ଦୃଷ୍ଟିବାଧିତ କରିଛନ୍ତି ମନରେଗା କାମ!
ବଲାଙ୍ଗୀର: ୬୦ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତି ନାଁରେ ଜବକାର୍ଡ କରି ମନରେଗା ଯୋଜନାର ଟଙ୍କା ହଡ଼ପ କରାଯାଇଛି। ବଲାଙ୍ଗୀର ଜିଲ୍ଲାରେ ମନରେଗା ଯୋଜନାରେ ଏହିଭଳି ଏକ ଦୁର୍ନତି ସାମ୍ନାକୁ ଆସିଛି। ଏହି ଦୃଷ୍ଟିବାଧିତ ହେଉଛନ୍ତି ଚଞ୍ଚଳ ବାଗ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ପାଟଣାଗଡ଼ ବ୍ଲକ୍ ବାଙ୍କିବାହାଲ ଗାଁରେ। ଚଞ୍ଚଳ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ସେ ୬୦ ପ୍ରତିଶତ ଦେଖିପାରନ୍ତି ନାହିଁ। ମାତ୍ର, ମନରେଗାରେ ସେ କାମ କରିଥିବା ଉଲ୍ଲେଖ ରହିଛି। ସରକାରୀ […]









