ବିବାଦରେ ବାହାର ରାଜ୍ୟର ୩ କୁଳପତି
ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ, ଶିକ୍ଷାନଗରୀ ବୁର୍ଲାରେ ଥିବା ଦୁଇ ବିଶ୍ବବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ଥିବା ବାହାର ରାଜ୍ୟର ୩ ପ୍ରଫେସରଙ୍କ କାର୍ଯ୍ୟକାଳକୁ ନେଇ ଏବେ ବି ଚର୍ଚ୍ଚା ଥମିନାହିଁ। ଏହି ୩ କୁଳପତିଙ୍କ ସମୟରେ ଉଭୟ ବିଶ୍ବବିଦ୍ୟାଳୟରେ ଅନେକ ବିବାଦ ଉଠିଛି। ଏଥିପାଇଁ ବି ସେମାନଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। […]

