ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଆଶ୍ରମ ସ୍କୁଲରେ ପଢ଼ୁଥିବା ଜଣେ ଛାତ୍ରର ମୃତ୍ୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର

ଫୁଲବାଣୀ, ୧୮/୦୭: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ କଡିପାରି ଆଶ୍ରମ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଛାତ୍ରଜଣକ ହେଉଛନ୍ତି ଗୋଛପଡା ଟିଙ୍ଗିରିଟିକା ଗ୍ରାମର ବଡା କହଁରଙ୍କ ୧୧ ବର୍ଷର ପୁଅ ଜଗା କହଁର । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନଥିବାବେଳେ ଫୁଲବାଣୀ ମେଡିକାଲରେ ପହଞ୍ଚିଵା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଯାଇଥିଵା କୁହାଯାଉଛି l ତେଵେ, ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବାପରେ ଚିକିତ୍ସା […]

ଅପରାଧ ରାଜ୍ୟ

କମୁନି ଜାଇକା ଯନ୍ତ୍ରଣା, ଦୋଷ ଲୁଚାଇବାକୁ ଲୁଚାଛଫାରେ ମରାମତି କରିଦେଲେ ଯନ୍ତ୍ରୀ

କଟକ ୧୮/ ୦୭: କଟକରେ କମୁନି ଜାଇକା ଯନ୍ତ୍ରଣା । ଚାରି ଫୁଟ ଦବିଗଲା କଟକ-ତୁଳସୀପୁର ହାଇକୋର୍ଟ କଲୋନୀ ରାସ୍ତା । ଫଳରେ ଜନ ଅସନ୍ତୋଷ ବଢିବାରୁ ତରବରିଆ ଭାବେ ତାଳିପକା କାମ ଆରମ୍ଭ ହୋଇଛି । କିନ୍ତୁ ସମସ୍ୟା କେବଳ ସେହି ଗୋଟିଏ ସ୍ଥାନର ନୁହେଁ । ସେଲ୍ଟର ଛକରୁ ବିଜୁ ପଟ୍ଟନାୟକ ଛକ ଯାଏଁ ଲମ୍ବିଥିବା ପ୍ରାୟ ତିନି କିଲୋମିଟର ବିଶିଷ୍ଟ ରାସ୍ତାରେ ଏମିତି ଅନେକ ସମ୍ବେଦନଶୀଳ ସ୍ଥାନ ରହିଛି । ଯେଉଁଠି କେତେବେଳେ […]

ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଆଦର୍ଶ ସ୍କୁଲରେ ତାଲା ପକାଇଲେ ଅଭିଭାବକ, ଶିକ୍ଷୟିତ୍ରୀଙ୍କ ବହିଷ୍କାର ଦାବି

ଢେଙ୍କାନାଳ ୧୮।୭: ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ଓଡିଶା ଆଦର୍ଶ ସ୍କୁଲରେ ତାଲା ପକାଇ ଦେଇଛନ୍ତି ଅଭିଭାବକ । ସଦର ଥାନା ଅନ୍ତର୍ଗତ ଅଂକରାନ୍ତିପୁରଠାରେ ଅବସ୍ଥିତ ଏହି ଆଦର୍ଶ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସ୍କୁଲରେ ଅବସ୍ଥାପିତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ମାନମାନି ଓ ବ୍ୟବହାରରେ ଅଭିଭାବକମାନେ ଅତିଷ୍ଠ ହୋଇ ଏହି ପ୍ରତିବାଦ କରିଛନ୍ତି । ଯାହାକୁ ନେଇ ସ୍କୁଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । […]

ଅପରାଧ ଦେଶ ବିଦେଶ

ପୁଞ୍ଚ ଜିଲ୍ଲାରେ ଗ୍ରେନେଡ୍ ବିସ୍ପୋରଣ : ୨ ଯବାନ ସହିଦ

ନୂଆଦିଲ୍ଲୀ ୧୮/୦୭: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଅଘଟଣ । ଏକ ହ୍ୟାଣ୍ଡ ଗ୍ରେନେଡ୍ ହଠାତ ବିସ୍ଫୋରଣ ହେବାରୁ ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଯବାନଙ୍କ ମଧ୍ୟରେ ଜଣେ ଆର୍ମି କ୍ୟାପଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ରହିଛନ୍ତି । ସୂଚନାନୁସାରେ,, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ଏହାପରେ ହିଁ ଅଘଟଣ ଘଟିଥିଲା । ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ସୋମବାର, ଜଳାଭିଷେକ ଲାଗି ଚଳଚଞ୍ଚଳ ଧବଳେଶ୍ୱର ପୀଠ

ଆଠଗଡ଼ ୧୮।୦୭ : ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠ ଚଳଚଞ୍ଚଳ । ୨ ବର୍ଷର କୋଭିଡ କଟକଣା ପରେ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କୁ ଜଳ ଲାଗି କରିବାର ସୁଯୋଗ ମିଳିଛି। ବାବା ଧବଳେଶ୍ବର ପୀଠରେ ଭୋର ୩ ଟାରୁ ମନ୍ଦିର ଫିଟାଯାଇ ଦର୍ଶନ ଓ ଜଳଲାଗି କରଯାଉଛି । ତେବେ ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ କାଉଡ଼ିଆ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶ୍ରାବଣ ପ୍ରଥମ ସୋମବାର, ମହାଦେବଙ୍କୁ ଜଳଲାଗି ପାଇଁ ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଭିଡ଼

