ଗାଡ଼ି ଧକ୍କାରେ ଘାଟିରୁ ଖସିଲା ବାଇକ୍
ନରସିଂହପୁର : ନୂଆବର୍ଷରେ ଦେଓଝର ପର୍ଯ୍ୟଟନସ୍ଥଳୀ ରାସ୍ତାରେ ରବିବାର ଦିନ ଏକ ଅଘଟଣ ଘଟିଛି। ସନ୍ଧ୍ୟା ପ୍ରାୟ ୬ଟାରେ ଅଜଣା ଗାଡ଼ି ଧକ୍କା ଦେବାରୁ ଏକ ବାଇକ୍ ଘାଟି ରାସ୍ତା ପାର୍ଶ୍ୱକୁ ଖସିପଡ଼ିଥିଲା। ଫଳରେ, ବାଇକ୍ରେ ଥିବା ଜଣେ ଯୁବକ ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ବେଳେ ୫ବର୍ଷର ପୁଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଯୁବକଜଣକ ହେଲେ, ବଡ଼ମ୍ବା ଥାନା ଇଚ୍ଛାପୁର ଗ୍ରାମର ବିଜୟ କୁମାର ସ୍ୱାଇଁ ଓରଫ ଟୁନା (୫୨)। […]









