିବା ସୂଚନା

ଜଳେଶ୍ୱର ୦୨/୦୯: ମାଛ ଧରୁ ଧରୁ ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ । ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ ଜାଲ ଦେଇଥିଲା ବେଳେ ଜାଲରେ ଏକ ଅଜଣା ନାବାଳିକାର ମୃତ ଶରୀର ଲାଗି ଥିବା ଦେଖିବାକୁ […]

ଅପରାଧ ରାଜ୍ୟ

ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ବେକରେ ରହିଛି କ୍ଷତଚିହ୍ନ

ଭୁବନେଶ୍ୱର ୦୨/୦୯: ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ଘଟଣାରେ ଆସିଲା ଶୁଭଶ୍ରୀଙ୍କ ପୋଷ୍ଟମଟମ୍ ରିପୋର୍ଟ । ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେ କହିଛନ୍ତି ମୃତଦେହ ବ୍ୟବଛେଦ ସରିଛି ଏବଂ ରିପୋର୍ଟ ବି ଆସି ସାରିଛି । ଏହା ପୋଲିସକୁ ହସ୍ତାନ୍ତର କରାଯିବ । କୌଣସି କପଡା ବ୍ୟବହାର କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି । କାରଣ ବେକରେ କପଡା ଚାପି ହେବା ଭଳି କ୍ଷତ ଚିହ୍ନ […]

ଅପରାଧ ରାଜ୍ୟ

ଯୌତୁକ ପାଇଁ ବଳିପଡିଲା ସମ୍ପର୍କ, ସ୍ତ୍ରୀକୁ ସାନିଟାଇଜର ପକାଇ ନିଆଁ ଲଗାଇଲା ସ୍ୱାମୀ

ସାନଖେମୁଣ୍ଡି ୦୨/୦୯: ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମର ମାଝି ସାହିରେ ରିତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନ ସାନିଟାଇଜର ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ରୀତାଙ୍କ ଶରୀର ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ପୋଡ଼ି ଯାଇଥିବା ବେଳେ ନିଜେ ଶରୀରରେ ପାଣି ଢାଳି ନିଜ ଜୀବନ ବଞ୍ଚାଇଥିଲେ । ଦୌଡ଼ି ଦୌଡ଼ି ନିକଟସ୍ଥ ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ସମସ୍ତ କଥା […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ଜିଲ୍ଲା ପରିଷଦ ସଭ୍ୟାଙ୍କର ଗାଡି ପୋଡ଼ିଲେ

ଟାଙ୍ଗୀ ୦୨/୦୯: ଟାଙ୍ଗୀ ବ୍ଲକ ୯ ନଂ ଜୋନ୍‌ରେ ଜିଲ୍ଲା ପରିଷଦ ସଭ୍ୟା ମିତାଜଂଳୀ ବଳିଆରସିଂଙ୍କର ଗାଡିଟିକୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଛନ୍ତି । କି’ଏ ସେହି ଦୃର୍ବୃତ୍ତ ଏଭଳି କାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନିରାକାରପୁର ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାଟି ବଡପୋଖରୀଆ ଗ୍ରାମର ବୋଡଙ୍ଗରା ଗ୍ରାମରେ ଘଟିଛି । ଅଶାନ୍ତ ଥିବା ବଡପୋଖରୀଆ ଗ୍ରାମ ବେଶ କିଛି ଦିନ ହେଲା ଶାନ୍ତ […]

ଅପରାଧ ରାଜ୍ୟ

କେନାଲରୁ ମିଳିଲା ନବଜାତକର ମୃତଦେହ, ଶିଶୁପୁତ୍ରକୁ କେହି ଫିଙ୍ଗିଦେଇଥିବା ଅନୁମାନ

ଉଦଳା ୦୨/୦୯: କେନାଲରୁ ନବ ଜାତକ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଭୀମତାଳି ଗ୍ରାମରେ । ଭୀମତାଳି ଗ୍ରାମ ନିକଟରେ ଥିବା କେନାଲରେ ଜଣେ ଶିଶୁପୁତ୍ରର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । […]