ଭୁବନେଶ୍ୱର ୧୮।୦୭ : ଆଜି ଶ୍ରାବଣର ପ୍ରଥମ ସୋମବାର। ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି କାଉଡିଆ । ଭୋଳାନାଥଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ଘାଟରୁ ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ […]

ଦେଶ ବିଦେଶ ମନୋରଞ୍ଜନ

ବିବାହ କଲେ ଜେନିଫର ଲୋପେଜ୍‌ ଏବଂ ବେନ୍‌, ୱେଡିଂ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ ୧୮।୦୭: ଜେନିଫର୍ ଲୋପେଜ୍ ଏବଂ ବେନ୍ ଅଫ୍ଲେକ୍ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଲଭବାର୍ଡ ଲାସ୍ ବେଗାସରେ ଉଭୟ ବିବାହ କରିବା ପରେ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଶେଷରେ ଜେନଫିର ଏବଂ ବେନ୍ ଏକାଠି ହୋଇଥିବାରୁ ସେମାନଙ୍କ ଫ୍ୟାନ୍ସ ଅତ୍ୟନ୍ତ ଖୁସି ହୋଇଛନ୍ତି। ଭାଇରାଲ୍‌ ହୋଇଥିବା ଫଟୋରେ ଜେନିଫର ଏକ ଧଳା ଗାଉନ୍ ପିନ୍ଧିଥିବାବେଳେ ବେନ୍ ଏକ କଳା ସୁଟ୍‌ରେ ନଜର ଆସିଛନ୍ତି । […]

ଅପରାଧ ରାଜନୀତି ରାଜ୍ୟ

ବିଧାୟକଙ୍କ ପ୍ରେମ କାହାଣୀରେ ଟ୍ୱିଷ୍ଟ: ପ୍ରେମିକା ଆଣିଲେ ଦୁଷ୍କର୍ମ ଅଭିଯୋଗ, ୧୫ ଲକ୍ଷ ଦେଇ ମାମଲା ରଫାଦଫା କରିବାକୁ ପ୍ରସ୍ତାବ !

ଜଗତସିଂହପୁର,୧୮/ ୦୭: ତିର୍ତ୍ତୋଲ ବିଧାୟକ ତଥା ନିଜ ପ୍ରେମିକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା ସୋମାଲିକା ଦାଶ । ଏଥରକ ସୋମାଲିକା ଡାକରେ ନିଜ ଏତଲା ଜଗତସିଂହପୁର ଥାନାକୁ ପଠାଇଛନ୍ତି । ଏତଲାରେ କିନ୍ତୁ ଗତ ମେ’ ମାସ ୧୩ ତାରିଖ ଉଲ୍ଲେଖ କରାଯାଇଛି । ଅର୍ଥାତ୍‌ ଉକ୍ତ ଦିନ ଜଗତସିଂହପୁର ଥାନା ପରିବର୍ତ୍ତେ ଏଭଳି ଗୁରୁତର ଅଭିଯୋଗ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କରିଥିଲେ […]

ଅପରାଧ ରାଜ୍ୟ

ବାହୁଙ୍ଗୀ ବଦଳରେ ବୋଲବମ୍ ଭକ୍ତଙ୍କ ହାତରେ ମଦ ବୋତଲ

ପୁରୀ ୧୮।୭: ଶ୍ରାବଣ ମାସର ପ୍ରଥମ ସୋମବାର । ଶୈଠପୀଠରେ ଲାଗିଛି କାଉଡିଆଙ୍କ ଭିଡ । ଭକ୍ତି ଓ ନିଷ୍ଠାର ସହ ଶିବ ଲିଙ୍ଗରେ ପାଣି ଢାଳୁଛନ୍ତି ଶ୍ରଦ୍ଧାଳୁ । ତେବେ ପୁରୀରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ବୋଲବମ୍ ଭକ୍ତ ମଦ ଦୋକାନରେ ଦେଖିବାକୁ ମିଳିଛି । ଜଣେ ବୋଲବମ୍ ଭକ୍ତ ପୁରୀ କୁମ୍ଭାରପଡା ଛକ ନିକଟରେ ଥିବା ମଦ ଦୋକାନରୁ ମଦ କିଣୁଥିବା ଦେଖିବାକୁ ମିଳିଛି ‌। ହାତରେ ମଦ ବୋତଲ ଧରି […]

ରାଜ୍ୟ ରାଶିଫଳ

ଜୁଲାଇ ୧୮ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – କର୍ମକ୍ଷେତ୍ରର ଜଟିଳତାକୁ ସରଳୀକରଣ କରିବାରେ ଅନ୍ୟମାନଙ୍କୁ ସାହାର୍ଯ୍ୟ କରିବେ ।ନିଜ ଇଚ୍ଛା ଅନୁସାରେ ଫଳ ପାଇବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ । ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ । ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ । ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ । କର୍ମଜୀବି- ଅର୍ଥ […]