ରାଜ୍ୟ ସ୍ପେଶାଲ ରିପୋର୍ଟ

୧୫ ଡିଗ୍ରି ତଳେ ରାଜ୍ୟର ୭ସହର

ଭୁବନେଶ୍ବର : ରାଜ୍ୟର ୭ ସହରର ତାପମାତ୍ରା ଆଜି ୧୫ ଡିଗ୍ରି ତଳେ ରହିଛି। ଗତରାତିରେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ୧୨.୫ ଡିଗ୍ରି ରେକର୍ଡ କରାଯାଇଥିଲା। ଏହାବ୍ୟତୀତ, କୋରାପୁଟର ସେମିଳିଗୁଡ଼ାରେ ୧୨.୯ ଡିଗ୍ରି, ବୌଦ୍ଧରେ ୧୩ ଡିଗ୍ରି, କୋରାପୁଟରେ ୧୪.୨ ଡିଗ୍ରି, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୧୪ଡିଗ୍ରି ଓ କୋରାପୁଟରେ ୧୪.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିଲା। ଭବାନୀପାଟଣାରେ ୧୫.୫ ଡିଗ୍ରି ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରରେ ୨୦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ସରକାରୀ ନିୟମକୁ ଫୁ: ରାହାସ ମେଳଣରେ ଅଶ୍ଲୀଳ ଡ୍ୟାନ୍ସ, ଡିଜେ ଧୂନରେ କମ୍ପିଲା ଗାଁ ଦାଣ୍ଡ

ସାଲେପୁର ୧୨/୧୧: ରାହାସ ମେଳଣ ଉତ୍ସବରେ ସରକାରୀ ନିୟମକୁ ଖୁଲମ ଖୁଲା ଉଲ୍ଲଂଘନ । ଭସାଣି ଶୋଭାଯାତ୍ରାରେ ଦେଖିବାକୁ ମିଳିଛି ଅଶ୍ଲୀଳ ନୃତ୍ୟ । ଜିଡେର ତାଳେ ତାଳେ ନାଚିଲେ ଯୁବକ ଯୁବତୀ । ଭୁଲିଗଲେ ସାଧାରଣ ଲୋକଙ୍କ କଥା । ଯୁବକ ଯୁବତୀ ଏକାଠି ନାଚି ନାଚି କମ୍ପାଇଦେଲେ ମେଳଣ ପଡିଆ । ସବୁ ଦେଖି ଅଣଦେଖା କରିଦେଇ ଦର୍ଶକ ସାଜି ଡିଜେ ତାଳେ ତାଳେ ସହିତ ଯୁବତୀଙ୍କ ଅଶ୍ଲୀଳ ନୃତ୍ୟର ମଜା ଉପଭୋଗ କରିଥିଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ରିପୋର୍ଟ ଦେବାପାଇଁ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ର […]

ରାଜ୍ୟ

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ: ନଷ୍ଟ କଲେ ଏକର ଏକର ଫସଲ, ଭାଙ୍ଗିଲେ ଘର

ପାଟଣା ୧୨/୧୧: କେନ୍ଦୁଝର ପାଟଣା ରେଞ୍ଜରେ ମାତିଛନ୍ତି ହାତିପଲ । ମଲ୍ଲିପଶି ବିଟ୍ ଅଞ୍ଚଳରେ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ବିଳମ୍ବିତ ରାତିରେ ହାତୀପଲ ମୁଷାଖୋରୀ ଗାଁ କାଶିଆ ସାହିରେ ୩ଟି ଘର ଭାଙ୍ଗି ଦେଇଛନ୍ତି । ଫଳରେ ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀପଲ ଏ ଅଞ୍ଚଳରେ ଏକର ଏକର ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରିଛନ୍ତି, ଗାଁ ନିକଟରେ ହାତୀପଲ ବୁଲୁଥିବାରୁ ଲୋକେ […]

ରାଜ୍ୟ

ଶୌଚ ହେବାକୁ ଯାଇଥିଲେ, ଆଉ ଫେରିଲେନି…

କାମାକ୍ଷାନଗର ୧୨।୧୧: ପୋଖରୀରେ ବୁଡ଼ି ମହିଳାଙ୍କ ମୃତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମ ପୋଖରୀ ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ମହିଳାଙ୍କ ନାମ ରାଧା ଦେହୁରୀ  ବୋଲି ଜଣାପଡିଛି । ଖବର ଅନୁଯାୟୀ, ଶନିବାର ଭୋର ସମୟରେ ମହିଳା ଜଣକ ଘର ନିକଟରେ ଥିବା ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ […]

ଅପରାଧ ରାଜ୍ୟ

ବିଭତ୍ସ ହତ୍ୟା : ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି, ୨ଜଣଙ୍କୁ ଅଟକ ରଖିଛି ପୋଲିସ