ଅପରାଧ ରାଜ୍ୟ

ଅବକାରୀ ସ୍କ୍ୱାର୍ଡ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ୦୨/୦୯: ଢେଙ୍କାନାଳ ସଦର ଥାନା ଅଂଚଳରେ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି । ସଦର ପୁଲିସର ନିଷ୍କ୍ରିୟତା ବ୍ରାଉନ ସୁଗାର ବେପାରୀ ମାନଙ୍କୁ ତାଙ୍କ କାରବାର ବଢ଼ାଇ ବାରେ ସୁଯୋଗ ସୃଷ୍ଟି କରିଛି । ଏପରି ସ୍ଥଳେ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆ ବନ୍ଧ ଅଂଚଳରେ ଚଢ଼ାଉ କରିଛି । ଏହି ଚଢ଼ଉରେ ଅବକାରୀ ସ୍କ୍ୱାର୍ଡ ଜଣେ ବ୍ରାଉନ ସୁଗାର […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଇସ୍ପାତ ସହରରେ ନେପାଳୀ ସଂସ୍କୃତି

ରାଉରକେଲା: ଭିନ୍ନ ଭିନ୍ନ ସଂପ୍ରଦାୟ, କଳା, ସଂସ୍କୃତି ଓ ଭାଷାକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଷ୍ଟିଲ୍ ସିଟି ରାଉରକେଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକ ପରବର୍ତ୍ତୀ ଅବସ୍ଥାରେ ରାଉରକେଲା ସହରକୁ ନିଜ କର୍ମକ୍ଷେତ୍ର ରୂପେ ବାଛିନେଇ ଭାଇଚାରା ସୃଷ୍ଟି କରିଛନ୍ତି। ଏପରିକି ପଡ଼ୋଶୀ ଦେଶ ନେପାଳର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ୍ ମଧ୍ୟ ଏ ସହରରେ ରହିଛି। ପ୍ରତିମାସ ପଞ୍ଚମୀରେ ସହରର ବିଭିନ୍ନ ସ୍ଥାନରେ ରହୁଥିବା ନେପାଳୀ ଭାଇ ଭଉଣୀ ଏକତ୍ରିତ ହୁଅନ୍ତି। […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଉଛନ୍ତି ଔଷଧ

ଜୟପୁର ୦୯/୦୨: ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ । ଘରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଉଛନ୍ତି ସେ । ପୂର୍ବ ଅପେକ୍ଷା ସେ ଅଧିକ ସୁସ୍ଥ ଥିବା କହିଛନ୍ତି । ତେବେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କୁ ମନେ ପକାଉଛନ୍ତି ସେ । ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଈଥିବା ଡାକ୍ତର,ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ସେ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ସେହିପରି […]

ଅପରାଧ ରାଜ୍ୟ

ଗଣେଷ ଭସାଣିକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର

ଢେଙ୍କାନାଳ ୦୨।୦୯: ଗଣେଷ ମେଢ଼ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ। ଗୋଟିଏ ଗୋଷ୍ଠୀର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତଖନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣଙ୍କ ଛାଟିଆ ମଝିସାହିର ରଞ୍ଜନ ବେହେରା । ତେବେ ଆକ୍ରମଣ […]

ଅପରାଧ ରାଜ୍ୟ

ଘରେ ପଶି ସ୍ୱାମୀ-ସ୍ତ୍ରୀ ଓ ଝିଅକୁ ଆକ୍ରମଣ କଲେ ଲୁଟେରା, ନେଇଗଲେ ଟଙ୍କା ଏବଂ ସୁନା ଗହଣା

ଆନନ୍ଦପୁର ୦୨।୦୯: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ ଲୁଟ୍ । ଗୁରୁବାର ବିଳମ୍ବିତ ରାତିରେ ଘର କବାଟ ଭାଙ୍ଗି ସଶସ୍ତ୍ର ଲୁଟ୍ ହୋଇଛି। ଲୁଟେରାମାନେ ଗାଁର ଗୋଲକ ପାଢୀଙ୍କ ଘର କବାଟ ଭାଙ୍ଗି ଘରେ ପଶିବାପରେ ଅତର୍କିତ ଭାବେ ମାରଣାସ୍ତ୍ର୍ରରେ ଆକ୍ରମଣ କରିଥିଲେ । ଲୁଟେରାଙ୍କ ଲୁହାରଡ ଓ ଭୁଜାଲି ଆକ୍ରମଣରେ ଗୋଲକ ପାଢୀ, ପତ୍ନ ଜୟନ୍ତୀ ଓ ଝିଅ ପ୍ରୀତିମୟୀ ଗୁରୁତର ହୋଇଛନ୍ତି । ଏହାସହ ଘରୁ ନଗଦ ୧ଲକ୍ଷ ୮୦ ହଜାର ଟଙ୍କା […]