ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସାନଘାଗରା ନେଚର କ୍ୟାମ୍ପ
କେନ୍ଦୁଝର: ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ଦ୍ୱାରା ପରିଚାଳିତ ସାନଘାଗରା ନେଚର୍ କ୍ୟାମ୍ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା କଟକଣା ଯୋଗୁଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ଥିଲା। ଏବେ କଟକଣା ହଟିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କେନ୍ଦୁଝର ଆସୁଛନ୍ତି। ଜିଲ୍ଲା ମୁଖ୍ୟାଳୟରୁ ମାତ୍ର ୬ କିଲୋମିଟର ଦୂର ଅଞ୍ଜରଠାରେ ଜାତୀୟ ରାଜପଥ ୪୯ ପାର୍ଶ୍ବରେ ୨.୫ […]