ଉଦଳା ୧୨।୧୧ : ଅତି ବିଭତ୍ସ ହତ୍ୟା । ମୁଣ୍ଡରୁ ଅଲଗା କରିଦେଲେ ଗଣ୍ଡି । ମୃତକଙ୍କ ନାମ ଗୁରୁବାରୀ ସିହଂ ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ସାରଜମଡିହି ଗାଁରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଖବର ଅନୁଯାୟୀ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ନିମନ୍ତେ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଠୁଙ୍ଗୁରୁ ସିଂହ  । ଗୁରୁବାରୀ ଏବଂ […]

ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଦୁଇ ଜୀବନ

ମହାକାଳପଡା ୧୨/୧୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଜୟଚନ୍ଦ୍ରପୁର ଛକ ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇଜଣ ହେଲେ ଚତୁର୍ଭୁଜ ଦାସ ଏବଂ ମହେନ୍ଦ୍ର ଶତପଥୀ ଦୁଇ ଯୁବକଙ୍କ ଘର କରଂଜ ଗ୍ରାମରେ । ବିଳମ୍ବିତ ରାତିରେ ମୃତ ଯୁବକ ଦୁଇଜଣଙ୍କୁ ପୋଲିସ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜମୁଛି ବାଲିଯାତ୍ରା: କିଣାବିକା ବୁଲାବୁଲି ସହ ଲେଜର ଲାଇଟ୍ ସୋ’ର ମଜା ନେଉଛନ୍ତି ଦର୍ଶକ

କଟକ, ୧୨/୧୧: ଚଳିତବର୍ଷ ବାଲିଯାତ୍ରାର ଶୁକ୍ରବାର ଦେଖିବାକୁ ମିଳିଥିଲା ସବୁଠାରୁ ବଡ ଭିଡ଼ । ଯାତ୍ରାର ଚତୁର୍ଥ ଦିନରେ ଆଜି ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଦିନରୁ ରାତି, ଉପରପଡ଼ିଆରୁ ତଳ ପଡ଼ିଆ ଜାମ୍‌ ରହିଲା । ଯେତିକି ବାହାରୁଥିଲେ ତା’ଠାରୁ ଢେର ଗୁଣରେ ଲୋକେ ପଶୁଥିଲେ । ବିଶେଷ କରି ତଳପଡ଼ିଆରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା । ସବୁଦିନ ପରି ସକାଳୁ ମହାନଦୀ ପଠାରୁ ଶୁଭିଥିଲା ଭଜନ ଓ ସଂକୀର୍ତ୍ତନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆହୁରି ଥରାଇବ ଶୀତ, ରାଜ୍ୟରେ ୪ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର ୧୨।୧୧ : ରାଜ୍ୟରେ ଆସନ୍ତା ୧୪ ତାରିଖ ସୋମବାରରୁ ଶୀତ ବଢ଼ିବ । ପାରଦ ପ୍ରାୟ ୩ରୁ ୪ ଡିଗ୍ରୀ ଖସିଯିବ। ଉପକୂଳରେ ଏବେ ଶୀତ କମ୍‌ ରହୁଛି । ଆଗକୁ ଉପକୂଳରେ ବି ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଶୁକ୍ରବାର ବୌଦ୍ଧ ଓ ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି । କୋରାପୁଟରେ ୧୪.୨, ଫୁଲବାଣୀରେ ୧୪.୫, ଭବାନୀପାଟଣାରେ ୧୫.୫, କେନ୍ଦୁଝରରେ ୧୬, ଝାରସୁଗୁଡ଼ାରେ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କେନ୍ଦ୍ର ସରକାରଙ୍କ ପିଜିଆଇ ରିପୋର୍ଟ: ଦିଲ୍ଲୀ ସମକକ୍ଷ ହେଉଛି ଓଡ଼ିଶା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନ୍‌ଡେକ୍ସ(ପିଜିଆଇ)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ମୂଲ୍ୟାୟନ ଓ ଗଭର୍ଣ୍ଣାନ୍ସ ପରି ୫ଟି ବିଷୟକୁ ନେଇ କରାଯାଇଥିବା ମୂଲ୍ୟାୟନରେ ଗତଥର ତୁଳନାରେ ୪ଟି ସ୍ଥାନ ଉପରକୁ ଉଠିଛି। କାରଣ ୨୦୧୯-୨୦ରେ ଓଡ଼ିଶା ୧୪ତମ ସ୍ଥାନରେ ଥିବା ବେଳେ ୨୦୨୦-୨୧ରେ ୧୦ମ ସ୍ଥାନରେ ରହିଛି। […]