ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୦୧୩୯ କରୋନା ପଜିଟିଭ୍

ନୂଆଦିଲ୍ଲୀ ୧୪/୦୭: ଉପର ମୁହାଁ କରୋନା ଗ୍ରାଫ୍। ଦେଶରେ ପୁଣି ବଢିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ପରେ ୧୦ ହଜାର ତଳକୁ ଖସିବା ପରେ ପୁଣି ବଢିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ […]

ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାଟନାରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଖୁଲାସା, ୨୦୪୭ ସୁଦ୍ଧା ଭାରତ ହୋଇଯିବ ଇସଲାମିକ ରାଷ୍ଟ୍ର..

ପାଟନା ୧୪।୦୭ : ପାଟନାରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଟାର୍ଗେଟ୍ ’ କରିବା ପାଇଁ ଯୋଜନା କରୁଥିଲେ ଗିରଫ ଆତଙ୍କୀ । ବିହାର ପୋଲିସ ଏମାନଙ୍କ ଯୋଜନା ପଣ୍ଡ କରିଛି । PFI ସଂଗଠନ ସହ ଏମାନଙ୍କ ସଂପୃକ୍ତି ରହିଛି । ତେବେ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା କରୁଛି ଏହି ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଟାର୍ଗେଟ୍ ’ କରିବା […]

ଅପରାଧ ରାଜ୍ୟ

କିଆବୁଦା ମୂଳେ ପଡିଛି ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ବୁଧବାର ରାତିରୁ ଥିଲେ ନିଖୋଜ

ଚଣ୍ଡିଖୋଲ ୧୪।୭: କିଆବୁଦା ମୂଳେ ପଡିଛି ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ହେଲେ ସୁରେନ୍ଦ୍ର ଦାଶଙ୍କ ପତ୍ନୀ ଗୀତାଞ୍ଜଳି ଦାଶ । ସେ ବୁଧବାର ରାତିରୁ ନିଖୋଜ ଥିବାବେଳେ ବୁଧବାର ଧର୍ମଶାଳା ଥାନାରେ ତାଙ୍କ ଭାଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଭଉଣୀ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ ସୂଚନାଯୋଗ୍ୟ ଯେ, ସୁନାରୀ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ […]

ଅପରାଧ ରାଜ୍ୟ

କମିଶନରେଟ ପୋଲିସ ହାତରେ ହାଇୱେ ଲୁଟେରା, ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ

ଭୁବନେଶ୍ୱର ୧୪/୦୭: କମିଶନରେଟ ପୋଲିସକୁ ବିପୁଳ ସଫଳତା । ପୋଲିସ ପଞ୍ଝାରେ ଧରାପଡିଛନ୍ତି ତିନି ହାଇୱେ ଲୁଟେରା । ମାଷ୍ଟର ମାଇଣ୍ଡ ସନ୍ତୋଷ ନାୟକ ସମେତ ପ୍ରଶାନ୍ତ ଘଡେଇ ଓ ସୁରଜ ଘଡେଇକୁ କାବୁ କରିଛି ସହିଦନଗର ଥାନା ପୋଲିସ । ଏମାନଙ୍କ ନିକଟରୁ ୧୦୦ରୁ ଅଧିକ ମୋବାଇଲ ସୁନା ଗହଣା ସମେତ ଦୁଇଟି ପଲସର ବାଇକ୍ ଜବତ ହୋଇଛି । ଏହି ଲୁଟେରାମାନେ କେବଳ ରାଜଧାନୀ ନୁହଁ ଖୋର୍ଦ୍ଧା, କଟକ, ପୁରୀ ରାସ୍ତାରୁ କରୁଥିଲେ ଲୁଟ୍‌ପାଟ […]

ଅପରାଧ ରାଜ୍ୟ

ବଢିଲା ଚିତ୍ରକୋଣ୍ଡା SDPOଙ୍କ ଅଡୁଆ, ଏସଡିଜେଏମ୍ କୋର୍ଟଙ୍କ ଦ୍ବାରସ୍ଥ ହେଲେ ୪ ପୀଡିତା

ଚିତ୍ରକୋଣ୍ଡା ୧୪।୭: ବଢୁଛି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଅଡୁଆ । ରାତି ଅଧରେ ଘରେ ପସି ଆଦିବାସୀ ମହିଳାଙ୍କୁ ମାଡ ମାରିବା ଘଟଣାକୁ ନେଇ ବିଧାନସଭା ଅଚଳ ହେବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପୀଡିତା ମହିଳାମାନେ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଚିତ୍ରକୋଣ୍ଡା ଏସଡିପିଓଙ୍କ ବିରୋଧରେ ୪ ଜଣ ପୀଡିତା ମାଲକାନଗିରି ଏସଡିଜେଏମ୍ କୋର୍ଟରେ ସିଆରପିସି ୨୦୦ରେ ଏକ ୧ସିସି ଦାଖଲ […]

ଅପରାଧ ରାଜ୍ୟ

ପିଛା ଛାଡୁନି ବିବାଦ, ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର

ସୋନପୁର ୧୪।୭: ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗରେ ଜେଲ୍ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ୍ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପ୍ରଧାନ । ସୂଚନାଯୋଗ୍ୟ ଯେ, ଗୁରୁବାର ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ ରଞ୍ଜିତ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସରେ କାର୍ଯ୍ୟରତ ଡ୍ରାଇଭର ରଞ୍ଜିତ ପ୍ରଧାନ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା […]

ଅପରାଧ ରାଜ୍ୟ

ନବଜାତ ଶିଶୁ ମାରି ଜଙ୍ଗଲରେ ପୋତିଦେଲେ, ପୋଲିସ ଖୋଜୁଛି କାରଣ…

ମାଲକାନଗିରି ୧୪।୦୭ : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୦୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୪।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୩୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୭୧ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୬୧୩୨କୁ ବୃଦ୍ଧି ପାଇଛି । […]

ଅପରାଧ ରାଜ୍ୟ

ପେଟ୍ରୋଲ୍ ପମ୍ପରୁ ଲୁଟ୍, ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା

ସୋର ୧୪।୦୭ : ପେଟ୍ରୋଲ୍ ପମ୍ପରୁ ଲୁଟ୍। ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଲୁଟେରା। ବାଲେଶ୍ୱର ଜିଲ୍ଲା ସୋର-୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଏହି ଲୁଟ୍ ହୋଇଛି । ଲୁଟ୍ ସମୟର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ଅନୁଯାୟୀ, ତେଲ ପକାଇବାକୁ ଆସି ୩ ଜଣ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସରେ ଲାଗିଥିବା କାଚ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ୬ ଫୁଟ୍‌ ଦୂରତା ମାନିବା ଜରୁରୀ

ସମ୍ବଲପୁର ୧୪।୦୭ : ଭୁବନେଶ୍ବର ପରେ ଏଣିକି ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାସ୍କ ବାଧ୍ୟତାମୂଳକ। ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ । ସମ୍ବଲପୁର ମହାନଗର ନିଗମ ଅଂଚଳରେ ରହୁଥିବା ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ଗାଇଡଲାଇନ ଜାରି ହେବା ସହ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ କୁହାଯାଇଛି […]